Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୧୧ ତାରିଖ – Daily Horoscope

ମେଷ
ଆଜି କୌଣସି ଲୋଭନୀୟ ଜିନିଷ ବନ୍ଧୁଙ୍କ ମାଧ୍ୟମରେ ପ୍ରାପ୍ତ ହେବେ। କୃତ୍ତିକା ନକ୍ଷତ୍ର ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ଗୃହ, ଭୂମି, ଗାଡ଼ିମୋଟର, ବନ୍ଧୁବାନ୍ଧବ, ସହକର୍ମୀ, ଧାରକରଜ, ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ। ପିଲାଙ୍କ ବିବାହ ସମ୍ପର୍କରେ ଆଲୋଚନା କରିପାରନ୍ତି ।
ବୃଷ
ବୃଷ
ଆଜି ରୋହିଣୀ ନକ୍ଷତ୍ରର ସକାଳୁ ଜଣେ ବନ୍ଧୁଙ୍କ କଥା ମନରେ ଆଲୋଡ଼ନ ସୃଷ୍ଟି କରିବ। ଯିବା ସମୟକୁ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ମନ ଉଦାସ ରହିବ। ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ସୂଚନା ରହିଛି।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣାଜନିତ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶରୁ ମନ ଭଲ ରହିବ ନାହିଁ। ବୈବାହିକ କର୍ମ ସକାଶେ ନୂତନ ବନ୍ଧୁସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କଲେ ଉପକୃତ ହେବେ। ପୁନର୍ବସୁ ନକ୍ଷତ୍ର ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିପାରେ।
କର୍କଟ
କର୍କଟ
କର୍ମଜଞ୍ଜାଳ ବୃଦ୍ଧିପାଇବା କାରଣରୁ ଭଲରୂପେ ଖାଇବା ଲାଗି ସମୟ ପାଇବେ ନାହିଁ। ଅଶ୍ଳେଷା ନକ୍ଷତ୍ର ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତି ସାହାଯ୍ୟ କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତି ହେତୁ ମନରେ ସରସତା ରହିବ ନାହିଁ। ସାମାଜିକ ସ୍ତରରେ ନିକଟସ୍ଥ ବ୍ୟକ୍ତି ପରୋକ୍ଷ ସମାଲୋଚନା କରିପାରନ୍ତି। ମଘା ନକ୍ଷତ୍ର ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ। ରଚନାମତ୍କ କାମ, ସାହିତ୍ୟ, ସାମ୍ବାଦିକତା, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ଯାହା ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରିପାରନ୍ତି। ପରିବାରରେ ପିଲା ମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନରେ ବନ୍ଧୁ ସାହାଯ୍ୟ କରିବେ। ଭୋଗବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ। ସାମୟିକ ସାହାଯ୍ୟଜନିତ ଅଫିସ ଭିତରେ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। କଚେରି ମାମଲା କିମ୍ବା ଜମିଜମା ସମ୍ପର୍କିତ ବିବାଦ ହେତୁ ଦୁଶ୍ଚିନ୍ତା ବଢ଼ିପାରେ।
ବିଛା
ବିଛା
ଆଜି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ସକାଳୁ ଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଅନୁରାଧା ନକ୍ଷତ୍ର କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଫେରନ୍ତା ବାଟରେ ଶତ୍ରୁ କବଳରୁ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦମୁକ୍ତ ହୋଇପାରନ୍ତି।
ଧନୁ
ଧନୁ
ପାରସ୍ପରିକ ମତଭେଦ କାରଣରୁ ଘରର ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହେବ। ମୂଳା ନକ୍ଷତ୍ର ସକାଶେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ସକାଳୁ ସକାଳୁ ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି। ବିଳାସବ୍ୟସନ କିମ୍ବା ସଭାସମିତିରେ ଆଲୋଚନା ମଧ୍ୟରେ ସମୟ ଅତିବାହିତ ହେବ।
ମକର
ମକର
କର୍ମକ୍ଷେତ୍ରରେ ମନକଥା ମନରେ ରଖି ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ପରୋକ୍ଷ ଶତ୍ରୁତା କାରଣରୁ ନିର୍ମାଣାଧୀନ କାମଟି କରିପାରିବେ ନାହିଁ। ବନ୍ଧୁଙ୍କଠାରୁ ଗୁଜବ ଶୁଣିବା ପରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବ। ଶ୍ରବଣା ନକ୍ଷତ୍ରର ପଡ଼ୋଶୀଙ୍କ ସହ ସମ୍ପର୍କରେ ଉନ୍ନତି ଘଟିବ।
କୁମ୍ଭ
କୁମ୍ଭ
ଉଦ୍ଦେଶ୍ୟକୁ ଗୋପନ ରଖି ମନବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇବାରେ ସମର୍ଥ ହେବେ। ପୂର୍ବଭାଦ୍ର ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ପରିବାରରୁ ସହଯୋଗ ପାଇ କାମ ହାସଲ କରିବେ। ସାମାଜିକସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ସୂଚନା ରହିଛି। ସ୍ବାସ୍ଥ୍ୟରେ ଉନ୍ନତି ହେବା ଦିଗରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।
ମୀନମୀନ
ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଆପଣ ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ରେବତୀ ନକ୍ଷତ୍ର ନିଜ ଲୋକଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତବିବ୍ରତ ହୋଇପାରନ୍ତି। ଈର୍ଷାପରାୟଣତା ହେତୁ ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଆଜି ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା ଲାଭ କରିବେ। ବନ୍ଧୁଙ୍କ ସଦ୍‌ଭାବନାର ଅନ୍ତର୍ନିହିତ ସ୍ବର ମୁହଁରେ ଫୁଟି...

ରାଶିଫଳ: ମଙ୍ଗଳବାର, ଜୁନ୍‌ ୨୫ ତାରିଖ – Daily Horoscope

ମେଷ ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସୁଧାରିବା କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟର ଆବଶ୍ୟକତା ଅନୁଭବ କରିବେ। କୃତିକା ନକ୍ଷତ୍ର ସକାଶେ ପାରିପାର୍ଶ୍ୱିକ ପରିସ୍ଥିତି ସେତେଟା ଭଲ...

ରାଶିଫଳ: ସୋମବାର, ଫେବୃୟାରୀ ୧୫ ତାରିଖ– Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଆଜି କୌଣସି ବିବାଦୀୟ ଘଟଣାରେ ମୁଣ୍ଡ ନ ପୂରାଇବା ଭଲହେବ ।...

ରାଶିଫଳ: ବୁଧବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ। ଦ୍ୱିଜା ନକ୍ଷତ୍ରର ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ । ପାରିବାରିକ...

ରାଶିଫଳ: ବୁଧବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଯୁକ୍ତ ମଙ୍ଗଳ ଦ୍ୱିତୀୟସ୍ଥ ଯୋଗୁ ଅର୍ଥସଂକଟ ଦୂରେଇଯିବ। କର୍ମକ୍ଷେତ୍ରରେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ...

ରାଶିଫଳ: ସୋମବାର ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଆଜି ରବି ରେବତୀ ନକ୍ଷତ୍ରରେ ରହିଥିବାରୁ ଦ୍ୱିଜା ଓ କୃତ୍ତିକା ନକ୍ଷତ୍ରଙ୍କ ମିତ୍ରତା ବୃଦ୍ଧି ଘଟିବ । କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା...

ରାଶିଫଳ: ସୋମବାର, ଏପ୍ରିଲ୍‌ ୨୬ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ କୌଣସି ଗ୍ରହର ଦୃଷ୍ଟିପଥାରୂଢ଼ ନ ହେଉଥିବାରୁ ସ୍ବାସ୍ଥ୍ୟ ଯେମିତି ଭଲ ରହିବ ତାହାଠାରୁ ମନ ମଧ୍ୟ ଆହୁରି ଅଧିକ ଭଲ ରହିବ।...

ରାଶିଫଳ: ସୋମବାର, ଜୁନ୍‌ ୨୧ ତାରିଖ – Daily Horoscope

ମେଷ ଆଜି ସପ୍ତମସ୍ଥ ଚନ୍ଦ୍ରଙ୍କ ସହ ଶୁକ୍ରଙ୍କ ନବପଞ୍ଚମ ଯୋଗରୁ ଉତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ...

Advertisement
Archives

Model This Week