Posted inRasifala

ରାଶିଫଳ: ରବିବାର, ଏପ୍ରିଲ୍‌ ୧୧ ତାରିଖ – Daily Horoscope

ମେଷ
ଆଜି ବିଳାସକାରକ ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ମନ ଉତ୍‌ଫୁଲ୍ଲିତ ରହିବ। ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ସାଙ୍ଗକୁ ନୂତନ ସ୍ଥାନ ବୁଲିଯିବାର ସୁଯୋଗ ମିଳିବ। ଅତୀତ ଶତ୍ରୁତାରୁ ମନରେ ଶଙ୍କା ସୃଷ୍ଟି ହେଲେ ହେଁ କିଛି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ବୃଷ
ବୃଷ
ଏକାଦଶରେ ରବି ଓ ବୁଧ ସହ ଚନ୍ଦ୍ରଙ୍କ ସ୍ଥିତି ହେତୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଯାତ୍ରା କରିବାକୁ ବାଧ୍ୟ ହେବେ। ଗୃହ ନିର୍ମାଣ ସମ୍ପର୍କୀୟ କୌଣସି ସମସ୍ୟା କାମକୁ ଅଟକାଇବାର ଆଶଙ୍କା ରହିଛି। ବ୍ୟବସାୟ, ପରିବହନ, ବାଣିଜ୍ୟ, ସଭାସମିତି, ସାହିତ୍ୟ, ସାମ୍ବାଦିକତା, ଏଜେନ୍‌ଶିପ୍‌ ପ୍ରଭୃତିରେ ଆଶା ପୂରଣ ହେବ।
ମିଥୁନ
ମିଥୁନ
ଶନିଙ୍କ ପ୍ରଭାବରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବିଭିନ୍ନ ସୂତ୍ରରୁ ଧାର, କରଜ କରି ଆବଶ୍ୟକତା ପୂରଣରେ ସମର୍ଥ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡ଼ା ନିୟନ୍ତ୍ରଣ ମଧ୍ୟରେ ରହିବ। କର୍ମକ୍ଷେତ୍ରର ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
କେନ୍ଦ୍ରସ୍ଥ ଶୁକ୍ର ଓ ଶନି ହେତୁ ହଜିଲା ଦିନର ଅଭୁଲା ସମୟଗୁଡ଼ିକୁ ମନେପକାଇ ଭାବ ବିଭୋର ହେବେ। କର୍ମକ୍ଷେତ୍ରର ଅବ୍ୟବସ୍ଥା ମାନସିକ ସ୍ଥିତିକୁ ନିରୁତ୍ସାହିତ କରିବ। ନିଜ ଲୋକମାନଙ୍କ ଅନାଦର ଓ ଖାପଛଡ଼ା ମନୋଭାବରୁ ସାମୟିକ ଦୁଃଖୀ ହୋଇପାରନ୍ତି। ଅବଶ୍ୟ ଅର୍ଥନୈତିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ସମ୍ମାନ ଅକ୍ଷୁଣ୍ଣ ରହିବ।
ସି˚ହ
ସି˚ହ
ଚନ୍ଦ୍ର ଅଷ୍ଟମସ୍ଥ ହୋଇ ଶନିଙ୍କ ଦୃଷ୍ଟିରେ ଥିବାରୁ ମନରେ ଅଶାନ୍ତି ସୃଷ୍ଟି ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଷାଦଗ୍ରସ୍ତ କରିପାରେ। ଅଫିସ୍‌ କାମରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ବ୍ୟବସାୟିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ।
କନ୍ୟା
ବୁଧଗ୍ରହ ଶନିଦୃଷ୍ଟ ହେତୁ କାମ ସମ୍ପନ୍ନ ଦିଗରେ ଜଣେ ବିଜାତୀୟ ବ୍ୟକ୍ତିଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସୁଯୋଗର ସଦ୍‌ବ୍ୟବହାର କଷ୍ଟକର ହେବ। ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ କଳହ ହୋଇପାରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ଶୁକ୍ର ଦ୍ୱାଦଶସ୍ଥ ଚନ୍ଦ୍ରଙ୍କ ଯୋଗୁଁ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍‌ସନ ଲାଗି ରହିବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। କଳା, ସାହିତ୍ୟ, ସଙ୍ଗୀତ, ରାଜନୀତି, ସାମ୍ବାଦିକତା, ଅଦାଲତ କ୍ଷେତ୍ରରୁ ଶୁଭଫଳ ପାଇବେ। ପାରିବାରିକ କ୍ଷେତ୍ରରେ ନିଜ ନିଷ୍ପତ୍ତିକୁ ହଠାତ୍‌ ବଦଳାଇପାରନ୍ତି।
ବିଛା
ବିଛା
ସମସ୍ତ ଗ୍ରହ ରାଶିଠାରୁ ସାତୋଟି ସ୍ଥାନରେ ଏକପାଖିଆ ରହିଥିବାରୁ କାର୍ଯ୍ୟ ସାଧନରେ ବ୍ୟତିକ୍ରମ ଅବଶ୍ୟମ୍ଭାବୀ। ସାଧାରଣ କଥାକୁ ନେଇ ଭୁଲ୍‌ ବୁଝାମଣା ହେତୁ ସୁସମ୍ପର୍କରେ ଭଟ୍ଟା ପଡ଼ିପାରେ। ସ୍ବାସ୍ଥ୍ୟ ସମସ୍ୟା ବିଗିଡ଼ିବାରୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଅଷ୍ଟମାଧିପତି ସହ ଦୁଇଟି ଗ୍ରହ ଚତୁର୍ଥସ୍ଥ ଯୋଗୁ ପାରିବାରିକ ସମସ୍ୟା ସତ୍ତ୍ୱେ କାମରେ ଅବହେଳା କରିପାରିବେ ନାହିଁ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ସହ ଯିବାକୁ ବାଧ୍ୟ ହେବେ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
ମକର
ମକର
ଅନୁକୂଳ ଗ୍ରହସ୍ଥିତିଜନିତ ଯେମିତି ଯାହା ଇଚ୍ଛା କରିବେ ତାହା ସମ୍ପନ୍ନ କରିବାରେ କୌଣସି ଅସୁବିଧା ରହିବ ନାହିଁ। ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ନୂତନ ବନ୍ଧୁ ସମ୍ପର୍କ, ଆନୁଷ୍ଠାନିକ କାମ, ଭ୍ରମଣ ଓ ବନ୍ଧୁମିଳନଜନିତ ଖୁସି ଅନୁଭବ କରିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିବ ।
କୁମ୍ଭ
କୁମ୍ଭ
ବୃହସ୍ପତି ଓ ଶନିଙ୍କ ସୁପ୍ରଭାବରେ ଆର୍ଥିକ ସ୍ଥିତି, ପ୍ରକଳ୍ପ କାର୍ଯ୍ୟ, ନୂତନ ଯୋଜନାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ଶ୍ରବଣା ଯାହାକୁ ନିଜର ବୋଲି ମନେକରିବେ ସେ ହିଁ ଧୋକା ଦେଇପାରେ। ପିଲାଙ୍କ ଅଭିଯୋଗକୁ ଗୁରୁତ୍ୱ ନ ଦେବା ବଡ଼ ଭୁଲ୍‌ ହୋଇପାରେ। ପୁରାତନ ରୋଗପୀଡ଼ା ବୃଦ୍ଧି ପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହେବ।
ମୀନମୀନ
ଆଜି ଶୁକ୍ରଙ୍କ ପ୍ରଭାବରୁ ମନ ବହୁତ ଖୁସି ରହିବ। ସରକାରୀ ସ୍ତରରେ କିମ୍ବା ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ। ନିକଟ ଅତୀତରେ ରେବତୀ ନକ୍ଷତ୍ର ବହୁତ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri