Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ
ଆଜି ପରୋକ୍ଷ ଶତ୍ରୁତା କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଭଲ। ଆପଣଙ୍କ କାର୍ଯ୍ୟ ସକାଶେ କୌଣସି ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। କୃତି ଓ କୃତିତ୍ୱ ସକାଶେ ସନ୍ତାନଙ୍କ ଖୁସୀରେ ଖୁସୀ ହୋଇପାରନ୍ତି। ବାହାରେ ଦୀର୍ଘସମୟ କଟାଇବାକୁ କେନ୍ଦ୍ରକରି ନିଜର ଘର ଲୋକମାନଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ସନ୍ତାନଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ଚିନ୍ତା ମନକୁ ଆନ୍ଦୋଳିତ କରିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇ ଆନନ୍ଦ ଅନୁଭବ କରିବେ। ଆଗାମୀ କାଲିର ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋରଦାର କରିପାରନ୍ତି। ଯାତ୍ରା, ବାଣିଜ୍ୟ, ସ୍ଥଗିତକାର୍ଯ୍ୟ ଓ ବିବାଦୀୟ ଘଟଣାକୁ ନେଇ ବ୍ୟସ୍ତତା ଲାଗିରହିବ।
ମିଥୁନ
ମିଥୁନ
ବନ୍ଧୁଙ୍କ ପ୍ରେରଣାରେ ନୂତନ କାମ ଆରମ୍ଭ ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଧାରଣ ଘଟଣାରେ ବିତର୍କଜନିତ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ସମସ୍ୟା ସମାଧାନ କ୍ଷେତ୍ରରେ ଉପରିସ୍ଥଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
କର୍କଟ
କର୍କଟ
ପରୋକ୍ଷ ଶତ୍ରୁତା କାରଣରୁ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ। ଶିଳ୍ପ, ବାଣିଜ୍ୟ, ପରିବହନ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସମସ୍ୟା ସମାଧାନର ଆଶା ରହିଛି। ମୂଲ୍ୟହୀନ କଥାକୁ କେନ୍ଦ୍ରକରି ପରିବାରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହୋଇ ନ ପାରେ।
ସି˚ହ
ସି˚ହ
ସମସ୍ତ ପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ହେବେ। ପୂର୍ବର କଳହ ସମ୍ପୂର୍ଣ୍ଣ ଥମି ନ ଥିବା ହେତୁ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ସାମାଜିକ ସ୍ତରରେ ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ପ୍ରବାସରେ ବନ୍ଧୁଙ୍କ ସାନ୍ନିଧ୍ୟଲାଭରୁ ଏକାନ୍ତତାବୋଧ ହ୍ରାସ ପାଇବ।
କନ୍ୟା
ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପ୍ରଶଂସିତ ହୋଇପାରନ୍ତି। ଜମିଜମା, ଗୃହସୀମା, କିମ୍ବା ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ଚିନ୍ତିତ ରହିବେ।
ତୁଳା
ତୁଳା
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ପ୍ରିୟଜନଙ୍କ ଶୁଭବାର୍ତ୍ତା ମନକୁ ଆହ୍ଲାଦିତ କରିବ। ପୁରୁଣାକଥାକୁ ମନ ଭିତରେ ସ୍ଥାନ ଦେବା କାରଣରୁ ଚିତ୍ରା ନକ୍ଷତ୍ରର ମନଟା ଭଲ ଲାଗି ନ ପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ଜମି ବିବାଦ ଏବଂ କଚେରି ମାମଲାର ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ମନୋରଞ୍ଜନରେ, ବନ୍ଧୁ ମିଳନରେ କିମ୍ବା ସଭାସମିତିରେ ଯୋଗଦେବାର ସୁଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଟେନସନ୍‌ ବଢିପାରେ। ନିଜର ମନେ ହେଉଥିବା କେତେକ ଲୋକ ଅପପ୍ରଚାର ଚଳାଉଥିବାର ଲକ୍ଷ୍ୟ କରି ପାରନ୍ତି।
ଧନୁ
ଧନୁ
ଦୀର୍ଘଦିନର ଆଶା ଓ ଅଭିଳାଷକୁ ପୂରଣ କରିବାକୁ ଚେଷ୍ଟିତ ହେବେ। କର୍ମକ୍ଷେତ୍ରର ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଆଜି କୌଣସି ଦୁଃସାହସିକ କାମରେ କଠୋର ପଦକ୍ଷେପ ନେବା ଠିକ୍‌ ହେବନାହିଁ। ବନ୍ଧୁମାନଙ୍କ ସହ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି।
ମକର
ମକର
ଅଭାବ ଲାଗି ରହିଥିଲେ ମଧ୍ୟ କରଜ କରି କାମ ତୁଲାଇ ନେବେ। ପୂର୍ବଶତ୍ରୁତାରୁ ସମ୍ପର୍କୀୟ ପାଖ ମାଡ଼ିବେ ନାହିଁ। ଆଜି ପାରିବାରିକ କ୍ଷେତ୍ର, ସାମାଜିକ ସ୍ଥିତି, ଅର୍ଥନୈତିକ ପରିସ୍ଥିତି ଭଲ ରହିବ। ବାଣିଜ୍ୟ, ପରିବହନ ତଥା ବ୍ୟବସାୟିକ ଦିଗରୁ ମଧ୍ୟ ଲାଭବାନ ହେବେ। ଯାନ ବାହନରେ ସତର୍କ ରହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ଗୃହକର୍ତ୍ତାଙ୍କ ପରାମର୍ଶକ୍ରମେ ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ଦେଇପାରନ୍ତି। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ଅନୁତାପ କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, କଚେରି ମାମଲା ଓ ପରିବହନରୁ ଲାଭବାନ୍‌ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟାରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଉଥିବା କାରଣରୁ ସାମୟିକ ଖୁସୀ ରହିବେ।
ମୀନମୀନ

ସହକର୍ମୀଙ୍କ ପରୋକ୍ଷ ଅସହିଷ୍ଣୁତା ହେତୁ କାମରେ ପ୍ରତିବନ୍ଧକଜନିତ ଆଶାନୁଯାୟୀ ଅଗ୍ରଗତି ହୋଇ ପାରିବ ନାହିଁ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ବ୍ୟବସାୟରେ ଲାଭ ମିଳିବ; ମାତ୍ର ପରିସ୍ଥିତି ବଶତଃ ଅନ୍ୟ ବାଟରେ ବ୍ୟୟ ହେବାର ସୂଚନା ରହିଛି। ପଡ଼ୋଶୀଙ୍କ ଜରିଆରେ କୌଣସି ଶୁଭଖବର ପାଇ ମନ ଖୁସି ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ଆକସ୍ମିକ ଭାବରେ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ,…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଉଚ୍ଚସ୍ଥ ଚନ୍ଦ୍ର ହେତୁ ଗୃହ, ଭୂମି, ଗାଡି, ମୋଟର ପ୍ରଭୃତିରେ ବନ୍ଧୁବାନ୍ଧବ, ସହକର୍ମୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ସ୍ବାସ୍ଥ୍ୟ ଓ ପିଲାଙ୍କ ବିବାହ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ ସମସ୍ୟା ରହିବ, କିନ୍ତୁ ଦୃଢ଼ ମନୋବଳ ହେତୁ କିଛି ଅସୁବିଧା ହେବନାହିଁ। ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri