Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୦ ତାରିଖ – Daily Horoscope

ମେଷ
ଆଜି କର୍ମସ୍ଥାନରେ ତ୍ରିବେଣୀ ସଂଗମ ପରି ତିନୋଟି ଶୁଭପ୍ରଦ ଗ୍ରହଙ୍କ ସମାବେଶରୁ ସୁଖ, ସୌଭାଗ୍ୟ ପ୍ରାପ୍ତି ହେବ। ସମ୍ମାନଯୁକ୍ତ କର୍ମକ୍ଷେତ୍ର, ବନ୍ଧୁମିଳନ, ବ୍ୟବସାୟିକ ଉନ୍ନତି ଓ ଯାତ୍ରାରେ ଲକ୍ଷ୍ୟପୂରଣ ହୋଇପାରିବ। କୃତ୍ତିକା ସକାଶେ ଦୁଃଚିନ୍ତା ମନକୁ ଆନ୍ଦୋଳିତ କରିବ। ସ୍ବାସ୍ଥ୍ୟ ପ୍ରାୟତଃ ଠିକ୍‌ ରହିବ ଏବଂ ଶୁଭ ଖବର ପାଇବେ।
ବୃଷ
ବୃଷ
ଆଜି ଭାଗ୍ୟଭାବସ୍ଥ ଗ୍ରହମାନେ ଆପଣଙ୍କୁ କୌଣସି କ୍ଷେତ୍ରରେ ନିରାଶ ହେବାକୁ ଦେବେ ନାହିଁ। କିନ୍ତୁ ରୋହିଣୀ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯାଇପାରେ।
ମିଥୁନ
ମିଥୁନ
ଯାତ୍ରା ସମୟରେ ଅପରିଚିତଙ୍କ କଥା ବିଶ୍ୱାସ କରି ହଇରାଣରେ ପଡ଼ିବେ। ଗତକାଲିର କଳିତକରାଳ ବିଷୟର ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ। ମୃଗଶିରା ନକ୍ଷତ୍ର ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। କିନ୍ତୁ ଅପରାହ୍ନେ ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ।
କର୍କଟ
କର୍କଟ
କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି। ପୁନର୍ବସୁ ନକ୍ଷତ୍ର ସକାଶେ ଯାନ ବାହାନ, ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରୁ ଲାଭବାନ ହେବେ। ନିର୍ମାଣାଧୀନ ଗୃହ, ରାସ୍ତାକାମ, କିଛିଦିନ ଅଟକି ରହି ଯାଇପାରେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅପରାଜିତ ରହିବେ ଓ ଆଇନ ଅଦାଲତର ରାୟ ସପକ୍ଷରେ ଯିବ।
ସି˚ହ
ସି˚ହ
ଅଟକି ରହିଥିବା କାମଗୁଡ଼ିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରିବେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାରଣରୁ ମନ ହାଲୁକା ହୋଇଯିବ। ଉତ୍ତରାଫାଲଗୁନୀ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ।
କନ୍ୟା
ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ। ହସ୍ତା ନକ୍ଷତ୍ର ପାଖ, ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ତୁଳା
ତୁଳା
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ସ୍ବାତୀ ନକ୍ଷତ୍ର ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ସାମାଜିକ ସ୍ତରରେ ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇପାରନ୍ତି।
ବିଛା
ବିଛା
ଆଜି ଦିନସାରା ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ଅନୁରାଧା ନକ୍ଷତ୍ର ଭୁଲ୍‌ ରାସ୍ତାରେ ପାଦଦେଇ ଅସୁବିଧାରେ ପଡ଼ିପାରନ୍ତି। କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତାରୁ ଆମତ୍ତୃପ୍ତି ଲାଭ କରିବେ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବାର ସୁଯୋଗ ପାଇବେ।
ଧନୁ
ଧନୁ
କଚେରି ମାମଲାର ଟେନ୍ସନ ଓ କର୍ମକ୍ଷେତ୍ରରେ ଅସ୍ଥିରତା ମାନସିକ ଅଶାନ୍ତିର କାରଣ ହୋଇପାରେ। ସଭାସମିତିରେ ବନ୍ଧୁବର୍ଗ ଏବଂ ସହକର୍ମୀଙ୍କର ପ୍ରଶଂସା ପାଇ ଖୁସି ହେବେ। ପ୍ରକାଶନ, ଏଜେନ୍ସିପ୍‌, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଯାତ୍ରା ସମୟରେ ଅପରିଚିତ ଚିନ୍ତାର କାରଣ ହୋଇପାରନ୍ତି।
ମକର
ମକର
ଆତ୍ମୀୟଙ୍କ ଶତ୍ରୁତା, ଈର୍ଷାପରାୟଣ, ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ବିଭିନ୍ନ ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ପାଇବେ। ପ୍ରତୀକ୍ଷା କରିଥିବା କୌଣସି ଖବର ମଧ୍ୟାହ୍ନରେ ପାଇ ଖୁସି ହୋଇପାରନ୍ତି। ପିଲାଙ୍କ ବିଷୟ, ଛୋଟଜାତିର ବ୍ୟକ୍ତିଙ୍କ ସହ କଳହ, ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିବ।
କୁମ୍ଭ
କୁମ୍ଭ
ଆଜି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶତଭିଷା ନକ୍ଷତ୍ର ସାହିତ୍ୟ,ସାମ୍ବାଦିକତା,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ମୀନମୀନ
ଆଜି ପରିବାର କଥାନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‍ ବୁଝାମଣାଜନିତ ମତପାର୍ଥକ୍ୟର ଆଶଙ୍କା ରହିଛି। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। କର୍ମକ୍ଷେତ୍ରରେ ସୁସମ୍ପର୍କ ଅଭାବରୁ…

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri