Posted inRasifala

ରାଶିଫଳ: ସୋମବାର, ଜୁନ୍‌ ୧୦ ତାରିଖ – Daily Horoscope

ମେଷ
ଆଜି ଆର୍ଥିକ ସ୍ବଚ୍ଛଳତା ଓ ବନ୍ଧୁଙ୍କ ସାନ୍ନିଧ୍ୟରୁ ଖୁସି ହେବେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ନିଜର କାମଗୁଡିକୁ ସ୍ଥଗିତ ରଖି ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ। ସ୍ବଗୃହୀ ଶନିଙ୍କ ପ୍ରଭାବରୁ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ପ୍ରିୟବ୍ୟକ୍ତି ସାହାଯ୍ୟ କରିବେ। ଈର୍ଷା ପରାୟଣ ବ୍ୟକ୍ତି ଆପଣଙ୍କ ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିବେ। ବନ୍ଧୁମାନଙ୍କ ସହାୟତା ଲାଭକରି କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।
ମିଥୁନ
ମିଥୁନ
ସମସ୍ୟା ରହିଥିଲେ ମଧ୍ୟ ହାତକୁ ନେଇଥିବା ଗୁରୁତ୍ୱପୂର୍ଣ୍ଣ କାମଟି ବାଧାପ୍ରାପ୍ତ ହେବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତୀକ୍ଷା କରିଥିବା ଲୋକଟିକୁ ନ ପାଇ ବ୍ୟସ୍ତ ହୋଇପଡିବେ। ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଆମତ୍ୀୟଙ୍କ ସହୃଦୟତାରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ।
କର୍କଟ
କର୍କଟ
ମାନସିକ ଓ ଶାରୀରିକ ସୁସ୍ଥତା ରହିଲେ ମଧ୍ୟ ସାମାଜିକ ସ୍ତରରେ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି। ଆଜି ଯେଉଁ ଜିନିଷ ପାଇବାକୁ ଅପେକ୍ଷା କରିଛନ୍ତି ତାହା ବିଳମ୍ବରେ ପାଇବେ। ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବିଭିନ୍ନ ସମସ୍ୟା ଭିତରେ ଚଳୁଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ।
ସି˚ହ
ସି˚ହ
ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନ ପାରେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ଉତ୍ତରା ଫାଲଗୁନୀ ନକ୍ଷତ୍ରର ଅଧିକାଂଶ ସମୟ ବିଚଳିତ ରହିବା କାରଣରୁ ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ବନ୍ଧୁଙ୍କ ଜରିଆରେ ଅପରାହ୍ନେ ଶୁଭ ଖବର ପାଇପାରନ୍ତି।
କନ୍ୟା
ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ସହ ଋଣଭାର ପରିଶୋଧ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ତୁଳା
ତୁଳା
ବିଶେଷ ଅସୁବିଧା ନ ଥିଲେ ମଧ୍ୟ ନିଜ ଲୋକଙ୍କ ଆଚରଣ ଓ ବ୍ୟବହାରର ବିଷମତାକୁ ନେଇ ଚିନ୍ତିତ ରହିପାରନ୍ତି। ଅଯଥା ଅପବ୍ୟୟଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ପରୋକ୍ଷ ଶତ୍ରୁତାଜନିତ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ।
ବିଛା
ବିଛା
ମନରେ ବହୁତ କଥା ଭରି ରହିଥିଲେ ମଧ୍ୟ ନୀରବତାକୁ ପସନ୍ଦ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ କାମ ପଛକୁ ପକାଇ ଅନ୍ୟମାନଙ୍କ କାମରେ ଅନୁପ୍ର୍ରବେଶ କାରଣରୁ ମନ ସର୍ବଦା ବିଚଳିତ ରହିବ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବା କଷ୍ଟକର ହୋଇପଡିବ।
ଧନୁ
ଧନୁ
ପ୍ରତ୍ୟେକ କାମରେ ସମସ୍ୟା ଓ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ। ଜଣେ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କରିପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟ ହେବ। ସମୟ ଓ ପରିସ୍ଥିତିର ତାଡନାରେ ଆଜି କଠୋର ପରିଶ୍ରମଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
ମକର
ମକର
କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରି ମନୋବଳ ବୃଦ୍ଧି ପାଇବ। ଶିକ୍ଷା, ଆଲୋଚନା, ଗଠନମୂଳକ କାମ ଓ ଲେଖାପଢା କ୍ଷେତ୍ରରୁ ଶୁଭଫଳ ପାଇବେ। ପରିବାରରେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କଲେ ଅନର୍ଥ ହୋଇପାରେ। ଅର୍ଥସଂକଟ ହେତୁ କେତେକ କାମ ଅଟକି ରହିଯିବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ ଏବଂ ଯାହା ଚାହୁଁଛନ୍ତି ତାହା ପାଇବେ। ଆଲୋଚନା, ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ଆସିପାରେ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ପ୍ରବୃତ୍ତି ତ୍ୟାଗ କଲେ କେତେକାଂଶରେ ଉପକୃତ ହେବେ। ଆଜି ସକାଳୁ ସକାଳୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିବ।
ମୀନମୀନ

ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଓ ବନ୍ଧୁବର୍ଗଙ୍କ ସମାଦର ଦିନଟିକୁ ରୁଚିପୂର୍ଣ୍ଣ କରାଇବ। ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ଲାଭ କରି କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri