Posted inRasifala

ରାଶିଫଳ: ବୁଧବାର, ଜାନୁୟାରୀ ୧୦ ତାରିଖ – Daily Horoscope

ମେଷ
ଅଧିକାଂଶ ସମୟ ନିରୁତ୍ସାହିତ ରହିବା ଫଳରେ ମନୋରଞ୍ଜନ ପ୍ରୀତିପ୍ରଦ ହେବନାହିଁ। ବନ୍ଧୁଙ୍କ ଆସିବା ବଟକୁ ଅପେକ୍ଷା କରିବା ସକାଶରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ବିବାଦୀୟ ଘଟଣାରେ କୌଣସି ପକ୍ଷ ସମର୍ଥନ କରିବା ଠିକ୍‌ ନ ହୋଇପାରେ।
ବୃଷ
ବୃଷ
ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ଲାଗିପାରେ। ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ ଏବଂ ଏହାକୁ ସୁଧାରିବା କଷ୍ଟକର ହୋଇପଡ଼ିବ। ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ଏବଂ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ମିଥୁନ
ମିଥୁନ
ବହୁତ ଦିନରୁ ଚେଷ୍ଟା କରି ମଧ୍ୟ ପାଇ ନ ଥିବା ପ୍ରାପ୍ୟଧନ ଆଜି ପାଇବେ। ଆତ୍ମୀୟଙ୍କ ସାହାଯ୍ୟରୁ ସଭାସମିତି, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ରହିବ। ଅନ୍ୟମାନଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ କୌଣସି ସମସ୍ୟା ରହିବ ନାହିଁ।
କର୍କଟ
କର୍କଟ
ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଭଲରେ ଭଲରେ କଟିବ। ଆପଣଙ୍କ କାମରେ ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଓ ବିବାଦୀୟ ଘଟଣାରେ ବିଜୟୀ ହେତୁ ଖୁସି ରହିବେ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ଓ ବିଭିନ୍ନ କଥା ଚିନ୍ତା କରି ମନଟା ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ସାମାଜିକ ସ୍ତରରେ କଲ୍ୟାଣମୂଳକ କାମକରି ପ୍ରଶଂସିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ପୂର୍ଣ୍ଣ ସନ୍ତୋଷ କୌଣସି କାମରେ ଆସିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ବହୁତ ବିଳମ୍ବରେ ହେଉଥିବାରୁ କ୍ରମଶଃ ବ୍ୟସ୍ତତା ବଢ଼ିଯିବ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବା ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ। ନିଜ ପରିସରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ।
ତୁଳା
ତୁଳା
ପାରିବାରିକ କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଫଳରେ ଅନର୍ଥ ସୃଷ୍ଟି ହୋଇପାରେ। ଆଶଙ୍କା ଦୂର ହେବ ଏବଂ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ। ବ୍ୟୟ ଭାର କ୍ରମଶଃ କମି କମି ଆସିବା କାରଣରୁ ମାନସିକ ସ୍ଥିରତା ପାଇବେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେବାର ସୂଚନା ରହିଛି।
ବିଛା
ବିଛା
କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। କିନ୍ତୁ୍‌ ଯେମିତି ଓ ଯାହା ଛାହୁଁଛନ୍ତି କିମ୍ବା ଭାବୁଛନ୍ତି ଠିକ୍‌ ସେପରି ଫଳ ହାତେ ହାତେ ମିଳିଯିବ। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତା କାରଣରୁ ମହିଳାମାନଙ୍କ ମନୋବଳ ବୃଦ୍ଧି ପାଇବ।
ଧନୁ
ଧନୁ
ଦିନସାରା ଆପଣଙ୍କୁ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ମିଳିବ। ବ୍ୟବସାୟ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଭାସମିତି ପାଇଁ ଦିନଟି ବହୁତ ଭଲ। ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ମକର
ମକର
ପାରିବାରିକ ସମସ୍ୟାର ସମାଧାନ କରି ଏକପ୍ରକାର ଆମତ୍ତୃପ୍ତି ଲାଭ କରିବେ। ରାଜନୀତି, ଜମିଜମା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟେକ କ୍ଷେତ୍ରରେ ଅପେକ୍ଷାକୃତ ଅସୁବିଧା ଭୋଗିବେ କିନ୍ତୁ କୌଣସି କାମ ଅଟକିବ ନାହିଁ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ସୃଷ୍ଟି ହେବାରୁ ମନ ଅସ୍ଥିର ରହିବ। ଜମିଜମା କାରବାରରେ ଅଗ୍ରଗତି, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ ଓ ଆନୁଷ୍ଠାନିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ଅଫିସିଆଲି ବାଦବିବାଦରେ ଆପୋଷ ସମାଧାନ ଘଟିବ। ଘରେ ଅସାବଧାନତାବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ।
ମୀନମୀନ

ଅଶାନ୍ତ ପରିସ୍ଥିତିରେ ସୁଧାର ଆସିବା କାରଣରୁ ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ। ପଡ଼ୋଶିନୀଙ୍କ ସହିତ ଭୁଲ୍‌ ବୁଝାମଣା ଦୂରେଇବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଲୋଚନା କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଅଷ୍ଟମ ଚନ୍ଦ୍ରଜନିତ ସମସ୍ୟା ଲାଗିରହିବା କାରଣରୁ ଗତକାଲିଠାରୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ବିଭିନ୍ନ...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ଆଜି ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ଅଭାବ ପୂରଣ ଦିଗରେ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।...

ରାଶିଫଳ: ବୁଧବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପାରିବାରିକ ଜୀବନରେ ଟେନ୍‌ସନ କିଛି ମାତ୍ରାରେ କମିଯାଇପାରେ। ପ୍ରତ୍ୟେକ କାମରେ ସହଯୋଗ...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆଜି ଅଶ୍ୱନୀ ନକ୍ଷତ୍ର ହଠାତ୍‌ କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ...

ରାଶିଫଳ: ସୋମବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନକୁ ମଙ୍ଗଳଙ୍କ ଦୃଷ୍ଟିଜନିତ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା ଲାଭ ସାଙ୍ଗକୁ କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସହିତ ରହିବେ। ସକାଳ ଯାତ୍ରା, ବ୍ୟବସାୟ ଓ ବନ୍ଧୁମିଳନ ପାଇଁ...

ରାଶିଫଳ: ରବିବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ କୈାଣସି ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବା ସକାଶେ ପାରିବାରିକ ସମର୍ଥନ...

ରାଶିଫଳ: ଶନିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜି ଗୁରୁଦୃଷ୍ଟ ଚନ୍ଦ୍ର ପରିବାରିକ କ୍ଷେତ୍ର,ନୂତନ ବନ୍ଧୁ ସମ୍ପର୍କ,ଧାର୍ମିକ କାଯର୍‍ୟ,ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। ଆକସ୍ମିକ ଭାବରେ ସକାଳୁ ସକାଳୁ ବନ୍ଧୁଙ୍କ  ସହ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ବୁଧ କ୍ଷେତ୍ରସ୍ଥ ମଙ୍ଗଳଙ୍କ ପ୍ରଭାବରେ ଟେନ୍ସନ ଲାଗିରହିଲେ ମଧ୍ୟ ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପନ୍ନ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ମନୋବଳ ବୃଦ୍ଧି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri