Posted inRasifala

ରାଶିଫଳ: ସୋମବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ପୂର୍ବ ଆଲୋଚନା କ୍ରମେ ବନ୍ଧୁଙ୍କ ସହ ଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରେ ସଫଳତା ଯୋଗୁ ଆନନ୍ଦିତ ହେବେ। ରଚନାମତ୍କ କାର୍ଯ୍ୟ, କ୍ରୀଡ଼ା, ସଙ୍ଗୀତାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ, ସରକାରୀ ସ୍ତରରୁ, ଜମାଟଙ୍କାରୁ କିମ୍ବା ବନ୍ଧୁଙ୍କ ନିକଟରୁ ଅର୍ଥ ପାଇ ଖୁସି ହେବେ। ପାରିବାରିକ ସ୍ତରରେ ଗୁରୁବର୍ଗଙ୍କ ନିକଟରୁ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
କର୍ମାରମ୍ଭରେ କିମ୍ବା ଆନୁଷ୍ଠାନିକ କାମରେ ଉତ୍ସାହିତ ହେବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ଅନ୍ୟଥା ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବ୍ୟାହତ କରିବ। ପୁନର୍ବସୁ ମିଥୁନ ବ୍ୟବସାୟୀମାନେ ସମସ୍ୟା ଓ ପ୍ରତିବନ୍ଧକକୁ ଯଥାସାଧ୍ୟ ପ୍ରତିହତ କରିପାରିବେ। ବନ୍ଧୁଙ୍କ ସହ ଆଲୋଚନା କିମ୍ବା ଯାତ୍ରା ତରବରିଆ ଭାବେ କରନ୍ତୁ ନାହିଁ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ସମ୍ପର୍କୀୟଙ୍କ ସାହାଯ୍ୟ ଦ୍ୱାରା କାମ ହାସଲ କରାଇବ। କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହିବା ସାଙ୍ଗକୁ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଉଚ୍ଚବର୍ଗଙ୍କ ପୃଷ୍ଠପୋଷକତାରୁ କାର୍ଯ୍ୟସିଦ୍ଧି କିମ୍ବା ବନ୍ଧୁ ମିଳନରୁ ଉସତ୍ାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହିପାରନ୍ତି।
ସି˚ହ
ସି˚ହ
ପୂର୍ବାଫାଲଗୁନୀ ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ରହିଥିବା ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହେବେ। ନିକଟ ସମ୍ପର୍କୀୟମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ କୈାଶଳ ଅବଲମ୍ବନ କରିବାକୁ ପଡିବ। ଅଫିସରେ ଉଚ୍ଚବର୍ଗ ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ଆଜି ହସ୍ତା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିବା ଯୋଗୁ ଅଶାନ୍ତି ମନକୁ ବିଚଳିତ କରିବ। ପରୋକ୍ଷ ଶତ୍ରୁତା ହେତୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ସମ୍ଭାବନା ରହିଛି। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହ ସଜ୍ଜାରେ ମନୋନିବେଶ କରିବେ। ଅଫିସ୍‌ କାମରେ ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରି ଋଣମୁକ୍ତ ହୋଇପାରନ୍ତି। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ସମସ୍ୟା ଆସିପାରେ। ସ୍ବାତୀ ନକ୍ଷତ୍ର ଆପୋସ ଆଲୋଚନା ଦ୍ୱାରା ବନ୍ଧୁଙ୍କ ସମସ୍ୟାର ସମାଧାନ ହେବ।
ବିଛା
ବିଛା
ଆଜିର ଯାତ୍ରାରେ ସଫଳତା ଅବଶ୍ୟ ମିଳିବ, କିନ୍ତୁ ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ। ଈର୍ଷା ପରାୟଣ ପାଖ ଲୋକ ଅପପ୍ରଚାର କରିପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ରର କଳା, ସାହିତ୍ୟ, କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ମୂଳା ନକ୍ଷତ୍ର ସକାଶେ ବିଗିଡିଯିବ। କେତେକ କ୍ଷେତ୍ରରେ ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିବାର ସୂଚନା ରହିଛି। ଆଜିର ଦିନଚର୍ଯ୍ୟାରେ ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ରାଜନୀତିରେ ପ୍ରଶଂସିତ ହେବେ।
ମକର
ମକର
ବିଭିନ୍ନ ପ୍ରକାର ସମସ୍ୟା ବିଜଡିତ ଯୋଗୁ ଆପଣ ମାନସିକ ସନ୍ତୁଳନ ହରାଇପାରନ୍ତି। ଶ୍ରବଣା ନକ୍ଷତ୍ର ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ପରିସ୍ଥିତିବଶତଃ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବାର ସୂଚନା ରହିଛି। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ମତାନ୍ତରଜନିତ କେତେକ ସମସ୍ୟାର ସମ୍ମୁଖୀନ ହେବେ। ଶତଭିଷା ନକ୍ଷତ୍ରର ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ଚିନ୍ତିତ ହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ। ବ୍ୟବସାୟ, ବନ୍ଧୁସମ୍ପର୍କ, ଆଲୋଚନା, କ୍ରୟବିକ୍ରୟ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ।
ମୀନମୀନ

ଅନ୍ୟମାନଙ୍କୁ ଆପଣାର କରିବା ସକାଶେ ବିଭିନ୍ନ ଉପାୟ ଅବଲମ୍ବନ କରି କୃତକାର୍ଯ୍ୟ ହେବେ। ରେବତୀ ନକ୍ଷତ୍ର କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?