Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ
ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ। କାଳେ ଦେବାକୁ ପଡ଼ିବ, ଏହି ଚିନ୍ତାରେ ସମ୍ପର୍କୀୟ ପାଖ ମାଡ଼ିବେ ନାହିଁ। ଗୁରୁଜନଙ୍କ ପରାମର୍ଶ କ୍ରମେ କାମ କଲେ ସମସ୍ୟାର ସରଳ ସମାଧାନ ହେବାର ସମ୍ଭାବନା ରହିଛି ।
ବୃଷ
ବୃଷ
ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ସମ୍ମାନ ପାଇବେ କିନ୍ତୁ ଅନ୍ୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି । କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ । ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।
ମିଥୁନ
ମିଥୁନ
ଆଦୌ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ସମସ୍ୟାକୁ ବଢ଼ାଇ ଦେଇ ପାରନ୍ତି । ସମସ୍ୟା ଆସିଲେ ମଧ୍ୟ ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ। ପୁରାତନ ରୋଗର ପୀଡ଼ା ସାମୟିକ ମନକୁ ବିଷାଦିତ କରିବ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ଉଚିତ ପଦେକ୍ଷପ ନିଅନ୍ତୁ।
କର୍କଟ
କର୍କଟ
ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବ,ମାତ୍ର ଏଥିପାଇଁ ବହୁତ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡ଼ିବ । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ ବନ୍ଧୁମାନଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ଆଜି ଇଚ୍ଛା ନ ଥାଇ ମଧ୍ୟ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ପ୍ରଶାସନିକ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
କନ୍ୟା
ମନୋଭାବ ବଦଳିଯିବା କାରଣରୁ ପ୍ରିୟ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡ଼ିବ ନାହିଁ। । ବ୍ୟବସାୟରେ କ୍ରମଶଃ ଲାଭ ଅପେକ୍ଷା କ୍ଷତି ଅଧିକ ହେବ। ଯାନ୍ତ୍ରିକ ଜିନିଷ କ୍ରୟ, ବିକ୍ରୟ କିମ୍ବା ପରିବହନରେ ଝଗଡ଼ା ଲାଗିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଖୁସି ରହିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ମନ ଭଲ ନ ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢ଼ାଇ ନେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ବିଛା
ବିଛା
ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରା ମନକୁ ଆହ୍ଲାଦିତ କରିବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ କୌଣସି ଜିନିଷ ହଜାଇଦେଇ ପାରନ୍ତି। ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ସ୍ବାସ୍ଥ୍ୟହାନି କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି।
ମକର
ମକର
କୌଣସି ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସ୍ଥଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ। କେତେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
କେତେକ କ୍ଷେତ୍ରରେ ନିଜକୁ ନୂ୍ୟନ ମନେ କରିପାରନ୍ତି। ଶତଭିଷା ନକ୍ଷତ୍ର ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକଲେ ମଧ୍ୟ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବାର ଆଶା କରାଯାଇପାରେ।
ମୀନମୀନ
କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ବିଷୟରେ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରି କଟୁ କଥା କହିବାକୁ ପଛାଇବେ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri