Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କ୍ଷେତ୍ରରେ କିଛି ସମସ୍ୟା ଲାଗି ରହିବ, କିନ୍ତୁ କୃତ୍ତିକା ନକ୍ଷତ୍ରର କିଛି ଅସୁବିଧା ହେବନାହିଁ । ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ। ଗୁରୁଜନଙ୍କ ପରାମର୍ଶ କ୍ରମେ କାମ କଲେ ସମସ୍ୟାର ସରଳ ସମାଧାନ ହେବାର ସମ୍ଭାବନା ରହିଛି ।
ବୃଷ
ବୃଷ
ଆଜି ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ସମ୍ମାନ ପାଇବେ କିନ୍ତୁ ଅନ୍ୟମାନେ ବିରୁଦ୍ଧାଚରଣ କରିପାରନ୍ତି। ରୋହିଣୀ ନକ୍ଷତ୍ର କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି ।
ମିଥୁନ
ମିଥୁନ
ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି । ସମସ୍ୟା ଆସିଲେ ମଧ୍ୟ ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ। ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନାହିଁ, ଯାହା କି କଳହର କାରଣ ହୋଇପାରେ । ଆରଦ୍ରା ନକ୍ଷତ୍ରର ପୁରାତନ ରୋଗର ପୀଡ଼ା ସାମୟିକ ମନକୁ ବିଷାଦିତ କରିବ।
କର୍କଟ
କର୍କଟ
ଆଜି ଯାହା କରନ୍ତୁ , ସବୁ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ଅଶ୍ଳେଷା ନକ୍ଷତ୍ରର କିନ୍ତୁ ବାଣିଜ୍ୟ, ବ୍ୟବସାୟ ବିଶେଷଭାବେ ଆଶାନୁରୂପ ନ ହୋଇପାରେ। କର୍ମାରମ୍ଭ ପ୍ରୀତିପଦ ହେବ, ଏଥିପାଇଁ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡିବ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ତଥା ବନ୍ଧୁଙ୍କ ମଧ୍ୟରେ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଗତକାଲିଠାରୁ ଆପଣ ଯାହା ପାଇବାକୁ ଇଚ୍ଛା କରୁଛନ୍ତି ତାହା ନିଶ୍ଚିତ ମିଳିବ କିନ୍ତୁ ଅପରାହ୍ନରେ । ମଘା ନକ୍ଷତ୍ର ସକାଶେ ଆଜି ଇଚ୍ଛା ନ ଥାଇ ମଧ୍ୟ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
କନ୍ୟା
ବିଳମ୍ବରେ କାମଗୁଡିକ ସମ୍ପନ୍ନ ହେବାରୁ ମନରେ ସରସତା ରହିବ ନାହିଁ । ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତିମାନେ ବିଳାସ ଉପକରଣ କିଣିବା ସକାଶେ ଘରୁ ବରାଦ ପାଇ ପାରନ୍ତି । ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବେ। ମନୋଭାବ ବଦଳିଯିବା କାରଣରୁ ପ୍ରିୟ ବନ୍ଧୁ ସାହାଯ୍ୟ ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡିବେ ନାହିଁ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ଚିତ୍ରା ନକ୍ଷତ୍ର, ମନ ଭଲ ନ ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢାଇ ନେବେ । ପାଖ,ପଡୋଶୀମାନେ ନିଜ ନିଜର ସ୍ବାର୍ଥସାଧନ ମାନସରେ ମନ ବୁଝିଲା ଭଳି କଥା କହି କାର୍ଯ୍ୟ ହାସଲ କରିବେ।
ବିଛା
ବିଛା
ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରା ମନକୁ ଆହ୍ଲାଦିତ କରିବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ଜ୍ୟେଷ୍ଠା ନକ୍ଷତ୍ର ବ୍ୟକ୍ତିମାନେ କଳା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଭଲ ବ୍ୟବହାର କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ଜରିଆରେ ବକେୟା ଆଦାୟରେ ସକ୍ଷମ ହେବେ। ବାଣିଜ୍ୟ, ବ୍ୟବସାୟ, ଆଧ୍ୟାମତ୍ିକ କାର୍ଯ୍ୟକ୍ରମରେ ଯଥା ସମ୍ଭବ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ମକର
ଆଜି ସକାଳୁ ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଥଣ୍ଡା ଜନିତ କାରଣରୁ ଦେହଟା ଭଲ ଲାଗିବ ନାହିଁ। କଳା, ସାହିତ୍ୟ, ପରିବହନ ସମସ୍ୟା ସମାଧାନ ହୋଇଯିବ । ସ୍ଥଗିତ ନିର୍ମାଣ କାର୍ଯ୍ୟରେ ଉନ୍ନତି ହେବ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ନିଜର ଅସହାୟତାକୁ ଚିନ୍ତାକରି କେତେକ କ୍ଷେତ୍ରରେ ନ୍ୟୁନ ବୋଧ ହୋଇପାରେ । କାମଗୁଡିକ ନ ହେବା କାରଣରୁ ଦୁଃଖ ପ୍ରକାଶ କରିବେ । ଶତଭିଷା ନକ୍ଷତ୍ର ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ
ଯେମିତି ଭାବୁଛନ୍ତି ସେମିତି କଲେ ସବୁ ଠିକ୍‌ ହୋଇଯିବ। ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡିପାରେ। ପାରିବାରିକ ସମସ୍ୟା ବିଷୟରେ ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ନିକଟସ୍ଥ ବନ୍ଧୁ ଦ୍ୱାରା କାମ ହାସଲ କରିବେ। ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri