ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି କଳାକୃତିର ପ୍ରସିଦ୍ଧି ଯୋଗୁ ଏଥିରେ ନିୟୋଜିତ କାରିଗରମାନଙ୍କୁ କିଛି ରୋଜଗାର ପନ୍ଥା ମିଳିଯାଇଥାଏ। ତେବେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା, ମହୋତ୍ସବରେ ନାନା ପ୍ରକାର ହସ୍ତ କଳାକୃତି ଦେଖିବାକୁ ମିଳେ। କିନ୍ତୁ ଶିଙ୍ଗ ହସ୍ତଶିଳ୍ପ କଳା କାରିଗରି ପାଇଁ ରାଜ୍ୟରେ ପାରଳାଖେମୁଣ୍ଡି ଜିଲାର ନଁା ରହିଛି। ଏହାବ୍ୟତୀତ ଓଡ଼ିଶାର ଆହୁରି କେତେକ ସ୍ଥାନର ହସ୍ତଶିଳ୍ପ କାରିଗରମାନେ ଶିଙ୍ଗରେ ବିଭିନ୍ନ କଳାକୃତି କରିଥାନ୍ତି। କିନ୍ତୁ ଶିଙ୍ଗର ପାନିଆ ସବୁଠୁ ଲୋକପ୍ରିୟ। ପାନିଆକୁ ବାଦ ଦେଲେ ଶିଙ୍ଗରେ ତିଆରି ଆହୁରି ଅନେକ ପ୍ରକାର ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରିକରି ହସ୍ତଶିଳ୍ପ କାରିଗରମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ଏମିତି ଶିଙ୍ଗ ହସ୍ତଶିଳ୍ପ କାରିଗରୀକୁ ପେଷା କରି ପରିବାର ପ୍ରତିପୋଷଣ କରୁଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଅନ୍ତର୍ଗତ ବାଉଁଶିଆ ଗ୍ରାମପଞ୍ଚାୟତର କଙ୍କି ଗାଁର କେତେଜଣ କାରିଗର। ସେମାନଙ୍କ ମଧ୍ୟରେ ଶିଶିର ଇନ୍ଦ୍ରଜିତ୍‌ ସିଂ, ବୟସ ପ୍ରାୟ ୬୧ହେବ। ସେ କୁହନ୍ତି,ଚାଷ ପରେ ବଳକା ସମୟରେ ଆମେ ଏହି ଶିଙ୍ଗ ହସ୍ତକଳା କଳା କାରିଗରି କରିଥାଉ। ମୋ ବାପା ନିତ୍ୟାନନ୍ଦ ଇନ୍ଦ୍ରଜିତ୍‌ ସିଂ ଥିଲେ ଜଣେ ଶିଙ୍ଗ ହସ୍ତଶିଳ୍ପୀ କାରିଗର। ସେ ଉତ୍କଳ ଗୌରବ ମଧୁସୂଦନ ଶିଙ୍ଘ ସମବାୟ ସମିତିରୁ ଏହି କାମ ଶିଖିଥିଲେ। ସମୟକ୍ରମେ ତାଙ୍କଠାରୁ ଶିଙ୍ଗକାମ ଶିଖିଛି। ଆମ ଗାଁର ହାତଗଣତି କେତେଜଣ କାରିଗର ଏହି ହସ୍ତଶିଳ୍ପ କାରିଗରି କାମକୁ ବଳକା ସମୟରେ କରିଥାନ୍ତି । ଏମିତିରେ ପ୍ରାୟ ୧୯୭୨ ମସିହାରୁ ଏହି କାର୍ଯ୍ୟ ପ୍ରତି ଆଗ୍ରହୀ ହୋଇ ବାପାଙ୍କଠାରୁ ତାଲିମ ନେଲି ଏବଂ ପରେ ଗୁରୁ କୁଳମଣି ମହାରଣାଙ୍କଠାରୁ ଟ୍ରେନିଂ ପାଇଛି। ପରେ ୧୯୮୨ମସିହାରୁ କଟକ ଡିଆଇସିରୁୁ ଟ୍ରେନିଂ ନେଇ ଶିଙ୍ଗ ହସ୍ତକଳା କାରିଗରି କାମକୁ ଚାଲୁରଖିଛି। ବଳକା ସମୟରେ ମୋ ପୁଅ ଏହି କାର୍ଯ୍ୟରେ ସାହାଯ୍ୟ କରିଥାଏ। ମାତ୍ର ଏହି ଶିଙ୍ଗ ହସ୍ତଶିଳ୍ପ କଳା କାରିଗରିରେ ଜଣେ ଯଦି ସବୁଦିନ ପରିଶ୍ରମ କରନ୍ତି ତେବେ ମାସକୁ ପ୍ରାୟ ୧୦ରୁ ୧୬ହଜାର ଟଙ୍କା ରୋଜଗାର ହୋଇପାରେ। ଏଥିରେ ବିଭିନ୍ନ ପ୍ରକାର ଯଥା ଫୁଲଦାନୀ, ପେନ୍‌ଷ୍ଟାଣ୍ଡ, ଡଙ୍ଗା, ବିଭିନ୍ନ ପଶୁପକ୍ଷୀ ଭାବେ ବଗ, ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଫୁଲଆଦି କେତେକ ସାମଗ୍ରୀ ତିଆରି କରିଆସୁଛୁ। ଆଜକୁ ପ୍ରାୟ ୫୦ବର୍ଷ ଧରି ଏପରି ଶିଙ୍ଗ ହସ୍ତଶିଳ୍ପ କଳା କାରିଗରି କାମ କରିଆସୁଛୁ। ଆମ ସହିତ ଆଉ କେତେଜଣ କାରିଗର ମଧ୍ୟ ଏହି କାମକୁ ଶିଖିଥାନ୍ତି। ଶିଙ୍ଗ ସଂଗ୍ରହ ପାଇଁ କେତେକ ବ୍ୟକ୍ତି ବିଭିନ୍ନ ସ୍ଥାନରୁ ମୃତ ମଇଁଷି,ବଳଦର ଶିଙ୍ଗକୁ ସଂଗ୍ରହକରି ବିକ୍ରି କରିଥାନ୍ତି। ସେହି ଶିଙ୍ଗକୁ ଦେଖି ତା’ର ଦାମ ପରଖିଥାଉ। ଶିଙ୍ଗର କୌଣସି କଳାକୃତି ତିଆରି କରାଯିବା ପୂର୍ବରୁ କିଣା ଯାଇଥିବା ମଇଁଷ କିମ୍ବା ବଳଦ ଶaିଙ୍ଗକୁ ସାଇଜକରି କାଟିଥାଉ। ଯେପରି ସୁବିିଧାରେ ଉକ୍ତ ଶିଙ୍ଗରେ ସୁନ୍ଦର କଳାକୃତି ହୋଇପାରିବ ସେଥିପାଇଁ ଶିଙ୍ଗକୁ ନିଆଁରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସେକି ସିଧା ଓ ବଙ୍କା କରାଯାଇଥାଏ। ଏହା ପରେ ଶିଙ୍ଗ ଉପରେ ବିଭିନ୍ନ ଚିତ୍ର ଆଙ୍କି ତାକୁ ବିଭିନ ଆକୃତିର ରୂପ ଦେଇଥାନ୍ତି। ତିଆରି ହୋଇଥିବା ଶିଙ୍ଗର ହସ୍ତକଳା କୃତିକୁ କିଛି ସମୟ ପାଣିରେ ଭିଜାଇ ରଖିବାକୁ ପଡ଼ିଥାଏ। ଏହାପରେ ସେହି କଳାକୃତିକୁ ମସୃଣ ବା ପଲିସ କରାଯାଇଥାଏ। ଆବଶ୍ୟକ ସ୍ଥଳେ କେତେକ କଳାକୃତିକୁ ଯୋଡ଼ିବା ପାଇଁ ତିଆରି ବେଳେ ଏକପ୍ରକାର ଅଠା ଓ ଲୁହାକଣ୍ଟା ବି ଏଥିରେ ବ୍ୟବହୃତ ହୋଇଥାଏ। ଶିଙ୍ଗରେ ପ୍ରସ୍ତୁତ ବିଭିନ୍ନ କଳାକୃତିକୁ ବିକ୍ରି ପାଇଁ ହସ୍ତଶିଳ୍ପୀ କାରିଗରମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ମେଳା ଓ ମହୋତ୍ସବକୁ ଯାଇଥାନ୍ତି। କଟକ, ଭୁବନେଶ୍ୱର, ବାରିପଦା, ରାଉରକେଲା, ରାଇରଙ୍ଗପୁର, ବାଲେଶ୍ୱର ଓ ରାଜ୍ୟ ବାହାରକୁ ଯେମିତି ବମ୍ବେ, ଗୋଆ, ହାଇଦ୍ରାବାଦ ଆଦିରେ ମେଳା ଆୟୋଜନ କରାଯାଇଥାଏ। ଶିଙ୍ଗ କଳାକୃତିକୁ ପ୍ରାୟ ୨୦ଟଙ୍କାରୁ ଆରମ୍ଭକରି ୫ହଜାର ଟଙ୍କାରେ ବିକ୍ରି ହୋଇଥାଏ। ଶିଙ୍ଗପାନିଆ ଓ ଶିଙ୍ଗ ତିଆରି ବିଭିନ୍ନ କଳାକୃତିର ଚାହିଦା ରହିଥିଲେ ମଧ୍ୟ ଆଜିକାଲି ଶିଙ୍ଗର ଅଭାବ ଯୋଗୁ ଦିନକୁଦିନ ଏହି ହସ୍ତଶିଳ୍ପ କମିକମି ଯାଉଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri