ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି କଳାକୃତିର ପ୍ରସିଦ୍ଧି ଯୋଗୁ ଏଥିରେ ନିୟୋଜିତ କାରିଗରମାନଙ୍କୁ କିଛି ରୋଜଗାର ପନ୍ଥା ମିଳିଯାଇଥାଏ। ତେବେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା, ମହୋତ୍ସବରେ ନାନା ପ୍ରକାର ହସ୍ତ କଳାକୃତି ଦେଖିବାକୁ ମିଳେ। କିନ୍ତୁ ଶିଙ୍ଗ ହସ୍ତଶିଳ୍ପ କଳା କାରିଗରି ପାଇଁ ରାଜ୍ୟରେ ପାରଳାଖେମୁଣ୍ଡି ଜିଲାର ନଁା ରହିଛି। ଏହାବ୍ୟତୀତ ଓଡ଼ିଶାର ଆହୁରି କେତେକ ସ୍ଥାନର ହସ୍ତଶିଳ୍ପ କାରିଗରମାନେ ଶିଙ୍ଗରେ ବିଭିନ୍ନ କଳାକୃତି କରିଥାନ୍ତି। କିନ୍ତୁ ଶିଙ୍ଗର ପାନିଆ ସବୁଠୁ ଲୋକପ୍ରିୟ। ପାନିଆକୁ ବାଦ ଦେଲେ ଶିଙ୍ଗରେ ତିଆରି ଆହୁରି ଅନେକ ପ୍ରକାର ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରିକରି ହସ୍ତଶିଳ୍ପ କାରିଗରମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ଏମିତି ଶିଙ୍ଗ ହସ୍ତଶିଳ୍ପ କାରିଗରୀକୁ ପେଷା କରି ପରିବାର ପ୍ରତିପୋଷଣ କରୁଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଅନ୍ତର୍ଗତ ବାଉଁଶିଆ ଗ୍ରାମପଞ୍ଚାୟତର କଙ୍କି ଗାଁର କେତେଜଣ କାରିଗର। ସେମାନଙ୍କ ମଧ୍ୟରେ ଶିଶିର ଇନ୍ଦ୍ରଜିତ୍‌ ସିଂ, ବୟସ ପ୍ରାୟ ୬୧ହେବ। ସେ କୁହନ୍ତି,ଚାଷ ପରେ ବଳକା ସମୟରେ ଆମେ ଏହି ଶିଙ୍ଗ ହସ୍ତକଳା କଳା କାରିଗରି କରିଥାଉ। ମୋ ବାପା ନିତ୍ୟାନନ୍ଦ ଇନ୍ଦ୍ରଜିତ୍‌ ସିଂ ଥିଲେ ଜଣେ ଶିଙ୍ଗ ହସ୍ତଶିଳ୍ପୀ କାରିଗର। ସେ ଉତ୍କଳ ଗୌରବ ମଧୁସୂଦନ ଶିଙ୍ଘ ସମବାୟ ସମିତିରୁ ଏହି କାମ ଶିଖିଥିଲେ। ସମୟକ୍ରମେ ତାଙ୍କଠାରୁ ଶିଙ୍ଗକାମ ଶିଖିଛି। ଆମ ଗାଁର ହାତଗଣତି କେତେଜଣ କାରିଗର ଏହି ହସ୍ତଶିଳ୍ପ କାରିଗରି କାମକୁ ବଳକା ସମୟରେ କରିଥାନ୍ତି । ଏମିତିରେ ପ୍ରାୟ ୧୯୭୨ ମସିହାରୁ ଏହି କାର୍ଯ୍ୟ ପ୍ରତି ଆଗ୍ରହୀ ହୋଇ ବାପାଙ୍କଠାରୁ ତାଲିମ ନେଲି ଏବଂ ପରେ ଗୁରୁ କୁଳମଣି ମହାରଣାଙ୍କଠାରୁ ଟ୍ରେନିଂ ପାଇଛି। ପରେ ୧୯୮୨ମସିହାରୁ କଟକ ଡିଆଇସିରୁୁ ଟ୍ରେନିଂ ନେଇ ଶିଙ୍ଗ ହସ୍ତକଳା କାରିଗରି କାମକୁ ଚାଲୁରଖିଛି। ବଳକା ସମୟରେ ମୋ ପୁଅ ଏହି କାର୍ଯ୍ୟରେ ସାହାଯ୍ୟ କରିଥାଏ। ମାତ୍ର ଏହି ଶିଙ୍ଗ ହସ୍ତଶିଳ୍ପ କଳା କାରିଗରିରେ ଜଣେ ଯଦି ସବୁଦିନ ପରିଶ୍ରମ କରନ୍ତି ତେବେ ମାସକୁ ପ୍ରାୟ ୧୦ରୁ ୧୬ହଜାର ଟଙ୍କା ରୋଜଗାର ହୋଇପାରେ। ଏଥିରେ ବିଭିନ୍ନ ପ୍ରକାର ଯଥା ଫୁଲଦାନୀ, ପେନ୍‌ଷ୍ଟାଣ୍ଡ, ଡଙ୍ଗା, ବିଭିନ୍ନ ପଶୁପକ୍ଷୀ ଭାବେ ବଗ, ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଫୁଲଆଦି କେତେକ ସାମଗ୍ରୀ ତିଆରି କରିଆସୁଛୁ। ଆଜକୁ ପ୍ରାୟ ୫୦ବର୍ଷ ଧରି ଏପରି ଶିଙ୍ଗ ହସ୍ତଶିଳ୍ପ କଳା କାରିଗରି କାମ କରିଆସୁଛୁ। ଆମ ସହିତ ଆଉ କେତେଜଣ କାରିଗର ମଧ୍ୟ ଏହି କାମକୁ ଶିଖିଥାନ୍ତି। ଶିଙ୍ଗ ସଂଗ୍ରହ ପାଇଁ କେତେକ ବ୍ୟକ୍ତି ବିଭିନ୍ନ ସ୍ଥାନରୁ ମୃତ ମଇଁଷି,ବଳଦର ଶିଙ୍ଗକୁ ସଂଗ୍ରହକରି ବିକ୍ରି କରିଥାନ୍ତି। ସେହି ଶିଙ୍ଗକୁ ଦେଖି ତା’ର ଦାମ ପରଖିଥାଉ। ଶିଙ୍ଗର କୌଣସି କଳାକୃତି ତିଆରି କରାଯିବା ପୂର୍ବରୁ କିଣା ଯାଇଥିବା ମଇଁଷ କିମ୍ବା ବଳଦ ଶaିଙ୍ଗକୁ ସାଇଜକରି କାଟିଥାଉ। ଯେପରି ସୁବିିଧାରେ ଉକ୍ତ ଶିଙ୍ଗରେ ସୁନ୍ଦର କଳାକୃତି ହୋଇପାରିବ ସେଥିପାଇଁ ଶିଙ୍ଗକୁ ନିଆଁରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସେକି ସିଧା ଓ ବଙ୍କା କରାଯାଇଥାଏ। ଏହା ପରେ ଶିଙ୍ଗ ଉପରେ ବିଭିନ୍ନ ଚିତ୍ର ଆଙ୍କି ତାକୁ ବିଭିନ ଆକୃତିର ରୂପ ଦେଇଥାନ୍ତି। ତିଆରି ହୋଇଥିବା ଶିଙ୍ଗର ହସ୍ତକଳା କୃତିକୁ କିଛି ସମୟ ପାଣିରେ ଭିଜାଇ ରଖିବାକୁ ପଡ଼ିଥାଏ। ଏହାପରେ ସେହି କଳାକୃତିକୁ ମସୃଣ ବା ପଲିସ କରାଯାଇଥାଏ। ଆବଶ୍ୟକ ସ୍ଥଳେ କେତେକ କଳାକୃତିକୁ ଯୋଡ଼ିବା ପାଇଁ ତିଆରି ବେଳେ ଏକପ୍ରକାର ଅଠା ଓ ଲୁହାକଣ୍ଟା ବି ଏଥିରେ ବ୍ୟବହୃତ ହୋଇଥାଏ। ଶିଙ୍ଗରେ ପ୍ରସ୍ତୁତ ବିଭିନ୍ନ କଳାକୃତିକୁ ବିକ୍ରି ପାଇଁ ହସ୍ତଶିଳ୍ପୀ କାରିଗରମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ମେଳା ଓ ମହୋତ୍ସବକୁ ଯାଇଥାନ୍ତି। କଟକ, ଭୁବନେଶ୍ୱର, ବାରିପଦା, ରାଉରକେଲା, ରାଇରଙ୍ଗପୁର, ବାଲେଶ୍ୱର ଓ ରାଜ୍ୟ ବାହାରକୁ ଯେମିତି ବମ୍ବେ, ଗୋଆ, ହାଇଦ୍ରାବାଦ ଆଦିରେ ମେଳା ଆୟୋଜନ କରାଯାଇଥାଏ। ଶିଙ୍ଗ କଳାକୃତିକୁ ପ୍ରାୟ ୨୦ଟଙ୍କାରୁ ଆରମ୍ଭକରି ୫ହଜାର ଟଙ୍କାରେ ବିକ୍ରି ହୋଇଥାଏ। ଶିଙ୍ଗପାନିଆ ଓ ଶିଙ୍ଗ ତିଆରି ବିଭିନ୍ନ କଳାକୃତିର ଚାହିଦା ରହିଥିଲେ ମଧ୍ୟ ଆଜିକାଲି ଶିଙ୍ଗର ଅଭାବ ଯୋଗୁ ଦିନକୁଦିନ ଏହି ହସ୍ତଶିଳ୍ପ କମିକମି ଯାଉଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?