ଆଶା, ଆଶଙ୍କାରେ ଜିଲା ପରିଷଦ ପ୍ରାର୍ଥୀ

କଣାସ,୭।୨(ସ୍ବ.ପ୍ର.): ଆସନ୍ତା ୧୬ତାରିଖରେ କଣାସ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହେବ। ଏହିଦିନ ପାଖେଇ ଆସୁଥିବା ହେତୁ ବ୍ଲକର ୩, ୪ ଓ ୫ ନମ୍ବର ଜିଲା ପରିଷଦ ଜୋନରେ ନିର୍ବାଚନ ଉଷ୍ମତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରିବାରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି। ପ୍ରତ୍ୟେକ ଜୋନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବାର ନିଶ୍ଚିତ ହୋଇସାରିଛି। ହେଲେ ବ୍ଲକର କୌଣସି ଜୋନରେ କଂଗ୍ରେସ ଦଳର ପ୍ରାର୍ଥୀ ନ ଥିବାବେଳେ ସେହି ଭୋଟରମାନେ କେଉଁ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଯିବେ ତାହା କଳନା କରିବା ସମ୍ଭବ ହେଉନି। ତେଣୁ ଜିଲା ପରିଷଦ ପ୍ରାର୍ଥୀମାନେ ଆଶା, ଆଶଙ୍କାରେ ରହିଛନ୍ତି।
କଣାସ ବ୍ଲକର ୩ ନମ୍ବର ଜୋନରେ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଣତି ଜେନା ବିଜେଡି, ମୀନାକ୍ଷୀ ମିଶ୍ର ଭାଜପା, ତପସ୍ବିନୀ ମହାରଥା ସିପିଆଇ(ଏମ୍‌) ଓ ସତ୍ୟଭାମା ମଲ୍ଲିକ ସ୍ବାଧୀନ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ୩ ନମ୍ବର ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୨୯,୦୧୪ ମତଦାନ ହୋଇଥିବା ବେଳେ ୫୪୧ଖଣ୍ଡ ନାକଚ ହୋଇଥିଲା। ବିଜେଡି ପ୍ରାର୍ଥୀ ୧୬,୩୬୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଭାଜପା ୨ୟ ଓ କଂଗ୍ରେସ ୩ୟ ସ୍ଥାନରେ ରହିଥିଲେ। ସେହିପରି ୪ ନମ୍ବର ଜୋନରେ ୬ଜଣ ପ୍ରାର୍ଥୀ ରହିଛନ୍ତି। ଅଶୋକ ପ୍ରଧାନ ସିପିଆଇ (ଏମ୍‌ଏଲ), କରୁଣାକର ଦାସ ବିଏସ୍‌ପି, ଭୀମସେନ ପାଇକରାୟ ବିଜେଡି, ରାମଚନ୍ଦ୍ର ବେହେରା ସ୍ବାଧୀନ, ସୌମ୍ୟକାନ୍ତ ବେହେରା ଏଏପି ଓ ସୌମ୍ୟରଞ୍ଜନ ବଳିଆରସିଂହ ଭାଜପାରୁ ନିର୍ବାଚନ ଲଢୁଛନ୍ତି। ଭାଜପା ପ୍ରାର୍ଥୀ ସୌମ୍ୟରଞ୍ଜନ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହଙ୍କ ପୁତ୍ର ହୋଇଥିବାବେଳେ ଭାଜପାର ବିଦ୍ରୋହୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ରାମଚନ୍ଦ୍ର ବେହେରା। ଗତ ନିର୍ବାଚନରେ ୨୭୧୮୦ ମତଦାନ ହୋଇଥିବା ବେଳେ ୪୮୮ ଖଣ୍ଡ ନାକଚ ହୋଇଥିଲା। ୧୨୩୮୬ ଭୋଟ ପାଇ ବିଜେଡି ପ୍ରଥମ, ୨ୟରେ କଂଗ୍ରେସ ଏବଂ ୩ୟରେ ଥିଲା ଭାଜପା। ସେହିପରି ୫ ନମ୍ବର ଜୋନରେ ୫ ପ୍ରାର୍ଥୀ ଥିବାବେଳେ କରୁଣାକର ଦାସ ବିଏସ୍‌ପି, ଧନେଶ୍ୱର ସ୍ବାଇଁ ସିପିଆଇ(ଏମ୍‌), ପ୍ରସନ୍ନ ପାଇକରାୟ ସ୍ବାଧୀନ, ଲତାମଣି ଜଗଦ୍ଦେବ ଭାଜପା ଓ ଲିଙ୍ଗରାଜ ସ୍ବାଇଁ ବିଜେଡି ପ୍ରାର୍ଥୀ ଭାବେ ଲଢ଼େଇ କରୁଛନ୍ତି। ଗତ ନିର୍ବାଚନରେ ୩୧,୪୯୫ ମତଦାନ ମଧ୍ୟରୁ ନାକଚ ହୋଇଥିଲା ୩୮୦ ଭୋଟ। ୧୪,୨୦୪ ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ୨ୟ ଓ କଂଗ୍ରେସ ୩ୟରେ ରହିଥିଲା। ୨୦୧୭ ନିର୍ବାଚନ ପରିସଂଖ୍ୟାନରୁ ଜଣାପଡେ ୩ଟି ଜୋନରେ କଂଗ୍ରେସ ପଛୁଆ ଭାବେ ରହିଛି। ଚଳିତଥର ସ୍ବାଧୀନ, ସିପିଆଇ(ଏମ୍‌), ସିପିଆଇ (ଏମ୍‌ଏଲ), ଏଏପି ଓ ବିଏସ୍‌ପିର ପ୍ରାର୍ଥୀମାନେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ୪ ନମ୍ବର ଜୋନରେ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ଭାଜପା ପାଇଁ କଣ୍ଟା ସଦୃଶ ପ୍ରତୀୟମାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri