‘ବିବାହ ଉପରୁ ଭରସା ତୁଟି ଗଲାଣି’

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ବୈବାହିକ ଜୀବନରେ ସଙ୍କଟ ଦେଖଦେଇଛି। ପାରସ୍ପରିକ ବିବାଦ ପରେ ନିଶା ତାଙ୍କ ସ୍ବାମୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ଏହା ପରେ କରଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତେବେ ପରଦିନ ତାଙ୍କୁ ଜାମିନ ମିଳିଯାଇଛି। ନିଶା ଅଭିଯୋଗ କରିଛନ୍ତି ଯେ କରଣ ତାଙ୍କୁ କାନ୍ଥକୁ ଠେଲି ଦେଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। କରଣ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ନିଶା ତାଙ୍କୁ ଅଧିକ ଟଙ୍କା ମାଗୁଛନ୍ତି, ଯାହା ସେ ଦେବାକୁ ପ୍ରସ୍ତୁତ ନୁହଁନ୍ତି। ସେ କୁହନ୍ତି, ଟଙ୍କାକୁ ନେଇ ଯୁକ୍ତିତର୍କ ପରେ ନିଶା ମୋ ରୁମକୁ ଆସି ମୋ ପରିବାରକୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ମୁଁ ତୁମ ଜୀବନକୁ ନଷ୍ଟ କରିଦେବି।
ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଅନେକ ସେଲିବ୍ରିଟି ମନ୍ତବ୍ୟ ଦେଉଛନ୍ତି। କିଛି ଲୋକ କରଣଙ୍କ ସପକ୍ଷରେ ଆସିଥିବାବେଳେ ଆଉ କିଛି ନିଶାଙ୍କୁ ସମର୍ଥନ କରିଛନ୍ତି। ତେବେ ଡ୍ରାମା କୁଇନ୍‌ ରକ୍ଷୀ ସାଓ୍ବନ୍ତ କହିଛନ୍ତି, ନିଶାଙ୍କ କଥା ଶୁଣି ମୁଁ ବହୁତ ଦୁଃଖି। ଏସବୁ ଦେଖି ମୋର ବିବାହ ଉପରୁ ଭରସା ଉଠିଗଲାଣି। ଏକଥା କହିବା ପରେ ରାକ୍ଷୀ ଆଉ ନିଶା-କରଣଙ୍କ ବିବାଦର ମଜାକ ଉଡାଇବାକୁ ପଛାଇନାହାନ୍ତି। ସେ କହିଥିଲେ, ଦୁହିଁଙ୍କ ସମ୍ପର୍କ ଭାଙ୍ଗିବାକୁ ନେଇ ମୁଁ ବହୁତ ଦୁଃଖୀ, ଜାଣିନାହିଁ ବିନା ମେକ୍‌ଅପ୍‌ରେ ମୁଁ କେମିତି ଲାଗୁଛି। ସୋସିଆଲ ଢ଼ଇଡିଆରେ ରାକ୍ଷୀଙ୍କ ଏହି ମନ୍ତବ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି।
କରଣ ମେହେରା ଏବଂ ନିଶା ରାୱଲ ୨୦୦୮ ମସିହାରେ ଫିଲ୍ମ ‘ହଁସତେ ହଁସତେ’ ସେଟରେ ସାକ୍ଷାତ ହୋଇଥିଲେ। କରଣ ମେହେରା ସେହି ଚଳଚ୍ଚିତ୍ରରେ ଷ୍ଟାଇଲିଷ୍ଟ ଭାବରେ କାମ କରୁଥିଲେ। ଅଭିନେତା ହେବା ବ୍ୟତୀତ କରଣ ମେହେରା ମଧ୍ୟ ଜଣେ ଫ୍ୟାଶନ ସ୍ନାତକ। କିଛି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ୨୦୧୨ ମସିହାରେ ବିବାହ କରିଥିଲେ।
ଦୀର୍ଘ ଦିନ ଧରି ଚାଲିଆସୁଥିବା ଟିଭି ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ନୈତିକ ସିଂଘାାନିଆ ଭୂମିକାରେ ଅଭିନୟ କରି କରଣ ମେହେରା ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଚେହେରା ପାଲଟିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ହିନା ଖାନ ଥିଲେ, ଯିଏ ଅକ୍ଷରା ଭୂମିକାରେ ଅଭିନୟ କରିଥିଲେ। କରଣ ‘ବିଗ ବସ ୧୦’ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ନିଶାଙ୍କ ସହ ‘ନଚ ବଲିୟେ ୫’ ଏବଂ ‘କିଚେନ ଚାମ୍ପିଅନ ୫’ରେ ମଧ୍ୟ ଅଂଶ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri