ହନିଟ୍ରାପ ଭୟ

ଯଦି ଆପଣଙ୍କ ପାସ୍‌ଓ୍ବାର୍ଡ ଏବେଯାଏ ‘୧୨୩୪’ ଅଛି ଏବଂ ଭାବୁଛ ଯେ ବିଳାସମୟ ହୋଟେଲ ରୁମ୍‌ ତୁମ ପାଇଁ ସୁରକ୍ଷିତ, ତେବେ ତୁମେ ଡିଜିଟାଲ ଯୁଗ ଲାଗି ଅଯୋଗ୍ୟ ବୋଲି ବୁଝାପଡ଼ୁଛି। ମହାରାଷ୍ଟ୍ରରେ ହନିଟ୍ରାପ୍‌ରେ ଫସିଥିବା ବ୍ୟକ୍ତିଙ୍କ ସଂଖ୍ୟା ଯାହା ଜଣାପଡ଼ିଛି ତାହା ବିଶ୍ୱାସ କରିହେଉନାହିଁ। ଆଇଏଏସ୍‌, ଆଇପିଏସ୍‌, ଏପରି କି ମନ୍ତ୍ରୀଙ୍କ ସମେତ ଅତିକମ୍‌ରେ ୭୨ ଜଣ ହୋଟେଲକୁ ଯାଇ ଆକର୍ଷଣରେ ମୋହିତ ହୋଇଥିବା କୁହାଯାଉଛି। ଗୁପ୍ତ କ୍ୟାମେରା ସେମାନଙ୍କ ବ୍ୟକ୍ତିଗତ ଘଟଣାଗୁଡ଼ିକୁ ରେକର୍ଡିଂ କରିଥିବା ସେମାନେ ଜାଣିବାକୁ ପାଇଛନ୍ତି। କୁହାଯାଉଛି, ସୁନ୍ଦରୀ ଯୁବତୀ ଏବଂ ସୁସଜ୍ଜିତ ହୋଟେଲଗୁଡ଼ିକ ନିରୀକ୍ଷଣ ବଳୟରେ ଥିଲେ। କେତେକ ଅଧିକାରୀ ଘଟଣାକୁ ଚପାଇଦେବା ଲାଗି ୩ କୋଟି ଟଙ୍କା ଦେଇଥିବା ବିଶ୍ୱାସ କରାଯାଉଛି। ଠାଣେରୁ ଏବେ ଜଣେ ମହିଳା ଗିରଫ ହେବା କଥା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଓ ବିରୋଧୀ ଦଳ ନେତା ନାନା ପାଟୋଲେ ଏହି ଘଟଣାରେ ମୁହଁ ଖୋଲିଛନ୍ତି। କିନ୍ତୁ ଏହି କେଳେଙ୍କରୀରେ ଅଧିକ ଖୋଳତାଡ଼ ଦରକାର। ଏହା କେବଳ ବ୍ୟକ୍ତିଗତ ଆଚରଣର ବିଷୟ ନୁହେଁ, ବରଂ ଏହା ଶାସନର ସର୍ବୋଚ୍ଚ ସ୍ତରରେ ଥିବା ଦୁର୍ବଳତାକୁ ପ୍ରତିପାଦିତ କରୁଛି। ଅଧିକାରୀଙ୍କ ପାଖରେ ସମ୍ବେଦନଶୀଳ ତଥ୍ୟ ଥିଲେ ମଧ୍ୟ ସେମାନେ ଭାବନାକୁ ନିୟନ୍ତ୍ରଣ କରି ନ ପାରି ଯନ୍ତାରେ ପଡ଼ିଛନ୍ତି। ଏଭଳି ଘଟଣା ହେଉଛି ଜାତୀୟ ସୁରକ୍ଷା ପାଇଁ ସମସ୍ୟା। ତା’ଠାରୁ ବଡ଼ ସମସ୍ୟା ହେଉଛି, କୌଣସି ଅଧିକାରୀ ସାମ୍ନାକୁ ଆସିନାହାନ୍ତି କିମ୍ବା ମୁହଁ ଖୋଲୁନାହାନ୍ତି । ଏଭଳି ନୀରବତା ବିପଜ୍ଜନକ। ଯଦି ସରକାରୀ ଚାକିରିଆମାନେ ଏଭଳି ଭୁଲ୍‌ କାମରେ ପଦବୀ ଓ ପ୍ରୋଟୋକଲକୁ ଢାଲ କରି ସୁରକ୍ଷିତ ରହିପାରୁଛନ୍ତି, ସେଠାରେ କ’ଣ ସବୁ ଗୁପ୍ତ ରଖାଯାଉଛି, ତାହା କିଏ କହିବ?
ପଦବୀ ଖାଲିପଡ଼ିଛି
ଟ୍ରିଲିୟନ ଡଲାର ସ୍ବପ୍ନ ପଛରେ ଧାଉଁଥିବା ଏକ ଦେଶରେ ପ୍ରମୁଖ ସଂସ୍ଥାଗୁଡ଼ିକ ଅଜବ ଢଙ୍ଗରେ ଆରାମରେ ଚାଲିଥିବା ଦେଖିବାକୁ ପାଉଛୁ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ କଥା ବିଚାର କରାଯାଉ। ଏବେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପରିଚାଳନା ନିର୍ଦ୍ଦେଶକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଅଣଆଧିକାରିକ ନିର୍ଦ୍ଦେଶକ ପର୍ଯ୍ୟନ୍ତ ବୋର୍ଡ ସ୍ତରରେ ୭୦ଟିରୁ ଅଧିକ ପଦବୀ ଖାଲିପଡ଼ିଛି। ଏହା ଶାସନ ବା ପରିଚାଳନାର ଅଭାବକୁ ଦର୍ଶାଉଛି। ସଂସ୍ଥା ପ୍ରତି ଥିତ୍ବା ବିପଦ ଦୂର କରିବା ଲାଗି ନିଆଯାଉଥିବା ପଦକ୍ଷେପ, ଋଣ ପ୍ରବାହ ଓ ରଣନୀତିକ ନୀତି ନିର୍ଦ୍ଧାରଣ କ୍ଷେତ୍ରକୁ ଏହା ପ୍ରଭାବିତ କରୁଛି। ଯେପରି କି, ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏକ ମାସରୁ ଅଧିକ ସମୟ ଧରି ଜଣେ ପରିଚାଳନା ନିର୍ଦ୍ଦେଶକ କିମ୍ବା ସିଇଓ ନ ରହିଲେ ସାମଗ୍ରିକ ଭାବେ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୁଏ। କେବଳ ବ୍ୟାଙ୍କଗୁଡ଼ିକ ନୁହନ୍ତି, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଶକ୍ତି (ଏନ୍‌ଟିପିସି,ଆଇଓସିଏଲ୍‌) ଓ ଭିତ୍ତିଭୂମି (ଏସ୍‌ଏଆଇଏଲ୍‌ , ବିଏଚ୍‌ଇଏଲ୍‌, ଆଇଆର୍‌ସିଓଏନ୍‌) ସମେତ କେତେକ ଶିଳ୍ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ସ୍ତରୀୟ ପଦବୀ ଖାଲିପଡ଼ିଛି। ପଦବୀ ସମ୍ପର୍କରେ ବିଜ୍ଞାପନ ଦିଆଯାଇଛି। ଚୟନ କମିଟି ମଧ୍ୟ ଗଠନ କରାଯାଇଛି । ତଥାପି ପଦବୀ ଖାଲି ହେବାଠାରୁ ପୂରଣ ହେବା ପର୍ଯ୍ୟନ୍ତ ଆବଶ୍ୟକ ପ୍ରକ୍ରିୟା ଶୀଘ୍ର ହେବା ବଦଳରେ ପୂରା ମନ୍ଥର ଗତିରେ ଚାଲୁଛି। ଏହି ପଦବୀଗୁଡ଼ିକୁ ପୂରଣ କରିବା ଗୁରୁତ୍ୱପୂର୍ଣ୍ଣ କାରଣ ଏଗୁଡ଼ିକ ଅଧୀନରେ ବହୁ କୋଟି ଟଙ୍କାର ପ୍ରୋଜେକ୍ଟ, କାର୍ଯ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଜାତୀୟ ସଂସାଧନ ରହିଛି। ଯେତେବେଳେ ଶୀର୍ଷ ସ୍ତରର ନେତୃତ୍ୱ ନ ଥା’ନ୍ତି କିମ୍ବା ଅବ୍ୟବସ୍ଥିତ ଥାଏ, ସେତେବେଳେ କାର୍ଯ୍ୟାନ୍ବୟନ ପ୍ରଭାବିତ ହେବା ସ୍ବାଭାବିକ।
ଯୋଗ୍ୟ ଡିଜିପି
ଶୀର୍ଷ ପୋଲିସ ପଦବୀ ପାଇଁ ଅନେକ ମାସ ଛକାପଞ୍ଝା ପରେ ଚଣ୍ଡିଗଡ଼ ଶେଷରେ ଜଣେ ସ୍ଥାୟୀ ବା ପୂର୍ଣ୍ଣକାଳୀକ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପାଇଛି। ଏଜିଏମ୍‌ୟୁଟିର ୧୯୯୭ ବ୍ୟାଚ ଆଇପିଏସ୍‌ ସାଗର ପ୍ରୀତ୍‌ ହୁଦା ଏହି ଦାୟିତ୍ୱ ନେଇଛନ୍ତି। ଫଳରେ ଚଣ୍ଡିଗଡ଼ ପୋଲିସ ସ୍ଥାୟୀ ଅଧିକାରୀ ବଦଳରେ ଅନେକଙ୍କୁ ସାମୟିକ ଭାବେ କାମରେ ଲଗାଇବା ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପଞ୍ଜାବ ପୋଲିସ ଉପରେ ଲଗାଯାଇଥିବା ଏକ ଆକ୍ରମଣ ଅଭିଯୋଗ ଓ ଏସ୍‌ଆଇଟି ଯାଞ୍ଚକୁ ନେଇ ସୃଷ୍ଟି ହୋଇଥିବା ଅଶାନ୍ତ ସ୍ଥିତିରେ ହୁଦାଙ୍କ ନିଯୁକ୍ତି ନେତୃତ୍ୱ ସ୍ବଚ୍ଛତା ଆଣିଛି। ସେ ଜରୁରୀ ଥିବା ନୂଆ ବିଷୟ ଆରମ୍ଭ କରିପାରିବେ। ତେବେ କେବଳ ବହୁଦିନ ଧରି ପଦବୀ ଖାଲି ପଡ଼ିଥିଲା ବୋଲି ତାଙ୍କୁ ନିଯୁକ୍ତ କରାଯାଇନାହିଁ, ବରଂ ତାଙ୍କ ଯୋଗ୍ୟତାକୁ ଦେଖି ଏହା କରାଯାଇଛି। ସେ ହାର୍ଭାର୍ଡ ଏଡ୍‌ଓ୍ବାଡ୍‌ ଏସ୍‌ ମାସନର ଜଣେ ଫେଲୋ, ସେ ଡ୍ୟୁକ୍‌ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ପଢ଼ିଛନ୍ତି। ଏହା ବ୍ୟତୀତ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି। ହୁଦାଙ୍କ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଏବଂ ଶିକ୍ଷାଗତ ଯୋଗ୍ୟତା ଅଛି। ଏବେ ଦିଲ୍ଲୀ ପୋଲିସର ଗୋଇନ୍ଦା ବିଭାଗକୁ ସଞ୍ଚାଳନ କରୁଛନ୍ତି। ତାଙ୍କ ପାଇଁ ଅଧିକ ଚାପ ଥିବା ପଦବୀ କିଛି ନୂଆ କଥା ନୁହେଁ। ଆଶା କରାଯାଉଛି, ହୁଦାଙ୍କର ଚଣ୍ଡିଗଡ଼ ସହ ସମ୍ପର୍କ ଓ ତାଙ୍କ ବିଚକ୍ଷଣ ବୁଦ୍ଧି ପୋଲିସ ବ୍ୟବସ୍ଥାକୁ ଠିକ୍‌ ବାଟରେ ନେବ ଓ ଅଧିକ ଦାୟିତ୍ୱସମ୍ପନ୍ନ ନେତୃତ୍ୱ ଯୋଗାଇବ। କାର୍ଯ୍ୟକାରୀ ଡିଜିପିମାନେ କାମ ଚଳାଇ ନେଇପାରନ୍ତି, କିନ୍ତୁ ଏକ ବାସ୍ତବ ନେତୃତ୍ୱର ବିକାଶ ଲକ୍ଷ୍ୟ ତଥା ଦୀର୍ଘମିଆଦୀ ଦୃଷ୍ଟିଭଙ୍ଗୀ ରହିଛି। ତେବେ ହୁଦାଙ୍କ ନିଯୁକ୍ତି ପରିବର୍ତ୍ତନର ଏକ ବଡ଼ ସଙ୍କେତ ହୋଇପାରିବ, ଯଦି ସେ ପୋଲିସ ବଳକୁ ନେତୃତ୍ୱ ଦେବା ପାଇଁ ସମୟ ଓ ସ୍ବାଧୀନତା ପାଇବେ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri