Advertisement
Posted inଜାତୀୟ

ହନିପ୍ରୀତ ଏବେ ରୁହାନି ଦିଦି

ନୂଆଦିଲ୍ଲୀ,୨୭।୧୦: ପାରୋଲ୍‌ରେ ଆସିଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ପାଳିତ କନ୍ୟା ହନିପ୍ରୀତ ଇନ୍‌ସାନ୍‌ଙ୍କ ନାମ ବଦଳାଇ ରୁହାନି ଦିଦି କରିଛନ୍ତି। ହନିପ୍ରୀତଙ୍କୁ ସମସ୍ତେ ଦିଦି ସମ୍ବୋଧନ କରୁଥିବାବେଳେ ଏହା ଅନେକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା। ସେଥିପାଇଁ ତାଙ୍କ ନାମକୁ ବଦଳାଇ ଆଜିଠାରୁ ରୁହାନି ଦିଦି ରଖାଯାଇଛିି।

ଅତି ସ୍ନେହରେ ତାଙ୍କୁ ଲୋକେ ‘ରୁହ୍‌ ଦି’ ଡାକିପାରିବେ ବୋଲି ରାମରହିମ କହିଛନ୍ତି।
ଡେରାରେ ରହୁଥିବା ସାଧ୍ୱୀଙ୍କୁ ବଳାତ୍କାର ଅଭିଯୋଗରେ ରାମରହିମଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା। ଏହାର ପ୍ରତିବାଦରେ ବିକ୍ଷୋଭବେଳେ ହିଂସା ଭିଆଇବା ନେଇ ହନିପ୍ରୀତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ପ୍ରକୃତ ନାମ ପ୍ରିୟଙ୍କା ତନେଜା। ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମରହିମଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ ମିଳିଥିବାବେଳେ ଏବେ ସେ ୪୦ ଦିନିଆ ପାରୋଲ୍‌ରେ ଆସିଛନ୍ତି।

ଅନ୍‌ଲାଇନ୍‌ରେ ପ୍ରବଚନ ଦେବା ସହ ଦୀପାଳବି ଅବସରରେ ୟୁଟ୍ୟୁବ୍‌ରେ ନିଜର ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ କରିଛନ୍ତି। ରାମ ରହିମଙ୍କ ଏ ପ୍ରକାର କାର୍ଯ୍ୟକଳାପ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ଏମ୍‌.ଏଲ୍‌ ଖଟ୍ଟର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ-ମିଜୋରମ ବିବାଦକୁ ନେଇ ଶାହାଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୭ ।୭: ଆସାମ ଓ ମିଜୋରାମରେ ସୀମାକୁ ନେଇ ଲାଗିଥିବା ବିବାଦ ହିଂସାର ରୂପ ନେବାକୁ ଯାଉଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

ବିରୋଧୀଙ୍କ ମୁଣ୍ଡରେ ‘ତେଲ’ ଅଠା

ନୂଆଦିଲ୍ଲୀ,୨୮ା୪ : ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ...

ତେଲେଙ୍ଗାନା ଏନ୍‌କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ

ହାଇଦ୍ରାବାଦ,୨୧।୧୨: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ଏହାପରେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ...

ଦିଲ୍ଲୀରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ: ବିଳମ୍ବିତ ରାତି ଯାଏ ଖୋଲିବ ରେଷ୍ଟୁରାଣ୍ଟ-ଦୋକାନ

ନୂଆଦିଲ୍ଲୀ,୨୫।୨: କରୋନାର ତୃତୀୟ ଲହର ମଧ୍ୟରେ ସାରାଦେଶରେ ଏବେ ସଂକ୍ରମଣ ମାମଲା ପୂର୍ବାପେକ୍ଷା ବହୁତ କମିବାରେ ଲାଗିଛି। ଲଗାତର ନୂଆ କରୋନା ମାମଲା ଓ ଆକ୍ଟିଭ...

ଘରୋଇ ହାତକୁ ଯିବ ଅଣ ଷ୍ଟ୍ରାଟେଜିକ୍‌ ପିଏସ୍‌ୟୁ

ନୂଆଦିଲ୍ଲୀ,୧୮।୫:ସରକାର ବିଭିନ୍ନ କ୍ଷେତ୍ରରେ ଘରୋଇକରଣକୁ ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି। ଷ୍ଟ୍ରାଟେଜିକ କ୍ଷେତ୍ରଗୁଡ଼ିକର ସଂଜ୍ଞା ନିରୂପଣ କରିବା ଲାଗି ନୂଆ ପବ୍ଲିକ ଏଣ୍ଟରପ୍ରାଇଜ ନୀତି ଆଣିବେ। ନୂଆ...

ତବଲିଘ୍‌ ଜମାତ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ: ବାକ୍‌ ସ୍ବାଧୀନତାର ହୋଇଛି ଦୂରୁପଯୋଗ

ନୂଆଦିଲ୍ଲୀ,୮।୧୦: କରୋନା ମହାମାରୀ ସଙ୍କଟ ସମୟରେ ଦିଲ୍ଲୀରେ ହୋଇଥିବା ତବଲିଘ୍‌ ଜମାତ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ୍‌ କରିଛନ୍ତି। ଏହି ପ୍ରସଙ୍ଗରେ ବାକ୍‌ ସ୍ବାଧୀନତାର...

ଭାରତରେ ପ୍ରଥମ ମାମଲା: ୧୨୪ ଦିନ ପରେ ପୁଣି ଥରେ ଜଣେ ସଂକ୍ରମିତ

ଅହମଦାବାଦ,୨୬।୮: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ମଧ୍ୟସ୍ଥତା ବାଧ୍ୟତାମୂଳକ ହେଉ: ସିଜେଆଇ

ନୂଆଦିଲ୍ଲୀ,୯ା୨(ପି.ଟି.): କୌଣସି ମକଦ୍ଦମା ଚଳାଇବା ପୂର୍ବରୁ ଏହାର ସମାଧାନ ମଧ୍ୟସ୍ଥତା ମାଧ୍ୟମରେ କରାଇବା ଆବଶ୍ୟକ। ଏଥିପାଇଁ ବିସ୍ତୃତ ଆଇନ ଆଣିବାର ସମୟ ଆସିଛି ବୋଲି ଭାରତର...

Advertisement
Archives

Model This Week