ମହୁ ଅପମିଶ୍ରଣ

ମାନେକା ଗାନ୍ଧୀ

ଯେଉଁ ଶସ୍ୟ ଉପରେ କୀଟନାଶକ ପ୍ରୟୋଗ କରାଯିବ ନାହିଁ ବୋଲି ମୋନସାଣ୍ଟୋ କମ୍ପାନୀ ଭାରତୀୟ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା,୨୦୧୩ରେ ଭାରତ ସେହି ଶସ୍ୟକୁ ରକ୍ଷା କରିବା ପାଇଁ ନେଓନିକୋଟିନୋଏଡ୍‌ କୀଟନାଶକର ବ୍ୟବହାର ଆରମ୍ଭ କରିଦେଲା। ଏହି କୀଟନାଶକ ବିଶ୍ୱର ସବୁଠୁ ବିପଜ୍ଜନକ। ଏହା ପୃଥିବୀର କୋଟି କୋଟି ମହୁମାଛିଙ୍କ ମୃତ୍ୟୁର କାରଣ ହେଉଛି ବୋଲି ଅଭିଯୋଗ ହୋଇଆସୁଛି। ୨୦୧୪ରେ ଉକ୍ତ କୀଟନାଶକକୁ ବନ୍ଦ କରିବା ଲାଗି ମୁଁ ଆଇସିଏଆର୍‌ର ଏକ ବୈଠକ ଡାକିଥିଲି। କିନ୍ତୁ ଆଇସିଏଆର ମନା କରିଦେଲା, ଯଦିଓ ସେମାନେ ମହୁମାଛି ସଂଖ୍ୟା ଶୀଘ୍ର କମିଯାଉଛି ବୋଲି ସ୍ବାକାର କରିଥିଲେ। ଫଳ, ଶସ୍ୟ ଏବଂ ଫୁଲଠାରୁ କପା ଅଧିକ ଗୁରୁତ୍ୱପୂର୍ଣ୍ଣ, ଏହା ଥିତ୍ଲା ସେମାନଙ୍କ ମତ। ଯଦି ମହୁମାଛି ସଂଖ୍ୟା ବହୁତ କମିଯିବ, ତେବେ ମହୁ ଉପତ୍ାଦନ କେମିତି ତିନିଗୁଣ ହେବ? ୨୦୧୩ ଯାଏ ମହୁ ଉପତ୍ାଦନର ଅଭିବୃଦ୍ଧି ହାର ଥିଲା ମାତ୍ର ୦-୪%। ୨୦୧୩ରୁ ୨୦୧୪ ମଧ୍ୟରେ ଏହା ତୀବ୍ର ଭାବେ ବଢ଼ି ୫.୩%ରୁ ୧୧.୧% ରେ ପହଞ୍ଚିଥିଲା! ବାସ୍ତବରେ ଏହା କେବେ ବି ହୋଇ ନ ଥିତ୍ବ। କେମିତି ଶହ ଶହ ମହୁ କମ୍ପାନୀ ବଜାରକୁ ଆସିଛନ୍ତି? ଏହି ପ୍ରଶ୍ନ ସବୁବେଳେ ମୋତେ ଦ୍ୱନ୍ଦ୍ୱରେ ପକାଉଛି। ତେବେ ଗତ ମାସରେ ପରିବେଶ ପତ୍ରିକା ‘ଡାଉନ ଟୁ ଆର୍ଥ’ ମାସ ମାସ ଧରି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଏହି ପ୍ରଶ୍ନର ଉତ୍ତର ଉପସ୍ଥାପନ କରିଛି। ତୁମେ ଏହାକୁ ପଢ଼ିିବା ଦରକାର। ଆମେ ଖାଦ୍ୟ ଅପମିଶ୍ରଣକୁ ଗୁରୁତ୍ୱ ଦେଉନାହଁୁ। ଯେହେତୁ ଏହା ଏକ ବଡ଼ ଧରଣର ଦୁର୍ନୀତି , ସେଥିପାଇଁ ଏହା ଉପରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହେବା ଉଚିତ।
ଖାଦ୍ୟ ମାନକ ନିର୍ଦ୍ଧାରଣ କରିବା ଦାୟିତ୍ୱରେ ସରକାରୀ ସଂସ୍ଥା ଦି ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ରହିଛି। ମହୁରେ ମକା, ଆଖୁ, ରାଇସ ଏବଂ ବିଟରୁଟ୍‌ ସିରପ ଅପମିଶ୍ରଣ ଉପରେ ସି୩ ଏବଂ ସି୪ ଟେଷ୍ଟ ବା ପରୀକ୍ଷା ହେବା ଦରକାର ବୋଲି ୨୦୧୭ରେ ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶ ଦେଇଥିଲା। ଏଗୁଡ଼ିକ ଥିଲା ଆଇସୋଟୋପ ଟେଷ୍ଟ୍‌, ଏସ୍‌ଏମ୍‌ଆର, ଟିଏମ୍‌ଆର, ଫରେନ ଓଲିଗୋସାକାରିଡେସ ଟେଷ୍ଟ୍‌ ଏବଂ ପୋଲେନ କାଉଣ୍ଟ ବା ପରାଗ ଗଣନା ଟେଷ୍ଟ୍‌। ୨୦୧୯ରେ ଏଫ୍‌ଏସ୍‌ଏସ୍‌ଏଆଇ ଆଶ୍ଚର୍ଯ୍ୟଜନକ ଭାବେ ପରୀକ୍ଷା ସମ୍ପର୍କୀତ ମାନଦଣ୍ଡକୁ ସଂଶୋଧିତ ଓ କୋହଳ କରି ଏକ ନିୟମ ଆଣିଲା ଯାହା ଅପମିଶ୍ରଣକୁ ପ୍ରୋତ୍ସାହିତ କଲା। ଏହି ନିୟମ ବି ଅପମିଶ୍ରଣକୁ ଠାବ କରିପାରିଲା ନାହିଁ। ନ୍ୟାଶନାଲ ବି’ବୋର୍ଡର ନିର୍ଦ୍ଦେଶକ ଡାଉନ ଟୁ ଆର୍ଥକୁ କହିଥିଲେ ଯେ, ପୋଲେନ କାଉଣ୍ଟ ଟେଷ୍ଟ୍‌ କମାଇ ଏଫ୍‌ଏସ୍‌ଏସ୍‌ଏଆଇ ମହୁ ଅପମିଶ୍ରଣକୁ ଆଇନସମ୍ମତ କରିଛି ଏବଂ ମକା ଓ ରାଇସ ସିରପକୁ ମହୁ ଭାବେ ବିକ୍ରି କରୁଛି। ଏହା ଦର୍ଶାଉଛିି ଯେ, ଖାଉଟିକୁ ଠକିବା ଏକ ପ୍ରକାର ବିଧିସମ୍ମତ ହୋଇଯାଇଛି। ଏବେ ମହୁ ବିକ୍ରି କରୁଥିବା କମ୍ପାନୀଗୁଡ଼ିକ ସଂଖ୍ୟା ଅତ୍ୟଧିତ୍କ ବୃଦ୍ଧି ପାଇଛି। ସେମାନେ ଭାରି କ୍ଷମତାଶାଳୀ ହୋଇଯାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ମହୁ କମ୍ପାନୀଗୁଡ଼ିିକ ଚାଷୀଙ୍କଠାରୁ ମହୁ କିଣିବା ବନ୍ଦ କରିଦେବାରୁ ଚାଷୀମାନେ ଦେବାଳିଆ ହୋଇଯାଇଛନ୍ତି। ଏଥିରୁ ଜଣାପଡୁଛି, ଆମ ଦେଶରେ ଥିବା ମହୁ କମ୍ପାନୀଗୁଡ଼ିକ ପ୍ରକୃତ ମହୁ ବ୍ୟବହାର କରୁନାହାନ୍ତି।
ମହୁ ବୋତଲରେ କ’ଣ ରହିଛି ତାହା ଦେଖିତ୍ବା। ଚାଇନାରୁ ପ୍ରଚୁର ଫ୍ରୁକ୍ଟୋଜ ଏବଂ ଗ୍ଲୁକୋଜ ସିରପ ଭାରତ ଆମଦାନୀ କରୁଛି। ୨୦୧୪ରେ ୧୦,୦୦୦ ମେଟ୍ରିକ ଟନ୍‌ ସୁଗାର ସିରପ ଭାରତକୁ ଆସିଥିଲା। ୨୦୧୭ ସୁଦ୍ଧା ଏହା ୪,୩୦୦ ମେଟ୍ରିକ ଟନରୁ ଅଧିକ ରହିଥିଲା। ‘ଫ୍ରୁକ୍ଟୋଜ ସିରପ’, ‘ହନି ବ୍ଲେଣ୍ଡ୍‌ ସିରପ’, ‘ଟାପିକୋ ଫ୍ରୁକ୍ଟୋଜ ସିରପ’ ଏପରି କି ‘ଫ୍ରୁକ୍ଟୋଜ ରାଇସ ସିରପ୍‌ ଫର୍‌ ହନି’ ନାମରେ ଏହି ସିରପ ଆମଦାନୀ କରାଯାଉଥିଲା। ଭାରତର ଯେ କେହି ଆଲିବାବା, ଓକେମ ଏବଂ ଟ୍ରେଡହ୍ବିଲର ମାର୍କେଟିଂ ପୋର୍ଟାଲରୁ ଚାଇନା କମ୍ପାନୀଗୁଡ଼ିକରୁ ଏମାନଙ୍କ ଅର୍ଡରକୁ ଦେଖିପାରିବେ। ଏଫ୍‌ଏସ୍‌ଏସ୍‌ଏଆଇ ସୁଗାର ଆମଦାନୀକାରୀଙ୍କ ପାଇଁ ଯେଉଁ ନିୟମ ଜାରି କରିଥିଲା ସେଥିରୁ ଚାଇନାରୁ ଆମଦାନୀ ହେଉଥିବା ସୁଗାର ମହୁ ଅପମିଶ୍ରଣରେ ବ୍ୟବହାର ହେବାର ପ୍ରମାଣ ବି ମିଳିଥିଲା। ୨୦୨୦ରେ ଏଫ୍‌ଏସ୍‌ଏସ୍‌ଏଆଇ ଘୋଷଣା କରିଥିବା ନ୍ୟୁକ୍ଲିୟାର ମ୍ୟାଗ୍ନେଟିକ ରିସୋନାନ୍ସ ସ୍ପେକ୍ଟ୍ରୋସ୍କୋପି (ଏନ୍‌ଏମ୍‌ଆର ) ଟେଷ୍ଟ ଏବେ ମହୁ ରପ୍ତାନିକାରୀ କମ୍ପାନୀଗୁଡ଼ିକ ପାଇଁ ବାଧ୍ୟତାମୂଳକ ହୋଇଛି। ତେବେ ଫ୍ରୁକ୍ଟୋଜ ସିରପ ଆମଦାନୀ ବନ୍ଦ ହେଲା ନାହିଁ, ବରଂ ଏହାର ନାମ ବଦଳିଗଲା। ଭାରତୀୟ କମ୍ପାନୀଗୁଡ଼ିକ ଏହି ସିରପ ଆମଦାନୀ କରୁଛନ୍ତି।
ଡାଉନ ଟୁ ଆର୍ଥ ଚାଇନାର ଦୁଇ ସପ୍ଲାୟର ଉହୁ ଫୁଡ୍ସ ଏବଂ ସିଏନ୍‌ଏନ୍‌ ଫୁଡ୍ସରୁ ନମୁନାଗୁଡ଼ିକୁ ଅନ୍‌ଲାଇନରେ ଅର୍ଡର କରିଥିଲା। ସବୁ ପ୍ରକାର ସରକାରୀ ଟେଷ୍ଟରେ ଏହି ସିରପଗୁଡ଼ିକ ପାସ୍‌ ହେବାକୁ ଚାହାନ୍ତି ବୋଲି ସ୍ବତନ୍ତ୍ର ଭାବେ କହିଥିଲା। ଦୁଇଟିଯାକ କମ୍ପାନୀ କହିଥିଲେ ଯେ, ସେମାନଙ୍କ ଉପତ୍ାଦ ଯେକୌଣସି ଭାରତୀୟ ଟେଷ୍ଟରେ ସଫଳ ହୋଇପାରିବ। ଏପରି କି ଅପମିଶ୍ରଣ ସ୍ତର ୮୦% ଯାଏ ଥିତ୍ଲେ ବି ଏହା ସମ୍ଭବ ହେବ। ଏହା ସହ ସେମାନେ ଜଣାଇଥିଲେ ଯେ, ଭାରତୀୟ ଆମଦାନୀକାରୀମାନେ ଏହି ସମାନ ପ୍ରତିଶତ ସେମାନଙ୍କ ମହୁରେ ବ୍ୟବହାର କରୁଛନ୍ତି। ‘ଡାଉନ ଟୁ ଆର୍ଥ ’ ଶୁଦ୍ଧ ମହୁ ନେଇ ତାହାକୁ ଚାଇନା ଓ ଭାରତର ଅପମିଶ୍ରଣକାରୀ ଉପାଦାନ ସହ ବିଭିନ୍ନ ଅନୁପାତରେ ୨୫%ରୁ ୭୫% ଯାଏ ମିଶାଇଥିଲା। ପରେ ଏହାକୁ ନ୍ୟାଶନାଲ ଡାଇରୀ ଡେଭଲପ୍‌ମେଣ୍ଟର ଗୁଜରାଟସ୍ଥିତ ସେଣ୍ଟର୍‌ ଫର୍‌ ଆନାଲିସିସ୍‌ ଆଣ୍ଡ୍‌ ଲର୍ନିଂ ଇନ୍‌ ଲାଇଭ୍‌ଷ୍ଟକ ଆଣ୍ଡ୍‌ ଫୁଡ୍‌ (ସିଏଏଲ୍‌ଏଫ୍‌) ପରୀକ୍ଷାଗାରକୁ ପଠାଇଥିତ୍ଲା। ୭୫% ପର୍ଯ୍ୟନ୍ତ ଅପମିଶ୍ରଣ ହୋଇଥିଲେ ମଧ୍ୟ ଏହା ଟେଷ୍ଟରେ ପାସ୍‌ କରିଥିତ୍ଲା। ୨୦୨୦ ଅଗଷ୍ଟରେ ଡାଉନ୍‌ ଟୁ ଆର୍ଥ ବଜାରରେ ବିକ୍ରି ହେଉଥିବା ୧୩ କମ୍ପାନୀର ମହୁ କିଣି ସେଗୁଡ଼ିକୁ ଏହି ପରୀକ୍ଷାଗାରକୁ ମଧ୍ୟ ପଠାଇଥିଲା। କେବଳ ଏପିସ ହିମାଳୟ ହନି ବ୍ୟତୀତ ଆଉ ସବୁ ବଡ଼ କମ୍ପାନୀ ଟେଷ୍ଟରେ ପାସ୍‌ କରିଯାଇଥିଲେ। ସମ୍ଭବତଃ ଏପିସ ହିମାଳୟ କମ୍ପାନୀ ୭୫%ରୁ ଅଧିକ ଅପମିଶ୍ରଣ କରୁଛି। ତିନୋଟି ଛୋଟ କମ୍ପାନୀ ଡାଦେବ, ହି ହନି ଏବଂ ସୋସାଇଟିି ନାଚୁରାଲି ଏହି ପରୀକ୍ଷାରେ ଫେଲ୍‌ ବା ଅସଫଳ ହେଲେ। ଏପରି କି ସେମାନଙ୍କ ମହୁରେ ୨୦ରୁ ୨୭% ଚିନି ଥିତ୍ଲା ବୋଲି ସି୩ ଟେଷ୍ଟରୁ ଜଣାପଡିଥିଲା। ଡାଉନ ଟୁ ଆର୍ଥ ଏଇଠି ତା’ ଅଭିଯାନ ଅଟକାଇନାହିଁ। ସେମାନେ ସବୁ ବ୍ରାଣ୍ଡ୍‌ର ମହୁକୁ ଏନ୍‌ଏମ୍‌ଆର ଟେଷ୍ଟ ପାଇଁ ପଠାଇଲେ। ଏହି ପରୀକ୍ଷା ପାଇଁ ମୁମ୍ବାଇରେ କେବଳ ଗୋଟିଏ ସ୍ଥାନ ଏକ୍ସପୋର୍ଟ ଇନ୍ସପେକ୍‌ଶନ କାଉନ୍‌ସିଲ୍‌ (ଇଆଇସି) ରହିଛି। ସେମାନେ ପରୀକ୍ଷା କରିବା ଲାଗି ମନା କରିଦେଲେ। ଏଣୁ ଡାଉନ୍‌ ଟୁ ଆର୍ଥ ଜର୍ମାନୀସ୍ଥିତ ଏକ ଜଣାଶୁଣା ପରୀକ୍ଷାଗାର ସହ ଯୋଗାଯୋଗ କରି ଏନ୍‌ଏମ୍‌ଆର ଟେଷ୍ଟ୍‌ ପାଇଁ ଗୁଜରାଟରେ ନମୁନା ଟେଷ୍ଟରେ ପାସ କରିଥିବା ମହୁକୁ ପଠାଇଲେ। ୧୩ କମ୍ପାନୀର ୧୭ଟି ନମୁନା ପଠାଗଲା। ଏଗୁଡ଼ିକ ମଧ୍ୟରୁ କେବଳ ସାଫୋଲା,ମାର୍କଫେଡ ସୋହନା ଏବଂ ନେଚର୍ସ ନେକ୍‌ଟର କମ୍ପାନୀ ପରୀକ୍ଷାରେ ପାସ କଲେ। ଆଉ ସବୁ ଫେଲ୍‌ ହେଲେ। ଏପରିକି ଏନ୍‌ଏମ୍‌ଆର ଟେଷ୍ଟରେ ପାସ କରିଥିବା ସୂଚନା ଦେଇଥିତ୍ବା ଡାବର କମ୍ପାନୀ ବି ଏଥିତ୍ର ସାମିଲ ଥିଲା।
ଅନ୍ୟ କୌଣସି ଦେଶରେ ଅପମିଶ୍ରଣକାରୀଙ୍କୁ ଜେଲ୍‌ରେ ରଖାଯିବା ସହ କମ୍ପାନୀଗୁଡ଼ିକୁ ବନ୍ଦ କରିଦିଆଯାଇଥାଆନ୍ତା। ଡାଉନ ଟୁ ଆର୍ଥ ଅତି ସତର୍କତାର ସହ ଏହି ଗୁପ୍ତ ରହସ୍ୟ ପ୍ରକାଶ କରିଛି। କିନ୍ତୁ ଏଫ୍‌ଏସ୍‌ଏସ୍‌ଏଆଇ ଏହାକୁ ଅଣଦେଖା କରିଛି। ମହୁ କମ୍ପାନୀଗୁଡ଼ିକ ଅପମିଶ୍ରଣର ସର୍ବନିମ୍ନ ମାନକ ପୂରଣ କରିବାରେ ବି ଫେଲ୍‌ ହୋଇଛନ୍ତି। କିନ୍ତୁ ଏମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କୋଭିଡ୍‌ ମହାମାରୀ ଲକ୍‌ଡାଉନ ସମୟରେ ଲୋକମାନେ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ସବୁକିଛି ପଦକ୍ଷେପ ଗ୍ରହଣ କଲେ। ମାର୍ଚ୍ଚ ୨୦୨୦ରୁ ମହୁ ବିକ୍ରି ୩୫% ବଢ଼ିଗଲା। କିନ୍ତୁ ଲୋକମାନେ ଶରୀରକୁ ସୁସ୍ଥ ରଖିବା ପାଇଁ ମହୁ ବଦଳରେ ପ୍ରତିଦିନ ଚାମଚେ ସୁଗାର ସିରପ୍‌ ବା ବିଷରୁ ସେମାନଙ୍କ ଦିନ ଆରମ୍ଭ କରୁଥିଲେ। ଏ ସମ୍ପର୍କରେ ଜାଣିବା ପରେ ଯଦି ଆପଣମାନେ କ୍ରୋଧିତ ଏବଂ ଏଥିରେ କିଛି ପରିବର୍ତ୍ତନ ଆଣିବା ଲାଗି ଚାହଁୁଛନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଇ-ମେଲ କିମ୍ବା ଟୁଇଟ୍‌ କରି ଜଣାନ୍ତୁ। ଚାଇନାରୁ ଆମଦାନୀ ହେଉଥିବା ସବୁ ସିରପ ଉପରେ ପ୍ରତିବନ୍ଧକ ଲଗାଇବା ସହ ଆମଦାନୀକାରୀ କମ୍ପାନୀଗୁଡ଼ିକୁ ବନ୍ଦ କରିବାକୁ କୁହନ୍ତୁ। ପ୍ରତ୍ୟେକ ମହୁ କମ୍ପାନୀ କେଉଁ ମହୁଚାଷୀ ମାନଙ୍କଠାରୁ ମହୁ କିଣୁଛନ୍ତି ତାହା ପ୍ରକାଶ କରିବା ଦରକାର। ପ୍ରତ୍ୟେକ ମହୁଚାଷୀଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ଉଚିତ। ଏହି ବ୍ୟବସ୍ଥା ୟୁରୋପରେ ଖାଦ୍ୟ ଉପତ୍ାଦଗୁଡ଼ିକ ଲାଗି ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ପାଇଁ ଆବଶ୍ୟକ ମାନଦଣ୍ଡ, ଯାହାକୁ ଏଫ୍‌ଏସ୍‌ଏସ୍‌ଏଆଇ କମାଇଛି ତାହାକୁ ପୁଣି ଫେରାଇ ଆଣିବା ଦରକାର। ଏନ୍‌ଏମ୍‌ଆର ପରୀକ୍ଷାକୁ ବାଧ୍ୟତାମୂଳକ କରାଯିବା ଉଚିତ। ଏଫ୍‌ଏସ୍‌ଏସ୍‌ଏଆଇ ନିକଟରେ ମହୁ ଏବଂ ସିରପ ଉପତ୍ାଦକମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଇକୋନୋମିକ୍‌ କାଉନ୍‌ସିଲ ଅଧୀନରେ ଥିବା ବି’କିପିଙ୍ଗ୍‌ ଡେଭଲପ୍‌ମେଣ୍ଟ କମିଟି ପାଖରେ ମହୁ ଉପତ୍ାଦନ, ବିକ୍ରି କିମ୍ବା ମହୁଚାଷୀମାନଙ୍କ ବିଷୟରେ କିଛି ବି ତଥ୍ୟ ନାହିଁ!
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

‘ଘିନୁଆ’ ଦଣ୍ଡ ଲୋଡ଼ା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସାମ୍ୟବାଦୀ ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି ‘ଶିକାର’ର କାହାଣୀ ଇତିମଧ୍ୟରେ ବହୁ ପାଠକଙ୍କ ବିସ୍ମୃତିରେ...

ପୁନଃ ଶୂନଗାଡ଼ି

ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀରେ ଦୁଇଚକିଆ ଓ ଚାରିଚକିଆ ଯାନର ଉଦ୍ଭାବନ ଥିଲା ସମଗ୍ର ମାନବଜାତି ପାଇଁ ଏକ ବଡ଼ ଉପଲବ୍ଧି। ମୋଟର...

ଚକା ତଳେ ଚାଷୀ

ବିଚିତ୍ର ବିଶ୍ୱାଳ ଏଇ କିଛି ଦିନ ତଳେ ଲଖିମ୍‌ପୁର ଖେରିରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭରତ କୃଷକମାନଙ୍କ ଉପରେ ଯେପରି ଭାବେ ଗାଡ଼ି ଚଢ଼େଇ ହତ୍ୟା କରାଗଲା...

ଏଇ ଭାରତରେ

‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ୍‌ର ଗଭୀରତାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ରାଜସ୍ଥାନର କୃଷକ ବବ୍‌ଲୁ ଚୌଧୁରୀ। ଏହାର ଗୁରୁତ୍ୱକୁ ସେ ସାଧାରଣରେ ପ୍ରତିପାଦିତ...

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ...

ମହାମାରୀ ଓ ପ୍ରାଥମିକ ଶିକ୍ଷା

ଲୋକନାଥ ପଣ୍ଡା ଗତ ମାର୍ଚ୍ଚ ମାସରୁ କୋଭିଡ କଟକଣା ହେତୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। କୋଭିଡ ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର...

କୁନି ବାହାଘର ହବ ତ

ସୁଧାକର ଦାସ ନିର୍ବାଚନ ଫଳାଫଳ ବାହାରିବ ୨୩ ତାରିଖରେ। ସ୍ପଷ୍ଟ ହେଇଯିବ କିଏ ଜିତିଲା, କିଏ ହାରିଲା। ନିଷ୍ପତ୍ତି ହେଇଯିବ କାହା ହାତକୁ ଯିବ କ୍ଷମତା...

ଜଳଯୁଦ୍ଧ

ଡ. ଅଜୟ କୁମାର ପାତ୍ର ବିନ୍ଦୁ ବିନ୍ଦୁ ପାଣିରେ ଅୟୁତ ଜୀବନ। ବିନ୍ଦୁ ବିନ୍ଦୁ ପାଣି ମିଶି ମହାସାଗର ହୋଇପାରିଛି। ପାଣିର ଏପରି ବିଶିଷ୍ଟ ଗୁଣ...

Advertisement
Archives

Model This Week