ଫିଲ୍ମ ଇଣ୍ଡଷ୍ଟ୍ରିରୁ ରାଜନୀତି…

ମୁମ୍ବାଇ, ୪।୨: ବଲିଉଡ୍‌ରେ ‘ରଙ୍ଗିଲା ଗର୍ଲ’ ଭାବେ ପରିଚିତି ହାସଲ କରିଥିବା ଉର୍ମିଳା ମାତୋଣ୍ଡକରଙ୍କୁ ଗୁରୁବାର ୪୭ ବର୍ଷ ପୂରଣ ହୋଇଛି। ସେ ୪୮ ବର୍ଷରେ ପାଦ ଥାପିଛନ୍ତିି। ସେ ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ରୁକ୍ଶାନା ସୁଲତାନା ଜଣେ ମୁସଲମାନ ଥିବାବେଳେ ପିତା ଶିବିନ୍ଦର ସିଂ ଜଣ ପଞ୍ଜାବୀ ହିନ୍ଦୁ। ୧୯୭୭ରେ ସେ କର୍ମ ଫିଲ୍ମରେ ଅଭିନୟ କରିଥିଲେ। ତେବେ ୧୯୮୩ରେ ମାସୁମ ଫିଲ୍ମରେ ଶିଶୁ କଳାକାର ଭାବେ ଉର୍ମିଳାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ୧୯୯୧ରେ ସେ ନରସିଂହ୍ମାରେ ଅଭିନୟ କରିଥିଲେ। ୧୯୯୫ରେ ରାମଗୋପାଳ ବର୍ମାଙ୍କ ଫିଲ୍ମ ରଙ୍ଗିଲାରେ ଉର୍ମିଳାଙ୍କୁ ଷ୍ଟାର ଡମ ମିଳିଥିଲା। ୧୯୯୭ରେ ଜୁଦାଇ,୧୯୯୮ରେ ସତ୍ୟା, ୧୯୯୯ରେ ଖୁବସୁରତ୍‌, ୨୦୦୦ରେ ଜଙ୍ଗଲୀ ଆଦି ଫିଲ୍ମରେ ସେ ଉଲ୍ଲେଖନୀୟ ଅଭିନୟ କରିଥିଲେ। ରାମଗୋପାଳଙ୍କ ସହିତ ଉର୍ମିଳାଙ୍କ ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ରେ ଚର୍ଚ୍ଚା ହୋଇଥିଲା। ତେବେ ୨୦୧୬ରେ ସେ ନିଜଠାରୁ ୧୦ ବର୍ଷ ବୟସ ସାନ କଶ୍ମୀର ବିଜନେସ ମ୍ୟାନ ମୋହସିନ ଅଖତର ମୀରଙ୍କୁ ଲୁଚାଛପାରେ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଦେଇ ୨୦୧୯ରେ ପ୍ରଥମେ କଂଗ୍ରେସ ଏବଂ ୨୦୨୦ରେ ଶିବସେନାରେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri