ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖୁଛନ୍ତି କି…

ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି ସେହି ନାମରେ ଡାକିବା ଆରମ୍ଭ କରିଥାଆନ୍ତି। ତେବେ ନାମକରଣ ସମୟରେ ନିମ୍ନଲିଖିତ କେତୋଟି କଥା ଉପରେ ଗୁରୁତ୍ୱ ଦେବା ଜରୁରୀ।

-ଶିଶୁର ନାମ କୌଣସି ସ୍ଥାନର ନାମ ଅନୁସାରେ ରଖନ୍ତୁ ନାହିଁ। କାରଣ ଅନେକ ସମୟରେ ଏପରି ହୋଇଥାଏ, ଶିଶୁ ଯେଉଁଠାରେ ଜନ୍ମଗ୍ରହଣ କରିଥାଏ; ପିତାମାତା ସେହି ସ୍ଥାନର ନାମାନୁସାରେ ତା’ର ନାମ ରଖିଥା’ନ୍ତି। ତାହା ଭବିଷ୍ୟତରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

-ଆପଣ ଶିଶୁଟିର ନାମ ଯାହା ବି ରଖନ୍ତୁ, ତାହାର ଅର୍ଥ ବୁଝାପଡ଼ିବା ଆବଶ୍ୟକ। ଏହା ସହ ନାମର ଅର୍ଥ ଯେପରି କୌଣସି ସକାରାତ୍ମକ ଦିଗକୁ ସୂଚାଉଥିବ। ସେ ନେଇ ମଧ୍ୟ ଦୃଷ୍ଟି ଦେବା ଉଚିତ।

-ଆପଣ ଯେଉଁ ଧର୍ମାବଲମ୍ବୀ ହୁଅନ୍ତୁ ନା କାହିଁକି, ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଯାଇଥାଏ। ଏହା ଶିଶୁର ସାମାଜିକ ମିଳାମିଶାରେ ବାଧା ସୃଷ୍ଟି କରିପାରେ।

-ଅନେକ ସମୟରେ ଏପରି ହୋଇଥାଏ, ପିତାମାତା କୌଣସି ମହାପୁରୁଷଙ୍କ ନାମ ଅନୁସାରେ ଶିଶୁର ନାମ ଦେଇଥା’ନ୍ତି। ନାମ ଅନୁସାରେ ଶିଶୁ ପ୍ରସିଦ୍ଧି ଲାଭ କରିବ ବୋଲି ସେମାନଙ୍କ ବିଶ୍ୱାସ । ଆପଣ ମନେରଖିବା ଉଚିତ ଯେ, ଶିଶୁ ନାମ ନୁହେଁ ବରଂ କାମ ଅନୁସାରେ ପ୍ରସିଦ୍ଧି ଲାଭ କରିଥାଏ।

-ପରିବାରର ଅନେକ ସଦସ୍ୟ ବିଭିନ୍ନ ନାଁ ଦେବାକୁ ଚାହୁଁଥିବା ବେଳେ ପିତାମାତା ଏକାଧିକ ନାମକୁ ଯୋଡ଼ି ଶିଶୁର ନାମ ଦେଇଥା’ନ୍ତି। ତେବେ ଏପରି ଆଦୌ କରନ୍ତୁ ନାହିଁ। ଏହା ଦ୍ୱାରା ଶିଶୁକୁ ସମ୍ବୋଧନ କରିବାରେ ଅସୁବିଧା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri