ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା
ଯାଇଛି । ଜାଣନ୍ତୁ କେଉଁସବୁ ଘରୋଇ ଉପଚାର ଦ୍ୱାରା ସେମାନେ ରୂପଚର୍ଯ୍ୟା କରୁଥିଲେ…

ସି-ଓ୍ବିଡ୍‌: ସମୁଦ୍ରରେ ମିଳୁଥିବା ଗୁଳ୍ମ ବା ସି-ଓ୍ବିଡ୍‌ରେ ରହିଛି ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ତତ୍ତ୍ୱ। ବିଶେଷ କରି ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରି ଏବଂ ଆଣ୍ଟି-ମାଇକ୍ରୋବାୟାଲ୍‌ ଗୁଣ ମୁହଁ ଏବଂ ତ୍ୱଚାରେ ଫୁଲିବା, ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ ଆଦି ହେବାକୁ ଦିଏ ନାହିଁ। ତା’ଛଡା ଏହା ତ୍ୱଚାର ଉଜ୍ଜ୍ୱଳତା ଦୂରକରିଥାଏ। ତେଣୁ ଏହାକୁ ତ୍ୱଚାର ସୁରକ୍ଷା ତଥା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ବ୍ୟବହାର କରାଯାଏ। ଆପଣ ବି ଚାହିଁଲେ ଏହାକୁ ବ୍ୟବହାର କରି ତ୍ୱଚାର ଯତ୍ନ ନେଇପାରିବେ।
କେଶର: ଇହିହାସରେ ବର୍ଣ୍ଣନା ଅଛି ଯେ, ଇଜିପ୍ଟର ରାଣୀ କ୍ଲିଓପାଟ୍ରା ତାଙ୍କ ଆକର୍ଷଣୀୟ ରୂପ ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ। ନିଜ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ଲାଗି ସେ ଗଧ କ୍ଷୀରରେ କେଶର ଏବଂ ଗୋଲାପ ପାଖୁଡା ପକାଇ ଗାଧୋଉଥିଲେ। ତେଣୁ ସେବେଠୁ କେଶରକୁ ତ୍ୱଚାର ସୁନ୍ଦରତା ବଢ଼ାଇବା ପାଇଁ ବ୍ୟବହାର କରାଯାଉଛି। ଏମିତିକି ପରଫ୍ୟୁମ୍‌, ଲିପ୍‌ଷ୍ଟିକ୍‌, କ୍ରିମ୍‌, ଏସେନ୍ସିଆଲ୍‌ ଅଏଲ୍‌ ଆଦି ପ୍ରସ୍ତୁତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।
ଗଛ ଛାଲି: ୧୧ ଶତାବ୍ଦୀ ବେଳକୁ ମିଆଁମାର୍‌ର ଲୋକମାନେ ଥାନାକା ନାମକ ଏକ ଗଛର ଛାଲିକୁ ପାଣି ପକାଇ ପେଡିରେ ଘୋରି ମୁହଁ ଦେହ ଆଦିରେ ଲଗାଉଥିଲେ। ଯାହାକି ତାଙ୍କୁ ଖରାରେ ଆସୁଥିବା ୟୁଭି ଲାଇଟ୍‌ରୁ ସୁରକ୍ଷା ଦେଉଥିଲା। ସେହିପରି ଚନ୍ଦନ କାଠକୁ ମଧ୍ୟ ବ୍ୟବହାର କରୁଥିଲେ। ଏବେବି ଚନ୍ଦନ କାଠର ଡିମାଣ୍ଡ ରହିଛି। ଏହାକୁ ବ୍ୟବହାର କରି ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ।
ଗୋଲପ ପାଖୁଡା: ଏହାକୁ ନା କେବଳ ବର୍ତ୍ତମାନ ପରଫ୍ୟୁମ୍‌, ଲିପ୍‌ଷ୍ଟିକ୍‌, କ୍ରିମ୍‌, ଏସେନ୍ସିଆଲ୍‌ ଅଏଲ୍‌, ମଶ୍ଚରାଇଜର୍‌ ଆଦିରେ ବ୍ୟବହାର କରାଯାଉଛି, ବରଂ ପୁରାତନ କାଳରେ ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ରାଣୀ, ରାଜକୁମାରୀମାନେ ଗୋଲାପ ପାଖୁଡାକୁ କ୍ଷୀର, ଦହି, ହଳଦୀ ଆଦି ସହିତ ମିଶାଇ ମୁହଁ ଏବଂ ଶରୀରରେ ମାସ୍କ ଭଳି ଲଗାଉଥିଲେ। ଏମିତିକି ଗାଧୁଆ ପାଣିରେ ଗୋଲାପ ପାଖୁଡା ପକାଇ ଗାଧୋଉଥିଲେ। ଏଭଳି ଆପଣ ବି କରି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମରାମତି ନାଁରେ ବଡ଼ ଧରଣର ପ୍ରହସନ: କୁମାରକାନୀ-ବାଗଡ଼ିଆଣି ରାସ୍ତାରୁ ପିଚୁ ଉଭାନ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି ): ସରକାରୀ ଅର୍ଥକୁ କିଭଳି ହରିଲୁଟ କରାଯାଏ, ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ…

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ…

୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ ପାଇବେ ଚାଷୀ, ବୃଦ୍ଧାବସ୍ଥା ବେଳେ ସୁରକ୍ଷା ଯୋଗାଇବ ଏହି ଯୋଜନା

ନୂଆଦିଲ୍ଲୀ,୧୬।୫: ଚାଷକାର୍ଯ୍ୟରେ ପରିଶ୍ରମ ତ ବହୁତ ରହିଛି, କିନ୍ତୁ ବୟସ ବଢ଼ିବା ସହିତ ଶରୀର ପୂର୍ବ ଭଳି ସାଥ ଦିଏ ନାହିଁ। ଏହି କଥାକୁ ଦୃଷ୍ଟିରେ ରଖି…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri