ହୋମ୍‌ କ୍ୱାରାଣ୍ଟାଇନ୍‌ ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ

ଭୁବନେଶ୍ୱର, ୨୫ା୬(ବ୍ୟୁରୋ): ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ। ବୟସ୍କ ବ୍ୟକ୍ତିଙ୍କୁ କିପରି ସୁରକ୍ଷା ଦିଆଯିବ ସେ ବିଷୟରେ କହିବା ସହିତ ହୋମ୍‌ କ୍ୱାରାଣ୍ଟାଇନ ବା ଗୃହ ସଙ୍ଗରୋଧ ନିୟମ ଭାଙ୍ଗୁଥିବା ଲୋକଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି। ଗ୍ରାମାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନେ ନିୟମ ମାନିଛନ୍ତି। କିନ୍ତୁ ସହରାଞ୍ଚଳରେ ଗୃହ ସଙ୍ଗରୋଧ ସମସ୍ୟା ରହିଛି। ସେ କହିଲେ, ଓଡ଼ିଶାକୁ ଏବେ ୫ଲକ୍ଷ ୭୫ହଜାର ପ୍ରବାସୀ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର, ଯେଉଁମାନେ ୬,୭୯୮ଟି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଅନେକ ଘରକୁ ଫେରିଥିବାବେଳେ ଆଉ କିଛି ରହିଛନ୍ତି। କାଁ ଭାଁ ଛାଡ଼ି ଦେଲେ ଏମାନେ ନିୟମ ମାନିଛନ୍ତି। କିନ୍ତୁ ସହରାଞ୍ଚଳରେ ଏଭଳି ସଙ୍ଗରୋଧ କେନ୍ଦ୍ର ଗଠନ କରିବା ସମ୍ଭବ ନୁହେଁ। ଏହାଛଡ଼ା ଅନେକ ଲୋକଙ୍କର ଅଲଗା ରହିବା ପାଇଁ ଜାଗା ଅଛି ଓ ସାମର୍ଥ୍ୟ ମଧ୍ୟ ରହିଛି। ସେଥିପାଇଁ ସରକାର ହୋମ୍‌ କ୍ୱାରାଣ୍ଟାଇନ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏହାକୁ ଅନେକ ପାଳନ କରୁନାହାନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ। ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ନିୟମ ଭାଙ୍ଗି ପରିବାର ସଦସ୍ୟଙ୍କୁ ବିପଦରେ ପକାନ୍ତୁନି ବୋଲି ସେ କହିଛନ୍ତି। ଗୃହ ସଙ୍ଗରୋଧରେ ରହିଲେ ଅଲଗା ଘରେ ନିଜ କୋଠରିରେ ରହିବେ। ପରିବାରର ମାତ୍ର ଜଣେ ସଦସ୍ୟ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ କଥା ବୁଝିବେ। ଗୃହ ସଙ୍ଗରୋଧକୁ ପାରିବାରିକ ପୁନର୍ମିଳନ କଲେ ଭୟଙ୍କର ସ୍ଥିତି ଉପୁଜିବ। ବୟସ୍କ, ଶିଶୁ ଓ ଗର୍ଭବତୀଙ୍କ ଠାରୁ ଦୂରତ୍ୱ ଅବଲମ୍ବନ କରିବା ସହିତ ସାଙ୍ଗସାଥୀ, ବନ୍ଧୁ, କୁଟୁମ୍ବଙ୍କ ସାଙ୍ଗରେ ଦେଖା ନ ହେବା ପାଇଁ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୨୨..

ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ...

ଶ୍ରୀମନ୍ଦିର ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରର ବହୁ ସେବାୟତ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଥିସହ ନୂଆ...

ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ସସ୍ମିତ୍‌ ପାତ୍ର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ଭାବେ ସୋମବାର ଶପଥ ନେଇଛନ୍ତି ସସ୍ମିତ୍‌ ପାତ୍ର। ସେ ଦ୍ବିତୀୟ ଥର ଭାବେ ଶପଥ ନେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ...

ରଥ ଆଶା ଛାଡ଼ିଲେ ମହାରଣା ସେବକ

ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ...

ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଖ୍ୟାତନାମା ଚିତ୍ରଶିଳ୍ପୀ ଯତୀନ ଦାସଙ୍କୁ ଏକଡ଼େମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। ୨୦୧୩ ମସିହା...

୨୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର...

ଧୋକା ଦେଲା କରୋନା ଟିକା: ଅଧାରୁ ପରୀକ୍ଷଣ ବନ୍ଦ

ଓ୍ବାଶିଂଟନ, ୯।୯: ପୃଥିବୀ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ଲୋକଙ୍କ ଆଶା ନିରାଶାରେ ପରିଣତ ହୋଇଛି। ଏଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା...

ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୭।୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି...

Advertisement
Archives

Model This Week