କୋଣାର୍କରେ ପ୍ରଥମଥର ୪ ପଜିଟିଭ୍‌

କୋଣାର୍କ,୨୫ା୬(ଡି.ଏନ୍‌.ଏ): କୋଣାର୍କରେ ପ୍ରଥମଥର ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। କୋଣାର୍କ ଏନଏସିରେ ୩ଜଣ ଓ ଏହି ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ମାଙ୍କରଗୋରଡି ଗ୍ରାମର ୧ଜଣ ପ୍ରବାସୀ ବୋଲି ଜଣାପଡ଼ିଛି। ୧୩ନଂ ୱାର୍ଡ ବେରୁହଁ ଗ୍ରାମର ୨ଜଣ ଏବଂ ଅନ୍ୟ ଜଣେ ୨୬ବର୍ଷର ଯୁବକ(ସିକ୍ୟୁରିଟ ଗାର୍ଡ)ପଜିଟିଭ ରିପୋର୍ଟ ଆସିବା ପରେ ସେମାନଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲ ପଠାଯାଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ କହିଛନ୍ତି। ନିକଟରେ ମହାରାଷ୍ଟ୍ରରୁ ବେରୁହଁ ଗ୍ରାମର ବାପା, ମା ଓ ଦୁଇ ବର୍ଷର ଝିଅ ଫେରି ୧୭ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ସ୍ବାବ ଟେଷ୍ଟ ପରେ ବାପା ଓ ଝିଅର ପଜିଟିଭ ରିପୋର୍ଟ ଆସିଥିଲା। ସେହିଭଳି ମୁମ୍ବାଇରୁ ଆସିଥିବା ଯୁବକ ରିଂରୋଡରେ ଏକ ଘରୋଇ ଲଜ୍‌ରେ ପେଡ କ୍ୱାରାଣ୍ଟାଇନରେ ରହିଥିଲେ ା ଯୁବକ ଜଣକ ଆଇଓଏଫର ସିକ୍ୟୁରିଟ ଗାର୍ଡ ଭାବେ କାଯର୍‌ୟରତ ଥିବା ଜଣାପଡିଛି। ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ବାହାରିବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଏହି ଯୁବକଙ୍କ ସଂସ୍ପର୍ଶରେ ଆଇଓଏଫ୍‌ର କର୍ମଚାରୀ ଓ ଲଜର କର୍ମଚାରୀ ଅଛନ୍ତି କି ନାହଁି ତାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପଜିଟିଭ ଚିହ୍ନଟଙ୍କୁ ଭୁବନେଶ୍ୱର ପଠାଯିବା ପରେ ତୁରନ୍ତ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଘରୋଇ ଲଜ ପରିସର ସାନିଟାଇଜ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ସହରରେ ଲାଗିଲା ୬ ସାନିଟାଇଜ ମେଶିନ

ବାଲେଶ୍ୱର ଅଫିସ, ୫।୬: ମହାମାରୀ କରୋନା ଯୋଗୁ ସବୁବର୍ଗର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ହାତପାଣ୍ଠିରୁ ୧୦ଲକ୍ଷ...

ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ନିରାଶରେ ଫେରିଲେ ବହୁ ଅଭିଯୋଗକାରୀ

ବ୍ରହ୍ମପୁର ଅଫିସ୍‌,୧୩ା୭-ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ(କ୍ୟାମ୍ପ କୋର୍ଟ) ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୋଟ ୬୫ ମାମଲାର ଶୁଣାଣି...

ପୁରୁଣା ଅଶ୍ୱତ୍ଥ ଗଛ ଉପୁଡ଼ି ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା ଅବରୋଧ

ଧାମନଗର ,୧୩।୧୧(ଡି.ଏନ.ଏ.)- ଭଦ୍ରକ କିଲା ଧାମନଗର ବ୍ଲକଦେଇ ଯାଇଥିବା ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ସୂର୍ଯ୍ୟପୁର ଛକରେ ଥିବା ଏକ ପୁରାତନ ବିରାଟ ଅଶ୍ୱତ୍ଥ ଗଛ...

ଖନ୍ତାପଡ଼ା ଥାନା ଘେରାଉ ଘଟଣା: ଆଇନକୁ ହାତକୁ ନ ନେବା ପାଇଁ ପୋଲିସର ପରାମର୍ଶ

ବାହାନଗା, ୩୦ା୯(ଡି.ଏନ.ଏ.)-ମଦ ବିରୋଧୀ ମହିଳାଙ୍କ ଦ୍ୱାରା ରବିବାର ସନ୍ଧ୍ୟାରେ ଖନ୍ତାପଡା ଥାନା ଘେରାଉ ଘଟଣା ପରେ ସୋମବାର ମହିଳା ସଦସ୍ୟାମାନଙ୍କ ସହିତ ପୋଲିସ୍‌ର ବୈଠକ ଅନୁଷ୍ଠିତ...

ଅଧ୍ୟକ୍ଷା ପଦବୀ ହାତେଇବାକୁ ସବୁ ଦଳର ପ୍ରୟାସ

ଫୁଲବାଣୀ ଅଫିସ, ୧୭ା୩: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦବୀ ହାତେଇବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ଜୋରଦାର ପ୍ରୟାସ...

ଜିଲାର ସମସ୍ତ ପ୍ରବେଶ ପଥରେ ଚେକ୍‌ପୋଷ୍ଟ

ଛତ୍ରପୁର,୧୩ା୪(ଡି.ଏନ୍‌.ଏ.) – ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ଏନେଇ ଏକ ବୈଠକ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ...

ଚାଷୀଙ୍କୁ ଦୁଃଖ ଦେଲା ଓସ୍ତପୁରା ଡ୍ୟାମ

ଘସିପୁରା,୧୯।୧୧(ଡି.ଏନ.ଏ.)-ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଓସ୍ତପୁରା ଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଜନର ଡ୍ୟାମ ଏବେ ଅମଳ ପାଇଁ ଚାହିଁ ବସିଥିବା ଚାଷୀଙ୍କ ପାଇଁ ଦୁଃଖର...

୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ …

ନୂଆଦିଲ୍ଲୀ, ୧୯।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week