ହୋମ୍‌ ପ୍ୟୁରିଫାୟର

ଡ. ନରେନ୍ଦ୍ର ସେଠୀ

ବର୍ତ୍ତମାନ ବାୟୁ ପ୍ରଦୂଷଣ ଯେଉଁ ପରିମାଣରେ ବଢ଼ିଲାଣି ଦିଲ୍ଲୀ ଭଳି ସହରରେ ଘର ଭିତରେ ମଧ୍ୟ ରହିବା କାଠିକର ପାଠ। ଏହି ସମସ୍ୟାକୁ ଆଖିଆଗରେ ରଖି ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀ ଘର ପାଇଁ ବାୟୁ ବିଶୋଧନ ଉପକରଣ ବଜାରରେ ଉପଲବ୍ଧ କରାଇଛନ୍ତି I
ଏଠାରେ ସୂଚନାଯୋଗ୍ୟ ଯେ ଦଶବର୍ଷ ତଳେ (୨୦୧୧) ବିଶ୍ୱ ସ୍ବସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ପିଏମ୍‌ ଟେନ୍‌ ବା ବାୟୁରେ ଦଶ ମାଇକ୍ରନ୍‌ରୁ ଛୋଟ ଧୂଳିକଣା ମାତ୍ରାରେ ଆବଶ୍ୟକ ସୀମାଠାରୁ ଦଶ ଗୁଣ ବୃଦ୍ଧି ପାଇଥିଲା। ଏହି ଛୋଟ ଧୂଳିକଣା ନିଃଶ୍ୱାସ ବାଟେ ଶରୀରର ଆଭ୍ୟନ୍ତରୀଣ ସ୍ଥାନରେ ପହଞ୍ଚତ୍ ସ୍ବସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ। ୨୦୧୬ ତଥ୍ୟ ଉପରେ ଆଧାରିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ଅତି କମ୍‌ରେ ୧୪୦ ନିୟୁତ ଲୋକ ନେଉଥିବା ନିଃଶ୍ୱାସରେ ପ୍ରଦୂଷଣର ମାତ୍ରା ଡବ୍ଲ୍ୟଏଚ୍‌ଓ ସୁରକ୍ଷିତ ସୀମାଠାରୁ ୧୦ ଗୁଣ କିମ୍ବା ଅଧିକ। ଏଠାରେ କହିବା ବାହୁଲ୍ୟ ଯେ ଭାରତ ସରକାରଙ୍କ ଆର୍ଥିକ ସର୍ଭେ ୨୦୧୮ ଅନୁଯାୟୀ ଦିଲ୍ଲୀରେ ପ୍ରତି ହଜାର ବ୍ୟକ୍ତି ପିଛା ୫୬୬ ମୋଟର ଯାନ ପଞ୍ଜୀକୃତ ଥିଲା। ଅର୍ଥାତ୍‌ ଦିଲ୍ଲୀରେ ମୋଟର ଯାନ ସଂଖ୍ୟା ଏକ କୋଟିରୁ ଅଧିକ ଓ ଦୁଚକିଆ ଯାନ ୭୦ ଲକ୍ଷରୁ ଊର୍ଦ୍ଧ୍ୱ । ଅର୍ଥାତ୍‌ ଆମେ ଘରେ ବନ୍ଦ ହୋଇ ରହିଲେ ମଧ୍ୟ ବାୟୁ ପ୍ରଦୂଷଣରୁ ନିଜକୁ ରକ୍ଷା କରିବା କଷ୍ଟକର। ଯାହାର ଚାହିଦାକୁ ଲକ୍ଷ୍ୟ କରି ଏବେ ପ୍ରଦୂଷିତ ବାୟୁକୁ ସଫା କରିବା ପାଇଁ ଅନେକ ପ୍ରକାରର ହୋମ୍‌ ଏୟାର ପ୍ୟୁରିଫାୟର ବଜାରରେ ଉପଲବ୍ଧ। ଏହି ବାୟୁ ଶୋଧକ ଉପକରଣ ଘର ଭିତରେ ଥିବା ବାୟୁରୁ ଅନେକାଂଶରେ ଛୋଟ ଛୋଟ ଧୂଳି କଣାଗଡ଼ିକ ଛାଣି ବାହାର କରିବାରେ ସକ୍ଷମ। କିନ୍ତୁ ବାୟୁରେ ମିଶି ରହିଥିବା ହାନିକାରକ ଯଥା ମିଥେନ, ବେଞ୍ଜିନ, ଫର୍ମାଲ ଡିହାଇଡ, କାର୍ବନ ମନୋକ୍ସାଇଡ, ନାଇଟ୍ରୋଜେନ ଅକ୍ସାଇଡ ଭଳି ଅତି ବିପଦ ଜନକ ପ୍ରଦୂଷିତ ଗ୍ୟାସ୍‌କୁ ବାହାର କରି ପାରନ୍ତି ନାହିଁ। ଯେହେତୁ କୌଣସି ବାୟୁ ଶୋଧନକାରୀ ଉପକରଣ ଏସବୁ କରିବାରେ ଅସମର୍ଥ, ଆମକୁ କିଛି ଅନ୍ୟ ଉପାୟ ଅବଲମ୍ବନ କରିବାକୁ ହେବ। ଠିକ୍‌ ଯେମିତି ଘର ବାହାରେ ଅମ୍ଳଜାନର ଏକମାତ୍ର ଉତ୍ସ ଗଛ ସେମିତି ଘର ଭିତରେ ମଧ୍ୟ ଅମ୍ଳଜାନ ମାତ୍ରା ବଢ଼େଇବା ପାଇଁ ଗଛର ସାହାଯ୍ୟ ଲୋଡ଼ିବାକୁ ହେବ। ତେବେ ଆମେ ଘରେ ଅମ୍ଳଜାନର ମାତ୍ରା ବଜାୟ ରଖିବା ଏବଂ ବାୟୁକୁ ଶୋଧନ କରିବା ପାଇଁ ସବୁ ଗଛ ଘର ଭିତରେ ଲଗେଇ ପାରିବା ନାହିଁ । କାରଣ ଘର ଭିତର ସୂର୍ଯ୍ୟ କିରଣ ନ ଥାଏ । ତେବେ କିଛି ଗଛ ଅଛି, ଯାହାକୁ ଆମେ ଘର ଭିତରେ କୁଣ୍ଡ ଜରିଆରେ ଲଗେଇ ପାରିବା।
ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ, କାନପୁର ଏବଂ ଆମେରିକାର ପ୍ରମୁଖ ଗବେଷଣା ସଂସ୍ଥା ନାସାର ଅଧ୍ୟୟନରୁ ଜଣାଯାଏ ଯେ ଘର ଭିତରେ ପାଞ୍ଚ ପ୍ରକାର ଗଛ ଲଗେଇ ପାରିବା, ଯାହା ଘର ଭିତରେ ଅନାୟାସରେ ବଢ଼ିଥାଏ। ଏହା ପ୍ରଚୁର ପରିମାଣରେ ଅମ୍ଳଜାନ ଦେବା ସଙ୍ଗେ ସଙ୍ଗେ ବାୟୁ ବିଶୋଧନ ମଧ୍ୟ କରିଥାଏ। ଏଥି ମଧ୍ୟରେ ସବୁଠୁ ଶୀର୍ଷରେ ଲୋକପ୍ରିୟ ହେଲା ଏରକା ପାମ୍‌ ଗଛ। ଏହାକୁ କୁଣ୍ଡରେ ଲଗେଇ ଡ୍ରଇଂ ରୁମ୍‌ରେ ରଖାଯାଇ ପାରେ। ଏହି ଗଛର ବିଶେଷତ୍ୱ ହେଲା ଏହା ଅମ୍ଳଜାନ ଦେବା ସହିତ ବାୟୁରୁ ବେଞ୍ଜିନ, ଫରମାଲ ଡିହାଇଡ, ଟ୍ରାଇକ୍ଲୋରୋଏଥିଲିନ ଭଳି ଅତି ହାନିକାରକ ପ୍ରଦୂଷକକୁ ବାହାର କରିଦିଏ। ଦିତୀୟରେ ଗଛଟି ହେଲା ସ୍ନେକ ପ୍ଲାଣ୍ଟ ଏହା ହାତ ଗଣତି କେତୋଟି ଗୁଳ୍ମ ଭିତରେ ଗଣାଯାଏ, ଯାହା ରାତିରେ ଅଙ୍ଗାରକାମ୍ଳକୁ ଅମ୍ଳଜାନରେ ପରିବର୍ତ୍ତନ କରିଥାଏ। ଏହା ମଧ୍ୟ ହାନିକାରକ ବେଞ୍ଜିନ, ଟଲ୍ୟୁନେ, ଜାଇଲିନ, ନାଇଟ୍ରୋଜେନ ଅକ୍ସାଇଡ ପ୍ରଭୃତି ଗ୍ୟାସ୍‌କୁ ବିଶୋଧନ କରିଥାଏ। ଏଥିପାଇଁ ଏହି ସ୍ନେକ ପ୍ଲାଣ୍ଟକୁ ଶୋଇବା ଘରେ ରଖାଯାଏ। ନାସାର ଅଧ୍ୟୟନ ଅନୁସାରେ ଏକ ଅଠର ଶହ ବର୍ଗଫୁଟ୍‌ ବଡ଼ ଘର ପାଇଁ ପନ୍ଦରଟି ମଧ୍ୟମ ଧରଣର ସ୍ନେକ ପ୍ଲାଣ୍ଟ ପର୍ଯ୍ୟାପ୍ତ ଅମ୍ଳଜାନ ଦେଇଥାଏ। ଅର୍ଥାତ୍‌ ଗୋଟିଏ କିଙ୍ଗ ସାଇଜ ଘର ପାଇଁ ମାତ୍ର ଗୋଟିଏ ମଧ୍ୟମ ଧରଣର ସ୍ନେକ ପ୍ଲାଣ୍ଟ ଯଥେଷ୍ଟ। ସେହିପରି ନିମ ଓ ବରଗଛ ରାତିରେ ଅମ୍ଳଜାନ ପ୍ରଦାନ କରିଥାନ୍ତି। ଏସବୁ ଗଛର ବଂଶାଇ ଡ୍ରଇଂ ରୁମ୍‌ରେ ରଖାଯାଇ ପାରେ। ଆଲୋଭେରାକୁ କୁଣ୍ଡରେ ଘର ଭିତରେ ରଖାଯାଇ ପାରେ। ଏହା ରାତିରେ ଅମ୍ଳଜାନ ଦେବା ସଙ୍ଗେ ସଙ୍ଗେ ବାୟୁରୁ ହାନିକାରକ ତତ୍ତ୍ୱ ଶୋଷଣ କରିଥାଏ। ତୁଳସୀ ମଧ୍ୟ ରାତିରେ ଅମ୍ଳଜାନ ପ୍ରଦାନ କରିଥାଏ। ଅନ୍ୟ ଉଲ୍ଲେଖନୀୟ ଗଛ ଯାହା ଆମେ ଘର ଭିତରେ ବାୟୁ ଶୋଧନ ପାଇଁ ଲଗେଇ ପାରିବା ତାହା ହେଲା କ୍ରିସମାସ କାକଟସ, ବାମ୍ବୁ ପାମ୍‌, ସ୍ପାଇଡର ପ୍ଲାଣ୍ଟ , ଗାରବେରା ଇତ୍ୟାଦି। ଏସବୁ ଗଛ ଘରେ ରଖିଲେ ତାହା ମହଙ୍ଗା ଓ ବ୍ରାଣ୍ଡେଡ ବାୟୁ ବିଶୋଧନକାରୀ ଉପକରଣଠାରୁ ଅନେକ ଗୁଣରେ ଅଧିକ ଉପଯୋଗୀ ହେଇଥାଏ। ତେଣୁ ଆମେ ସମସ୍ତେ ଏହି ପ୍ରାକୃତିକ ହୋମ ପ୍ୟୁରିଫାୟରଗୁଡ଼ିକୁ ଘରେ ଘରେ ବ୍ୟବହାର କରିବା ଆବଶ୍ୟକ।
ଜାମୁଗାଁ, ଅସ୍ତରଙ୍ଗ, ପୁରୀ,
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri