ହୋମ୍‌ ପ୍ୟୁରିଫାୟର

ଡ. ନରେନ୍ଦ୍ର ସେଠୀ

ବର୍ତ୍ତମାନ ବାୟୁ ପ୍ରଦୂଷଣ ଯେଉଁ ପରିମାଣରେ ବଢ଼ିଲାଣି ଦିଲ୍ଲୀ ଭଳି ସହରରେ ଘର ଭିତରେ ମଧ୍ୟ ରହିବା କାଠିକର ପାଠ। ଏହି ସମସ୍ୟାକୁ ଆଖିଆଗରେ ରଖି ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀ ଘର ପାଇଁ ବାୟୁ ବିଶୋଧନ ଉପକରଣ ବଜାରରେ ଉପଲବ୍ଧ କରାଇଛନ୍ତି I
ଏଠାରେ ସୂଚନାଯୋଗ୍ୟ ଯେ ଦଶବର୍ଷ ତଳେ (୨୦୧୧) ବିଶ୍ୱ ସ୍ବସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ପିଏମ୍‌ ଟେନ୍‌ ବା ବାୟୁରେ ଦଶ ମାଇକ୍ରନ୍‌ରୁ ଛୋଟ ଧୂଳିକଣା ମାତ୍ରାରେ ଆବଶ୍ୟକ ସୀମାଠାରୁ ଦଶ ଗୁଣ ବୃଦ୍ଧି ପାଇଥିଲା। ଏହି ଛୋଟ ଧୂଳିକଣା ନିଃଶ୍ୱାସ ବାଟେ ଶରୀରର ଆଭ୍ୟନ୍ତରୀଣ ସ୍ଥାନରେ ପହଞ୍ଚତ୍ ସ୍ବସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ। ୨୦୧୬ ତଥ୍ୟ ଉପରେ ଆଧାରିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ଅତି କମ୍‌ରେ ୧୪୦ ନିୟୁତ ଲୋକ ନେଉଥିବା ନିଃଶ୍ୱାସରେ ପ୍ରଦୂଷଣର ମାତ୍ରା ଡବ୍ଲ୍ୟଏଚ୍‌ଓ ସୁରକ୍ଷିତ ସୀମାଠାରୁ ୧୦ ଗୁଣ କିମ୍ବା ଅଧିକ। ଏଠାରେ କହିବା ବାହୁଲ୍ୟ ଯେ ଭାରତ ସରକାରଙ୍କ ଆର୍ଥିକ ସର୍ଭେ ୨୦୧୮ ଅନୁଯାୟୀ ଦିଲ୍ଲୀରେ ପ୍ରତି ହଜାର ବ୍ୟକ୍ତି ପିଛା ୫୬୬ ମୋଟର ଯାନ ପଞ୍ଜୀକୃତ ଥିଲା। ଅର୍ଥାତ୍‌ ଦିଲ୍ଲୀରେ ମୋଟର ଯାନ ସଂଖ୍ୟା ଏକ କୋଟିରୁ ଅଧିକ ଓ ଦୁଚକିଆ ଯାନ ୭୦ ଲକ୍ଷରୁ ଊର୍ଦ୍ଧ୍ୱ । ଅର୍ଥାତ୍‌ ଆମେ ଘରେ ବନ୍ଦ ହୋଇ ରହିଲେ ମଧ୍ୟ ବାୟୁ ପ୍ରଦୂଷଣରୁ ନିଜକୁ ରକ୍ଷା କରିବା କଷ୍ଟକର। ଯାହାର ଚାହିଦାକୁ ଲକ୍ଷ୍ୟ କରି ଏବେ ପ୍ରଦୂଷିତ ବାୟୁକୁ ସଫା କରିବା ପାଇଁ ଅନେକ ପ୍ରକାରର ହୋମ୍‌ ଏୟାର ପ୍ୟୁରିଫାୟର ବଜାରରେ ଉପଲବ୍ଧ। ଏହି ବାୟୁ ଶୋଧକ ଉପକରଣ ଘର ଭିତରେ ଥିବା ବାୟୁରୁ ଅନେକାଂଶରେ ଛୋଟ ଛୋଟ ଧୂଳି କଣାଗଡ଼ିକ ଛାଣି ବାହାର କରିବାରେ ସକ୍ଷମ। କିନ୍ତୁ ବାୟୁରେ ମିଶି ରହିଥିବା ହାନିକାରକ ଯଥା ମିଥେନ, ବେଞ୍ଜିନ, ଫର୍ମାଲ ଡିହାଇଡ, କାର୍ବନ ମନୋକ୍ସାଇଡ, ନାଇଟ୍ରୋଜେନ ଅକ୍ସାଇଡ ଭଳି ଅତି ବିପଦ ଜନକ ପ୍ରଦୂଷିତ ଗ୍ୟାସ୍‌କୁ ବାହାର କରି ପାରନ୍ତି ନାହିଁ। ଯେହେତୁ କୌଣସି ବାୟୁ ଶୋଧନକାରୀ ଉପକରଣ ଏସବୁ କରିବାରେ ଅସମର୍ଥ, ଆମକୁ କିଛି ଅନ୍ୟ ଉପାୟ ଅବଲମ୍ବନ କରିବାକୁ ହେବ। ଠିକ୍‌ ଯେମିତି ଘର ବାହାରେ ଅମ୍ଳଜାନର ଏକମାତ୍ର ଉତ୍ସ ଗଛ ସେମିତି ଘର ଭିତରେ ମଧ୍ୟ ଅମ୍ଳଜାନ ମାତ୍ରା ବଢ଼େଇବା ପାଇଁ ଗଛର ସାହାଯ୍ୟ ଲୋଡ଼ିବାକୁ ହେବ। ତେବେ ଆମେ ଘରେ ଅମ୍ଳଜାନର ମାତ୍ରା ବଜାୟ ରଖିବା ଏବଂ ବାୟୁକୁ ଶୋଧନ କରିବା ପାଇଁ ସବୁ ଗଛ ଘର ଭିତରେ ଲଗେଇ ପାରିବା ନାହିଁ । କାରଣ ଘର ଭିତର ସୂର୍ଯ୍ୟ କିରଣ ନ ଥାଏ । ତେବେ କିଛି ଗଛ ଅଛି, ଯାହାକୁ ଆମେ ଘର ଭିତରେ କୁଣ୍ଡ ଜରିଆରେ ଲଗେଇ ପାରିବା।
ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ, କାନପୁର ଏବଂ ଆମେରିକାର ପ୍ରମୁଖ ଗବେଷଣା ସଂସ୍ଥା ନାସାର ଅଧ୍ୟୟନରୁ ଜଣାଯାଏ ଯେ ଘର ଭିତରେ ପାଞ୍ଚ ପ୍ରକାର ଗଛ ଲଗେଇ ପାରିବା, ଯାହା ଘର ଭିତରେ ଅନାୟାସରେ ବଢ଼ିଥାଏ। ଏହା ପ୍ରଚୁର ପରିମାଣରେ ଅମ୍ଳଜାନ ଦେବା ସଙ୍ଗେ ସଙ୍ଗେ ବାୟୁ ବିଶୋଧନ ମଧ୍ୟ କରିଥାଏ। ଏଥି ମଧ୍ୟରେ ସବୁଠୁ ଶୀର୍ଷରେ ଲୋକପ୍ରିୟ ହେଲା ଏରକା ପାମ୍‌ ଗଛ। ଏହାକୁ କୁଣ୍ଡରେ ଲଗେଇ ଡ୍ରଇଂ ରୁମ୍‌ରେ ରଖାଯାଇ ପାରେ। ଏହି ଗଛର ବିଶେଷତ୍ୱ ହେଲା ଏହା ଅମ୍ଳଜାନ ଦେବା ସହିତ ବାୟୁରୁ ବେଞ୍ଜିନ, ଫରମାଲ ଡିହାଇଡ, ଟ୍ରାଇକ୍ଲୋରୋଏଥିଲିନ ଭଳି ଅତି ହାନିକାରକ ପ୍ରଦୂଷକକୁ ବାହାର କରିଦିଏ। ଦିତୀୟରେ ଗଛଟି ହେଲା ସ୍ନେକ ପ୍ଲାଣ୍ଟ ଏହା ହାତ ଗଣତି କେତୋଟି ଗୁଳ୍ମ ଭିତରେ ଗଣାଯାଏ, ଯାହା ରାତିରେ ଅଙ୍ଗାରକାମ୍ଳକୁ ଅମ୍ଳଜାନରେ ପରିବର୍ତ୍ତନ କରିଥାଏ। ଏହା ମଧ୍ୟ ହାନିକାରକ ବେଞ୍ଜିନ, ଟଲ୍ୟୁନେ, ଜାଇଲିନ, ନାଇଟ୍ରୋଜେନ ଅକ୍ସାଇଡ ପ୍ରଭୃତି ଗ୍ୟାସ୍‌କୁ ବିଶୋଧନ କରିଥାଏ। ଏଥିପାଇଁ ଏହି ସ୍ନେକ ପ୍ଲାଣ୍ଟକୁ ଶୋଇବା ଘରେ ରଖାଯାଏ। ନାସାର ଅଧ୍ୟୟନ ଅନୁସାରେ ଏକ ଅଠର ଶହ ବର୍ଗଫୁଟ୍‌ ବଡ଼ ଘର ପାଇଁ ପନ୍ଦରଟି ମଧ୍ୟମ ଧରଣର ସ୍ନେକ ପ୍ଲାଣ୍ଟ ପର୍ଯ୍ୟାପ୍ତ ଅମ୍ଳଜାନ ଦେଇଥାଏ। ଅର୍ଥାତ୍‌ ଗୋଟିଏ କିଙ୍ଗ ସାଇଜ ଘର ପାଇଁ ମାତ୍ର ଗୋଟିଏ ମଧ୍ୟମ ଧରଣର ସ୍ନେକ ପ୍ଲାଣ୍ଟ ଯଥେଷ୍ଟ। ସେହିପରି ନିମ ଓ ବରଗଛ ରାତିରେ ଅମ୍ଳଜାନ ପ୍ରଦାନ କରିଥାନ୍ତି। ଏସବୁ ଗଛର ବଂଶାଇ ଡ୍ରଇଂ ରୁମ୍‌ରେ ରଖାଯାଇ ପାରେ। ଆଲୋଭେରାକୁ କୁଣ୍ଡରେ ଘର ଭିତରେ ରଖାଯାଇ ପାରେ। ଏହା ରାତିରେ ଅମ୍ଳଜାନ ଦେବା ସଙ୍ଗେ ସଙ୍ଗେ ବାୟୁରୁ ହାନିକାରକ ତତ୍ତ୍ୱ ଶୋଷଣ କରିଥାଏ। ତୁଳସୀ ମଧ୍ୟ ରାତିରେ ଅମ୍ଳଜାନ ପ୍ରଦାନ କରିଥାଏ। ଅନ୍ୟ ଉଲ୍ଲେଖନୀୟ ଗଛ ଯାହା ଆମେ ଘର ଭିତରେ ବାୟୁ ଶୋଧନ ପାଇଁ ଲଗେଇ ପାରିବା ତାହା ହେଲା କ୍ରିସମାସ କାକଟସ, ବାମ୍ବୁ ପାମ୍‌, ସ୍ପାଇଡର ପ୍ଲାଣ୍ଟ , ଗାରବେରା ଇତ୍ୟାଦି। ଏସବୁ ଗଛ ଘରେ ରଖିଲେ ତାହା ମହଙ୍ଗା ଓ ବ୍ରାଣ୍ଡେଡ ବାୟୁ ବିଶୋଧନକାରୀ ଉପକରଣଠାରୁ ଅନେକ ଗୁଣରେ ଅଧିକ ଉପଯୋଗୀ ହେଇଥାଏ। ତେଣୁ ଆମେ ସମସ୍ତେ ଏହି ପ୍ରାକୃତିକ ହୋମ ପ୍ୟୁରିଫାୟରଗୁଡ଼ିକୁ ଘରେ ଘରେ ବ୍ୟବହାର କରିବା ଆବଶ୍ୟକ।
ଜାମୁଗାଁ, ଅସ୍ତରଙ୍ଗ, ପୁରୀ,
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri