ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର ୫୫ ରାସ୍ତା ଖିଲୁଆ ପେଟିଆବାଡ ପୋଲତଳୁ ଉଦ୍ଧାର କରିଛି। ମୃତକ ହେଲେ ହୋମଗାର୍ଡ ଭଗବାନ ଖରା ଏବଂ ହିକିମପୁଟ ଗ୍ରାମର ଉଗ୍ରସେନ ପାଙ୍ଗି (୩୩)।

ପୋଲିସ ମୃତଦେହ ଜବତ କରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶବଗୃହରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ନନ୍ଦପୁର ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ହୋମଗାର୍ଡ ଭଗବାନ ଶନିବାର ଡ୍ୟୁଟି ସାରି ସାରେ ନିଜଘର ନୀଳ ଦୋରାପୁଟ ଯିବାକୁ ନନ୍ଦପୁର ବସଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ସେତିକିବେଳେ ହିକିମପୁଟ ଗ୍ରାମର ଉଗ୍ରସେନ ମଧ୍ୟ ଦାମନଯୋଡ଼ିରୁ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରିବାକୁ ବସ୍‌ଷ୍ଟାଣ୍ଡରେ ଜିନିଷ କିଣାକିଣି କରିବା ବେଳେ ଦୁହିଁଙ୍କ ଭେଟ ହୋଇଥିଲା।

ଦୁହେଁ ବାଇକ୍‌ ଯୋଗେ ନନ୍ଦପୁରରୁ ଆସୁଥିଲେ। ହେଲେ ସେମାନେ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ଚିନ୍ତା ପ୍ରକଟ କରିବା ସହ ରବିବାର ସକାଳେ ଖୋଜା ଖୋଜି କରିଥିଲେ। ସେମାନଙ୍କୁ ନ ପାଇ ନନ୍ଦପୁର ଥାନାରେ ଦୁଇଜଣ ନିଖୋଜ ଥିବା ନେଇ ପରିବାର ଲୋକେ ଏତଲା ଦେଇଥିଲେ।

ପୋଲିସ ଦିନ ତମାମ ବସଷ୍ଟାଣ୍ଡଠାରୁ ୫ କିମି ଦୂର ହିକିମପୁଟ ଯାଏଁ ରାସ୍ତା କଡର ସମସ୍ତ ସିସି ଟିଭି ଯାଞ୍ଚ କରିଥିଲା। ଏକାଧିକ ସିସି ଟିଭିରେ ଦୁହେଁ ବାଇକ୍‌ ଯୋଗେ ଯାଉଥିବା ଦେଖିବାକୁ ମିଳିଥିବା ବେଳେ ହିକିମପୁଟ ସିସି ଟିଭିରେ ଦୁହେଁ ନଜର ନ ଆସିବାରୁ ପୋଲିସ ସନ୍ଦେହ କରି ରାସ୍ତା କଡ ନାଳ ଏବଂ ପୋଲ ତଳେ ସନ୍ଧାନ ଆରମ୍ଭ କରିଥିଲା।

ସେତିକିବେଳେ ଖିଲୁଆ ପେଟିଆବାଡ ପୋଲତଳେ ଏକ ହେଲମେଟ୍‌ ଭାସୁଥିବା ଦେଖି ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, ଥାନା ଅଧିକାରୀ ତ୍ରିନାଥ ତୋଟାପାଡିଆ, ଏସଆଇ ବେଦୋବର ସାହୁ, ଏଏସଆଇ ଗୁପ୍ତେଶ୍ୱର ଗଉଡ, ଅଗ୍ନିଶମ ବାହିନୀ ଏଏସଓ ହେମନ୍ତ କୁମାର ସାମଲଙ୍କ ନେତୃତ୍ୱାଧୀନ ଟିମ୍‌ ପହଞ୍ଚି ପୋଲତଳ ପାଣି ଭିତରେ ଯାଞ୍ଚ କରଥିଲା। ଯାଞ୍ଚବେଳେ ପାଣିରୁ ଦୁହିଁଙ୍କ ମୃତଦେହ ଓ ବାଇକ୍‌ ଉଦ୍ଧାର କରାଯାଇଥିଲା।

ଏପରିକି ପୋଲ ଦାଢ଼ରେ ବାଇକ୍‌ର ଭଙ୍ଗା ହେଡ୍‌ଲାଇଟ ମିଳିଥିବାରୁ ବାଇକ୍‌ ଦୁର୍ଘଟଣା ଘଟି ଦୁଇଜଣ ପୋଲ ତଳକୁ ଖସିପଡି ମୃତ୍ୟୁବରଣ କରିଥିବା ପୋଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ତ୍ରିନାଥ ତୋଟାପାଡ଼ିଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ହିକିମପୁଟ ଓ ନନ୍ଦପୁର ଥାନା ପରିସର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri