Posted inଜାତୀୟ

ରାମମନ୍ଦିରରେ ଅର୍ପଣ ହେବ ୧୧୫ ଦେଶର ପବିତ୍ର ଜଳ

ନୂଆଦିଲ୍ଲୀ, ୧୯।୯: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣରେ ଅର୍ପଣ ପାଇଁ ୭ ମହାଦେଶର ୧୧୫ଟି ଦେଶରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି। ଏହା ବସୁଧୈବ କୁଟୁମ୍ବକମ୍‌ ବାର୍ତ୍ତାକୁ ପ୍ରତିଫଳିତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର କହିଛନ୍ତି। ରାଜନାଥ ତାଙ୍କ ଆକବର ରୋଡ୍‌ ବାସଭବନରେ ୧୧୫ ଦେଶର ନଦୀ, ଝରଣା ଓ ମହାସାଗରରୁ ଆସିଥିବା ଜଳକୁ ଗ୍ରହଣ କରିଥିଲେ। ସେଠାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସାଧାରଣ ସମ୍ପାଦକ ଚମ୍ପତି ରାୟ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତମାନେ ଉପସ୍ଥିତ ଥିଲେ। ଭାଜପା ନେତା ତଥା ପୂର୍ବତନ ଦିଲ୍ଲୀ ବିଧାୟକ ବିଜୟ ଜୋଲିଙ୍କ ନେତୃତ୍ୱରେ ଦିଲ୍ଲୀ ଷ୍ଟଡି ସର୍କଲ ନାମକ ଏନ୍‌ଜିଓ ଦ୍ୱାରା ଏହି ଜଳ ସଂଗ୍ରହ କରାଯାଇଛି। ଏନ୍‌ଜିଓର ଏଭଳି କାର୍ଯ୍ୟକୁ ରାଜନାଥ ପ୍ରଶଂସା କରିଥିଲେ। ରାମ ମନ୍ଦିର କାର୍ଯ୍ୟ ଶେଷ ହେବା ବେଳକୁ ଅବଶିଷ୍ଟ ୭୭ ଦେଶର ଜଳ ସଂଗ୍ରହ କରାଯାଇଥିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଉକ୍ତ ଜଳରେ ରାମଲାଲାଙ୍କର ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ମାନେ ନା ବାଧା ବନ୍ଧନ, ରାଜସ୍ଥାନ ସୀମାରେ ଧରାପଡ଼ିଲା ପାକିସ୍ତାନୀ ପ୍ରେମିକ…

ଜୟପୁର,୬।୧୨: କଥାରେ ଅଛି ପ୍ରେମ ବାଧା ବନ୍ଧନ ମାନେ ନା। ଏହାର ସଦ୍ୟତମ ଉଦାହରଣ ରାଜସ୍ଥାନ ସୀମାରେ ଦେଖିବାକୁ ମିଳିଛି। ଜଣେ ପାକିସ୍ତାନୀ ଯୁବକ ସୀମାର...

ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଶନିବାର  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିଛନ୍ତି। ଦୀର୍ଘ ୧୬୫ କି.ମି ସଡକ ପଥରେ ଯାତ୍ରା କରିବା ପରେ...

ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ : କୋଠା ତଳେ ଚାପିହୋଇ ୭ ମୃତ

ଗୋଣ୍ଡା, ୨।୬: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ୭ ଜଣ ଆହତ...

୧୦୦ କୋଟି ବଟି ଆଦାୟ ମାମଲାର ଯାଞ୍ଚ୍‌ କରିବ ସିବିଆଇ: ହାଇକୋର୍ଟ

ମୁମ୍ବାଇ,୫।୪: ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ଉପରେ ବିଚାର କରି ହାଇକୋର୍ଟ ସୋମବାର ବଡ଼ ଫଇସଲା ଶୁଣାଇଛନ୍ତି। ୧୦୦କୋଟି ଟଙ୍କାର ବଟି ଆଦାୟ...

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨୧।୭: ପଞ୍ଜାବୀ ଓ ଜାଟ୍‌ ସମ୍ପ୍ରଦାୟଙ୍କୁ ନେଇ ଏବ ବିବାଦୀୟ ଟିପ୍ପଣୀ ଦେଇଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ। ଏବେ ଏହାକୁ ନେଇ ସେ କ୍ଷମା...

୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭ା୧୨: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୧୦୦ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦେଶରେ...

ଚଳନ୍ତା ଅଟୋରେ ପ୍ରେମିକାର ଗଳାକାଟି ହତ୍ୟା

ମୁମ୍ବାଇ,୧୯।୬: ମୁମ୍ବାଇର ସାକିନାକାରେ ଚଳନ୍ତା ଅଟୋରେ ଜଣେ ଯୁବକ ତାଙ୍କ ପ୍ରେମିକାର ଗଳାକାଟି ହତ୍ୟା କରିଛନ୍ତି। ପଞ୍ଚଶୀଳା ଜାମଦାର ଓ ଦୀପକ ବୋରସେ ଦୁହେଁ ଅଟୋରେ...

ସୁପ୍ରିମକୋର୍ଟ: ୧୦ ବର୍ଷ ହେଲା ବିଚାରାଧୀନ ୧୦ ହଜାର ମାମଲା

ନୂଆଦିଲ୍ଲୀ, ୫ା୮:ସୁପ୍ରିମକୋର୍ଟରେ ଅଦ୍ୟାବଧି ୭୧ ହଜାରରୁ ଊର୍ଦ୍ଧ୍ୱ ମାମଲା ପଡ଼ିରହିଥିବାବେଳେ ସେଥିମଧ୍ୟରୁ ୧୦ ହଜାରରୁ ଅଧିକ ଗତ ଦଶନ୍ଧି ଧରି ଗଡ଼ୁଛି। ଏ ନେଇ ଆଇନମନ୍ତ୍ରୀ...

Advertisement
Archives

Model This Week