ପ୍ରସିଦ୍ଧ ସିଙ୍ଗରଙ୍କ ହଠାତ୍‌ ମୃତ୍ୟୁ, ଖେଳିଗଲା ଶୋକର ଛାୟା

୨୦୨୦ କେବଳ ବଲିଉଡ ପାଇଁ ନୁହେଁ ହଲିଉଡ ପାଇଁ ମଧ୍ୟ ଦୁଃଖଦାୟକ ପ୍ରମାଣିତ ହେଉଛି। ଆମେରିକାର ଅନ୍ୟତମ ପ୍ରସିଦ୍ଧ ଗାୟକ ଜଷ୍ଟିନ ଟାଉନ୍ସ ଇୟର୍ଲଙ୍କ ହଠାତ୍‌ ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା। ଜଷ୍ଟିନଙ୍କ ପରିବାର ତାଙ୍କ ଇନଷ୍ଟାଗ୍ରାମ ଏବଂ ଫେସବୁକ ପେଜରେ ଏକ ପୋଷ୍ଟ ସେୟାର କରି ଏହି ଦୁଃଖଦ ସୂଚନା ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ପରିବାରର ବିବୃତ୍ତିରେ ଲେଖିଛନ୍ତି- ‘ଆମକୁ ବହୁତ ଦୁଃଖର ସହ ଜଣାଇବାକୁ ପଡୁଛି ଯେ ଆମ ପୁଅ, ସ୍ବାମୀ, ପିତା ଏବଂ ବନ୍ଧୁ ଜଷ୍ଟିନଙ୍କ ଦେହାନ୍ତ ହୋଇଛି। ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କ ସଙ୍ଗୀତ ଏବଂ ଗୀତ ସହିତ ବହୁ ବର୍ଷ ଧରି ଜଡିତ ଅଛନ୍ତି ଏବଂ ଆମେ ଆଶା କରୁଛୁ ଯେ ତାଙ୍କର ସଙ୍ଗୀତ ଆପଣଙ୍କ ଯାତ୍ରାକୁ ମାର୍ଗଦର୍ଶନ କରିବାରେ ସାହାଯ୍ୟ କରିବ। ପରିବାର୍‌ ଦ୍ୱାରା ଜାରି ବିବୃତ୍ତିରେ ଜଷ୍ଟିନ ଟାଉନ୍ସଙ୍କ ମୃତ୍ୟୁର କାରଣ ଉଲ୍ଲେଖ କରିନାହାନ୍ତି।
ଜାନୁଆରୀ ୪, ୧୯୮୨ ସେ ନାଶଭିଲରେ ଜନ୍ମଗ୍ରହଣ କରିଥିଲେ। ଜଷ୍ଟିନ ଏକ ସ୍ଥାନୀୟ ବ୍ୟାଣ୍ଡରୁ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିଅରରେ ୮ଟି ଆଲବମ ତିଆରି କରିଛନ୍ତି। ଜଷ୍ଟିନ ଟାଉନ୍ସ ସାରା ଜୀବନ ନିଶା ଏବଂ ମଦ୍ୟପାନ ସହ ସଂଘର୍ଷ କରିଥିଲେ। ଏହି କାରଣରୁ ତାଙ୍କୁ ତାଙ୍କ ପିତା ଷ୍ଟିଭ ଇୟଲର୍ର୍ଙ୍କ ବ୍ୟାଣ୍ଡରୁ ବିତାଡିତ କରାଯାଇଥିଲା। ଜଷ୍ଟିନ ଗାୟକ ଷ୍ଟିଭ ଇୟଲର୍ର୍ଙ୍କ ପୁତ୍ର ଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ଗାୟକଙ୍କ ମୃତ୍ୟୁକୁ ନେଇ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି। ଜଷ୍ଟିନ ଟାଉନ୍ସଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ୍‌ରେ ହିଟ୍‌ ‘ଓ୍ବାଲର୍‌ଡ ଫେମସ୍‌ ଲଭର’

ମୁମ୍ବାଇ, ୯ା୨: ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିବା ସାଉଥ ଫିଲ୍ମ ‘ଓ୍ବାଲର୍‌ଡ ଫେମସ୍‌ ଲଭର’ ୟୁଟ୍ୟୁବ୍‌ରେ ହିଟ୍‌ ହୋଇଛି। ସପ୍ତାହକ ପୂର୍ବରୁ ହିନ୍ଦୀ ଭାଷାରେ ଏହି...

ବିଳାସପୂର୍ଣ୍ଣ କାର୍‌ ଛାଡି ଅଟୋରେ ଭାଣିଜୀର ମେହେନ୍ଦୀ ସେରିମନୀକୁ ଗଲେ ରବିନା

ମୁମ୍ବାଇ: ଫିଲ୍ମ ‘କେଜିଏପ୍‌ ଚାପ୍ଟର-୨’ରୁ ବଡ଼ ପରଦାକୁ ଫେରୁଥିବା ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ସେ...

କୃଷ୍ଣଙ୍କ ଉପରେ ପୁଣି ରାଗିଲେ ଗୋବିନ୍ଦା : କହିଲେ ଏମିତି…

ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କୃଷ୍ଣ ଅଭିଷେକଙ୍କ ମଧ୍ୟରେ ମତଭେଦ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ମାମୁ ଏବଂ ଭଣଜାଙ୍କ ମଧ୍ୟରେ ଦୂରତା ଏ...

ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରର ଗୋଟିଏ କାର୍ଡର ମୂଲ୍ୟ ଜାଣିଲେ…

ବର୍ତ୍ତମାନ କାଟ୍ରିନା ଭିକି କୌଶଲଙ୍କ ବିବାହକୁ ନେଇ ଫ୍ୟାନ୍ ଫଲୋର୍ସଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ବଢ଼ିଛି। ତେବେ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି।...

ମା’ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ବିଗ ବସ ୧୪ ଛାଡିଛନ୍ତି। ଚଳିବର୍ଷ ବିଗ୍‌ବସ୍‌ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ସେ। ଦର୍ଶକଙ୍କ ମନୋରଞ୍ଜନ...

ଅଭିନେତା କୁନାଲଙ୍କ ଘରେ ନୂଆ ଅତିଥି: ପୁତ୍ର ସନ୍ତାନ ଜନ୍ମଦେଲେ ନୈନା

ଅଭିନେତା କୁନାଲ କପୁର ଏବଂ ସ୍ତ୍ରୀ ନୈନା ବଚ୍ଚନଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ନୈନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।...

୭ ବର୍ଷ ହେଲାଣି ଏହି ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି ସୁରଭି; ଏକଦା ‘ଇସ୍କବାଜ୍‌’ ଛାଡ଼ିବାକୁ ନେଇ…

ବମ୍ବେ: ଟେଲି ଅଭିନେତ୍ରୀ ସୁରଭି ଚନ୍ଦନାଙ୍କ ଆଜି ହାପି ବର୍ଥ ଡେ। ଏହାକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାରଙ୍କ ତରଫରୁ ତାଙ୍କ ନିକଟକୁ...

୨୫ ହଜାର ଟଙ୍କିଆ ମାସ୍କ ପିନ୍ଧି ଚର୍ଚ୍ଚାରେ ଦୀପିକା

ମୁମ୍ବାଇ: ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିବା ପରଠାରୁ ଏହାକୁ ଦୂରେଇ ଦେବାକୁ ପ୍ରୟାସ ଜାରି ରହିଛି । ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ସମସ୍ତେ...

Advertisement
Archives

Model This Week