ଛୁଟି ଟେନ୍‌ସନ

ଛୁଟି! କାହା ପାଇଁ ଶ୍ରମ ଲାଘବର ଅବସର ତ କାହା ପାଇଁ ବିନୋଦନର ସମୟ। ଅନ୍ୟମାନଙ୍କ ପାଇଁ କାମରୁ ବିରତିର ଏକ ସୁଯୋଗ ହୋଇପାରେ। କିନ୍ତୁ କର୍ମଜୀବୀ ମହିଳାଙ୍କ ପାଇଁ ଏହା ଦାୟିତ୍ୱ ପାଳନର ଏକ ଅବସର। ପ୍ରତିଯୋଗିତାପୂର୍ଣ୍ଣ କର୍ମକ୍ଷେତ୍ରରେ ଅଫିସ୍‌, ଘର, ପରିବାର ଆଉ କ୍ୟାରିୟର ଦୋଛକିରେ ମାନସିକ, ଶାରୀରିକ ରିହାତି ବଦଳରେ ତାଙ୍କ ପାଇଁ ଅଧିକ ଆହ୍ବାନ ସୃଷ୍ଟି କରେ ଛୁଟି ନେବାର ଟେନ୍‌ସନ…

ଏପଟେ ଅଫିସ୍‌ ସେପଟେ ପରିବାର। ଉଭୟ କ୍ଷେତ୍ରରେ ଠିକ୍‌ ଭାବେ ଦାୟିତ୍ୱ ତୁଲାଇବାକୁ ଅନେକ ସମୟରେ ଅଫିସରୁ ଛୁଟି ନିଅନ୍ତି କର୍ମଜୀବୀ। ପରିବାରର ଜଞ୍ଜାଳ ଓ ଦାୟିତ୍ୱର ବୋଝ କ୍ୟାରିୟର ପାଇଁ ବି ସମସ୍ୟା ସୃଷ୍ଟି କରେ। ତଥାପି ସମୟର ଆହ୍ବାନ ନେଇ ଚାଲିବାକୁ ପଡିବ। ତେବେ ଉଭୟ କ୍ଷେତ୍ରରେ ସମନ୍ବୟ ରଖି କିପରି ଆଗକୁ ଯିବାକୁ ହେବ, ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।
ସମନ୍ବୟ ଜରୁରୀ: ପରିବାରର ଆବଶ୍ୟକତା ପାଇଁ ଅନେକ ସମୟରେ ଛୁଟି ନେବାକୁ ପଡ଼ିଥାଏ। କିନ୍ତୁ ଅଫିସ୍‌ ଆଉ ପରିବାର ମଧ୍ୟରେ ସବୁବେଳେ ସମନ୍ବୟ ରକ୍ଷା କରିବା ଉଚିତ। ଉଭୟ କ୍ଷେତ୍ରରେ ଠିକ୍‌ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିବା ହିଁ ପ୍ରଥମ କର୍ତ୍ତବ୍ୟ। ତେଣୁ ପରିବାରର ଆବଶ୍ୟକତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ଛୁଟି ନେବା ମଧ୍ୟ ପ୍ରତ୍ୟେକ କର୍ମଚାରୀଙ୍କର ଅଧିକାର। କିନ୍ତୁ ବାରମ୍ବାର ଅନାବଶ୍ୟକ ଛୁଟି ନେବା ଆଦୌ ଠିକ୍‌ ନୁହେଁ। କର୍ମଜୀବୀ ମହିଳା ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅଫିସରେ ମଧ୍ୟ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇବା ସେମାନଙ୍କ କର୍ତ୍ତବ୍ୟ। ତେଣୁ ପରିବାରରେ ଆସୁଥିବା ସାମୟିକ ଅସୁବିଧାର କିଭଳି ସମାଧାନ କରିହେବ ସେଥିପାଇଁ ପଦକ୍ଷେପ ନେବା ଦରକାର। ତା’ହେଲେ ଯାଇ ଅଫିସରୁ ଛୁଟିନେବା ପାଇଁ ଖରାପ ଲାଗିବ ନାହିଁ।
କ୍ୟାରିୟରରେ ପ୍ରଭାବ: କେତେବେଳେ ପିଲାଙ୍କ ଦେହ ଖରାପ ତ କେବେ ସ୍ବତନ୍ତ୍ର ପୂଜା ପର୍ବରେ କର୍ମଜୀବୀ ମହିଳାଙ୍କୁ ଘରେ ରହିବାକୁ ପଡ଼ିଥାଏ। ଆଉ ଏଥିପାଇଁ ସେମାନଙ୍କୁ ହଠାତ୍‌ ଅଫିସରୁ ଛୁଟି ନେବାକୁ ହୁଏ। ହେଲେ ଏଥିପାଇଁ ଅନେକ ସମୟରେ ସେମାନଙ୍କୁ ଅଫିସରେ ଅପ୍ରୀତିକର ପରିସ୍ଥିତିକୁ ବି ସାମ୍ନା କରିବାକୁ ପଡ଼ିଥାଏ, ଯାହା ଭବିଷ୍ୟତରେ ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରିଥାଏ।
ବ୍ୟକ୍ତିତ୍ୱ ହରାନ୍ତୁ ନାହିଁ: ଅଫିସରେ ବାରମ୍ବାର ଛୁଟି ମାଗିବା ପାଇଁ ଖରାପ ଲାଗିଥାଏ ସତ, କିନ୍ତୁ ପରିସ୍ଥିତି ବେଳେବେଳେ ଏଭଳି ହୋଇଥାଏ ଯେ ଛୁଟି ନେବା ନିହାତି ଆବଶ୍ୟକ ହୋଇଥାଏ। ସେଭଳି ସ୍ଥିତିରେ ବସ୍‌ଙ୍କ ପାଖରୁ ଛୁଟି ମାଗିବାବେଳେ ନିଜ ପରିସ୍ଥିତିକୁ ଦର୍ଶାଇ ସହାନୁଭୂତି ହାସଲ କରିବା ଭଳି ମନେ ହୋଇଥାଏ। ଏପରି କରିବା ଫଳରେ ବସ୍‌ଙ୍କ ସହାନୁଭୂତିରେ ଛୁଟି ନେବା ଭଳି ମନେ ହୋଇପାରେ। ତେଣୁ ଭବିଷ୍ୟତରେ ହୁଏତ ଅଫିସ୍‌ରେ ନିଜ ବ୍ୟକ୍ତିତ୍ୱ ହରାଇବାର ଆଶଙ୍କା ଥାଏ। ଏମିତିକି ଛୁଟି ନ ନେଇ ଯଦି ଘର ଦାୟିତ୍ୱ ପୂରା କରି ହେଉଛି ତେବେ ଯଥାସମ୍ଭବ ଏକ୍ସଟ୍ରା ଛୁଟିକୁ ବାଦ୍‌ ଦେବାପାଇଁ ଚେଷ୍ଟା କରିବା ଉଚିତ।
ସାପ୍ତାହିକ ଛୁଟିରେ : ଘର ଦାୟିତ୍ୱ ସବୁକୁ ସାପ୍ତାହିକ ଛୁଟିରେ ଶେଷ କରିବାକୁ ଚେଷ୍ଟା କରିଲେ ଭଲ। ତେଣୁ ପ୍ରତିଦିନର ରୁଟିନ୍‌ ଅନୁସାରେ ଘର ଓ ଅଫିସ୍‌ରେ ନିଜ ଦାୟିତ୍ୱକୁ ପୂରା କରିହେବ। କୌଣସି କ୍ଷେତ୍ରରେ ଅତିରିକ୍ତ ଦାୟିତ୍ୱ ବୋଝ ରହିବ ନାହିଁ। କ୍ୟାରିୟରରେ ସଫଳତା ମିଳିବା ସହିତ ପରିବାରରେ ମଧ୍ୟ ନିଜ କର୍ତ୍ତବ୍ୟ ଠିକ୍‌ ଭାବେ ସମ୍ପାଦନ କରିହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ଖାଆନ୍ତୁ ବରକୋଳି

ବରକୋଳି ସାଧାରଣତଃ ଶୀତଦିନେ ମିଳିଥାଏ। ଏହାକୁ ଖାଇଲେ ଥଣ୍ଡା ଓ ଗାଲୁଆ ହୋଇଥାଏ ବୋଲି କୁହାଯାଏ। ହେଲେ ଏଥିରେ ଥିବା କିଛି ଭିଟାମିନ୍ସ ଆମ ଶରୀର...

କୁନ୍ଦୁରୀ ଆଚାର

ଆବଶ୍ୟକ ସାମଗ୍ରୀ: କୁନ୍ଦୁରୀ ୨୫୦ ଗ୍ରାମ୍‌, ଲୁଣ ଏକ ଚାମଚ, ୨ ଚାମଚ ଭିନେଗାର, ସୋରିଷ ତେଲ ୧/୪ କପ୍‌, ହେଙ୍ଗୁ ଅଳ୍ପ, ଲାଲ ଲଙ୍କା...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା...

ବ୍ୟକ୍ତିଠାରେ ଏହି ଗୁଣ ରହିବା ଆବଶ୍ୟକ, ଯାହା କେବେ ପ୍ରେମ, ବୈବାହିକ ଜୀବନକୁ ହେବାକୁ ଦେବ ନାହିଁ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ...

ଭୁଲ୍‌ରେ ମଧ୍ୟ ଏହିସବୁ ରୋଗୀ ଖାଆନ୍ତୁ ନାହିଁ ତରଭୁଜ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍‌ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଗବେଷକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଧନିଆ ପତ୍ର

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା...

ନିଦ୍ରାହୀନତା ପାଇଁ ଖାଆନ୍ତୁ ଏହିସବୁ ଫଳ

ଆଜିର ଯୁବବର୍ଗଙ୍କୁ ବିଳମ୍ବିତ ରାତି ଯାଏ ଅନିଦ୍ରା ରହିବାର ଅଭ୍ୟାସ ଘାରିଛି। ଏହାର ଫଳ ସ୍ବରୂପ ସାରାଦିନ ଥକ୍କାପଣ, ଦୁର୍ବଳ ଏବଂ ହାଲିଆ ଲାଗିଥାଏ। ଏଥିପାଇଁ...

ସକାଳେ କପେ ପାନମଧୁରୀ ଚା’…

ପାନମଧୁରୀ ଚା’ ଦେହ ପାଇଁ ବହୁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ...

Advertisement
Archives

Model This Week