ଛୁଟି ଟେନ୍‌ସନ

ଛୁଟି! କାହା ପାଇଁ ଶ୍ରମ ଲାଘବର ଅବସର ତ କାହା ପାଇଁ ବିନୋଦନର ସମୟ। ଅନ୍ୟମାନଙ୍କ ପାଇଁ କାମରୁ ବିରତିର ଏକ ସୁଯୋଗ ହୋଇପାରେ। କିନ୍ତୁ କର୍ମଜୀବୀ ମହିଳାଙ୍କ ପାଇଁ ଏହା ଦାୟିତ୍ୱ ପାଳନର ଏକ ଅବସର। ପ୍ରତିଯୋଗିତାପୂର୍ଣ୍ଣ କର୍ମକ୍ଷେତ୍ରରେ ଅଫିସ୍‌, ଘର, ପରିବାର ଆଉ କ୍ୟାରିୟର ଦୋଛକିରେ ମାନସିକ, ଶାରୀରିକ ରିହାତି ବଦଳରେ ତାଙ୍କ ପାଇଁ ଅଧିକ ଆହ୍ବାନ ସୃଷ୍ଟି କରେ ଛୁଟି ନେବାର ଟେନ୍‌ସନ…

ଏପଟେ ଅଫିସ୍‌ ସେପଟେ ପରିବାର। ଉଭୟ କ୍ଷେତ୍ରରେ ଠିକ୍‌ ଭାବେ ଦାୟିତ୍ୱ ତୁଲାଇବାକୁ ଅନେକ ସମୟରେ ଅଫିସରୁ ଛୁଟି ନିଅନ୍ତି କର୍ମଜୀବୀ। ପରିବାରର ଜଞ୍ଜାଳ ଓ ଦାୟିତ୍ୱର ବୋଝ କ୍ୟାରିୟର ପାଇଁ ବି ସମସ୍ୟା ସୃଷ୍ଟି କରେ। ତଥାପି ସମୟର ଆହ୍ବାନ ନେଇ ଚାଲିବାକୁ ପଡିବ। ତେବେ ଉଭୟ କ୍ଷେତ୍ରରେ ସମନ୍ବୟ ରଖି କିପରି ଆଗକୁ ଯିବାକୁ ହେବ, ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।
ସମନ୍ବୟ ଜରୁରୀ: ପରିବାରର ଆବଶ୍ୟକତା ପାଇଁ ଅନେକ ସମୟରେ ଛୁଟି ନେବାକୁ ପଡ଼ିଥାଏ। କିନ୍ତୁ ଅଫିସ୍‌ ଆଉ ପରିବାର ମଧ୍ୟରେ ସବୁବେଳେ ସମନ୍ବୟ ରକ୍ଷା କରିବା ଉଚିତ। ଉଭୟ କ୍ଷେତ୍ରରେ ଠିକ୍‌ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିବା ହିଁ ପ୍ରଥମ କର୍ତ୍ତବ୍ୟ। ତେଣୁ ପରିବାରର ଆବଶ୍ୟକତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ଛୁଟି ନେବା ମଧ୍ୟ ପ୍ରତ୍ୟେକ କର୍ମଚାରୀଙ୍କର ଅଧିକାର। କିନ୍ତୁ ବାରମ୍ବାର ଅନାବଶ୍ୟକ ଛୁଟି ନେବା ଆଦୌ ଠିକ୍‌ ନୁହେଁ। କର୍ମଜୀବୀ ମହିଳା ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅଫିସରେ ମଧ୍ୟ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇବା ସେମାନଙ୍କ କର୍ତ୍ତବ୍ୟ। ତେଣୁ ପରିବାରରେ ଆସୁଥିବା ସାମୟିକ ଅସୁବିଧାର କିଭଳି ସମାଧାନ କରିହେବ ସେଥିପାଇଁ ପଦକ୍ଷେପ ନେବା ଦରକାର। ତା’ହେଲେ ଯାଇ ଅଫିସରୁ ଛୁଟିନେବା ପାଇଁ ଖରାପ ଲାଗିବ ନାହିଁ।
କ୍ୟାରିୟରରେ ପ୍ରଭାବ: କେତେବେଳେ ପିଲାଙ୍କ ଦେହ ଖରାପ ତ କେବେ ସ୍ବତନ୍ତ୍ର ପୂଜା ପର୍ବରେ କର୍ମଜୀବୀ ମହିଳାଙ୍କୁ ଘରେ ରହିବାକୁ ପଡ଼ିଥାଏ। ଆଉ ଏଥିପାଇଁ ସେମାନଙ୍କୁ ହଠାତ୍‌ ଅଫିସରୁ ଛୁଟି ନେବାକୁ ହୁଏ। ହେଲେ ଏଥିପାଇଁ ଅନେକ ସମୟରେ ସେମାନଙ୍କୁ ଅଫିସରେ ଅପ୍ରୀତିକର ପରିସ୍ଥିତିକୁ ବି ସାମ୍ନା କରିବାକୁ ପଡ଼ିଥାଏ, ଯାହା ଭବିଷ୍ୟତରେ ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରିଥାଏ।
ବ୍ୟକ୍ତିତ୍ୱ ହରାନ୍ତୁ ନାହିଁ: ଅଫିସରେ ବାରମ୍ବାର ଛୁଟି ମାଗିବା ପାଇଁ ଖରାପ ଲାଗିଥାଏ ସତ, କିନ୍ତୁ ପରିସ୍ଥିତି ବେଳେବେଳେ ଏଭଳି ହୋଇଥାଏ ଯେ ଛୁଟି ନେବା ନିହାତି ଆବଶ୍ୟକ ହୋଇଥାଏ। ସେଭଳି ସ୍ଥିତିରେ ବସ୍‌ଙ୍କ ପାଖରୁ ଛୁଟି ମାଗିବାବେଳେ ନିଜ ପରିସ୍ଥିତିକୁ ଦର୍ଶାଇ ସହାନୁଭୂତି ହାସଲ କରିବା ଭଳି ମନେ ହୋଇଥାଏ। ଏପରି କରିବା ଫଳରେ ବସ୍‌ଙ୍କ ସହାନୁଭୂତିରେ ଛୁଟି ନେବା ଭଳି ମନେ ହୋଇପାରେ। ତେଣୁ ଭବିଷ୍ୟତରେ ହୁଏତ ଅଫିସ୍‌ରେ ନିଜ ବ୍ୟକ୍ତିତ୍ୱ ହରାଇବାର ଆଶଙ୍କା ଥାଏ। ଏମିତିକି ଛୁଟି ନ ନେଇ ଯଦି ଘର ଦାୟିତ୍ୱ ପୂରା କରି ହେଉଛି ତେବେ ଯଥାସମ୍ଭବ ଏକ୍ସଟ୍ରା ଛୁଟିକୁ ବାଦ୍‌ ଦେବାପାଇଁ ଚେଷ୍ଟା କରିବା ଉଚିତ।
ସାପ୍ତାହିକ ଛୁଟିରେ : ଘର ଦାୟିତ୍ୱ ସବୁକୁ ସାପ୍ତାହିକ ଛୁଟିରେ ଶେଷ କରିବାକୁ ଚେଷ୍ଟା କରିଲେ ଭଲ। ତେଣୁ ପ୍ରତିଦିନର ରୁଟିନ୍‌ ଅନୁସାରେ ଘର ଓ ଅଫିସ୍‌ରେ ନିଜ ଦାୟିତ୍ୱକୁ ପୂରା କରିହେବ। କୌଣସି କ୍ଷେତ୍ରରେ ଅତିରିକ୍ତ ଦାୟିତ୍ୱ ବୋଝ ରହିବ ନାହିଁ। କ୍ୟାରିୟରରେ ସଫଳତା ମିଳିବା ସହିତ ପରିବାରରେ ମଧ୍ୟ ନିଜ କର୍ତ୍ତବ୍ୟ ଠିକ୍‌ ଭାବେ ସମ୍ପାଦନ କରିହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?