ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଛାଣିପୁରର ଆଶିଷ କୁମାର ଦାସ ବୋଲି ଜଣାପଡ଼ିଛି।

ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେତିକିବେଳେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଆଶିଷଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସେହିପରି ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଦହିସ ଗାଁରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ଆୟୁଷ୍ମାନ ପାତ୍ର ବୋଲି ସୂଚନା ମିଳିଛି। ଆୟୁଷ୍ମାନ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ସେ ହୋଲି ଖେଳି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ସେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆୟୁଷ୍ମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri