Posted inଜାତୀୟ

ହାତ ଧରି ପ୍ରେମ ବ୍ୟକ୍ତ କରିବା ଅସଦାଚରଣ ନୁହେଁ: ହାଇକୋର୍ଟ…

ମୁମ୍ବାଇ,୨୮।୨ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଜଣେ ଝିଅଙ୍କର ହାତ ଧରି ନିଜର ପ୍ରେମ ବ୍ୟକ୍ତ କରିବା ଅସଦାଚରଣ ନୁହେଁ। ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ଏକକ ବେଞ୍ଚ ଆଦେଶରେ କହିଛନ୍ତି ଯେ ପୀଡିତାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୁକ୍ତଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ପୀଡିତାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି। ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଗିରଫ ପୂର୍ବରୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୧ ନଭେମ୍ବର ୨୦୨୨ରେ ନାବାଳିକା ପୀଡିତାଙ୍କ ପିତା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ଅଟୋ ଡ୍ରାଇଭର ଧନରାଜ ବାବୁ ସିଂ ରାଠୋର ତାଙ୍କ ୧୭ ବର୍ଷ ବୟସ୍କା ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ପୋଲିସ ବିଭିନ୍ନ ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅଭିଯୋଗରେ କୁହାଯାଇଥିଲା ଯେ ତାଙ୍କ ଝିଅ ଅଭିଯୁକ୍ତଙ୍କ ଅଟୋରେ କଲେଜ ଯାଉୁଥିଲେ। ପରେ ଯେତେବେଳେ ସେ ଅଟୋରେ ଯିବା ବନ୍ଦ କରିଦେଲେ, ଅଭିଯୁକ୍ତ ଝିଇଙ୍କୁ ଅନୁସରଣ କରିବା ଆରମ୍ଭ କରିଥିଲେ।

୧ ନଭେମ୍ବର ୨୦୨୨ ରେ ଅଭିଯୁକ୍ତ ନାବାଳିକାର ହାତ ଧରି ନିଜର ପ୍ରେମ ବ୍ୟକ୍ତ କରିଥିଲେ। ଅଭିଯୋଗ ହୋଇଥିଲା ଯେ ଅଭିଯୁକ୍ତ ପୀଡିତାଙ୍କୁ ତାଙ୍କ ବାଇକରେ ବସାଇ ଘରେ ଛାଡ଼ି ଦେବାକୁ ମଧ୍ୟ କହିଥିଲେ। କିନ୍ତୁ ପୀଡିତା କୌଣସି ପ୍ରକାରେ ଖସି ପଳାଇ ତାଙ୍କ ଘରେ ପହଞ୍ଚିଥିଲେ। ଏହା ପରେ ଝିଅଙ୍କର ବାପା ଅଭିଯୋଗ କରିଥିଲେ।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ପ୍ରିମା ଫେସିରେ ଯୌନ ନିର୍ଯାତନା ମାମଲା ନାହିଁ କାରଣ ଅଭିଯୁକ୍ତ ଯୌନ ନିର୍ଯାତନା ଉଦ୍ଦେଶ୍ୟରେ ପୀଡିତାଙ୍କ ହାତ ଧରି ନ ଥିଲେ। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ଜାମିନ ପାଇବାକୁ ହକଦାର। ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ସହିତ କୋର୍ଟ ଭବିଷ୍ୟତରେ ମଧ୍ୟ ସେ ଏପରି କାର୍ଯ୍ୟ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ନଚେତ ତାଙ୍କୁ ଦିଆଯାଇଥିବା ଜାମିନ ପ୍ରତ୍ୟାହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri