Posted inଖେଳ

ଆଜି ଇଂଲଣ୍ଡ-ଜର୍ମାନୀ, ନେଦରଲାଣ୍ଡ୍ସ-କୋରିଆ

ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତୃତୀୟ କ୍ୱାର୍ଟରରେ ଇଂଲଣ୍ଡକୁ ଭେଟିବ ଜର୍ମାନୀ। ଚତୁର୍ଥ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା ହେବ।
ଜର୍ମାନୀ ରେକର୍ଡ ଭଲ
ଇଂଲଣ୍ଡ ବିପକ୍ଷରେ ଜର୍ମାନୀର ରେକର୍ଡ ବହୁତ ଭଲ ରହିଛି। ଉଭୟ ଦଳ ମଧ୍ୟରେ ମୋଟ ୨୨ଟି ମ୍ୟାଚ ଖେଳାଯାଇଥିବାବେଳେ ଜର୍ମାନୀ ୧୫ଟି ମ୍ୟାଚ ଜିତି ବହୁତ ଆଗରେ ରହିଛି। ଇଂଲଣ୍ଡ ୬ ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ଶେଷଥର ପାଇଁ ୨୦୨୨ରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଉଭୟ ଦଳ ୨ଟି ମ୍ୟାଚ ଖେଳିଥିଲେ। ଏଥିରୁୁ ଇଂଲଣ୍ଡ ଗୋଟିଏରେ ୧-୦ ଗୋଲରେ ବିଜୟୀ ହୋଇଥିବାବେଳେ ଅନ୍ୟଟିରେ ଜର୍ମାନୀ ୩-୨ ଗୋଲରେ ବିଜୟ ହାସଲ କରିଥିଲା। ତେଣୁୁ ଅତୀତ ରେକର୍ଡ ଯାହା ହେଉନା କାହିଁକି ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ସମ୍ଭାବନା ରହିଛି। ଚଳିତ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ଇଂଲଣ୍ଡ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଫଳରେ ୪ ଦଳ ବିଶିଷ୍ଟ ପୁଲ୍‌ରେ ଶୀର୍ଷସ୍ଥାନ ଅଧିକାର କରି ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିଲା। ଅନ୍ୟପକ୍ଷରେ ଜର୍ମାନୀ ପୁଲ୍‌ ‘ବି’ରେ ବେଲଜିୟମ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବାରୁ କ୍ରସ୍‌ ଓଭର ଦେଇ କ୍ୱାର୍ଟର ଫାଇନାଲକୁ ଆସିଛି। କ୍ରସ୍‌ ଓଭରରେ ଏହି ଦଳ ଫ୍ରାନ୍ସକୁ ୫-୧ ଗୋଲରେ ପରାସ୍ତ କରିଥିଲା।
ନେଦରଲାଣ୍ଡ୍ସ ଫେଭରାଇଟ
ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଫାଇନାଲରେ ଏସୀୟ ଦଳ କୋରିଆ ବିପକ୍ଷରେ ଗତଥରର ରନରଅପ୍‌ ନେଦରଲାଣ୍ଡ୍ସ କ୍ଲିୟର ଫେଭରାଇଟ ରହିଛି। କାରଣ ଇତିହାସ ଦେଖିଲେ ଉଭୟ ଦଳ ମଧ୍ୟରେ ୨୨ଟି ମ୍ୟାଚ ହୋଇ ସାରିଥିବାବେଳେ ନେଦରଲାଣ୍ଡ୍ସ ୧୫ଟି ମ୍ୟାଚ ଜିତିଛି। ଅନ୍ୟ ୭ଟି ମ୍ୟାଚରେ କୋରିଆ ବିଜୟୀ ହୋଇଛି। ଶେଷଥର ପାଇଁ ୨୦୧୫ରେ ଉଭୟ ଦଳ ମଧ୍ୟରେ ବୁଏନ୍ସ ଏୟାର୍ସଠାରେ ମୁକାବିଲା ହୋଇଥିଲା। ଏଥିରେ ନେଦରଲାଣ୍ଡ୍ସ ୬-୨ ଗୋଲରେ ବିଜୟୀ ହୋଇଥିଲା। ନେଦରଲାଣ୍ଡ୍ସ ୧୯୭୩, ୧୯୯୦ ଓ ୧୯୯୮ରେ ଚାମ୍ପିୟନ ଏବଂ ୧୯୭୮, ୧୯୯୪, ୨୦୧୪ ଓ ୨୦୧୮ରେ ରନରଅପ୍‌ ହୋଇଥିଲା। ଏହା ବ୍ୟତୀତ ୨୦୦୨ ଓ ୨୦୧୦ରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲା। ଅନ୍ୟପକ୍ଷରେ କୋରିଆ ୨୦୦୨ ଓ ୨୦୦୬ରେ ହାସଲ କରିଥିବା ୪ର୍ଥ ସ୍ଥାନହିଁ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ। ଅନ୍ତର୍ଜାତୀୟ ହକିରେ ଏକ ଶକ୍ତିଶାଳୀ ଦଳ ଭାବେ ବିବେଚିତ ହେଉଥିବା ନେଦରଲାଣ୍ଡ୍ସ କୋରିଆ ତୁଳନାରେ ଅଭିଜ୍ଞତା ଦୃଷ୍ଟିରୁ ମଧ୍ୟ ବହୁ ଆଗରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?