ଆଜି ଦୁଲୁକିବ ବାରବାଟୀ ଷ୍ଟାଡିୟମ

କଟକ ଅଫିସ,୧୧ା୧: ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆରମ୍ଭ ହୋଇ ଯାଇଛି କାଉଣ୍ଟଡାଉନ। ଉଦଘାଟନୀ ସଂନ୍ଧ୍ୟା କାର୍ଯ୍ୟକ୍ରମ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରୁଷ ହକି ବିଶ୍ୱକପର ଶୁଭାରମ୍ଭ ଉତ୍ସବକୁ ଦେଖିବ ସାରା ବିଶ୍ୱ। ଉଦ୍‌ଘାଟନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍‌ ଷ୍ଟାର ଆଇକନ୍‌ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍‌ରେ ଝୁମିବେ ଦର୍ଶକ। ଏଥିସହ ପ୍ରଥମ ଥର ପାଇଁ କଟକରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍‌ ଶୋ। ଦୁଲୁକିବ କଟକର ବାରବାଟୀ ଷ୍ଟାଡିୟମ। ମତୁଆଲା କରିବ ରଣବୀର, ଦିଶାଙ୍କ ନାଚ। ପ୍ରୀତମଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ। ଐତିହାସିକ ବାରବାଟୀ ଷ୍ଟାଡିୟମ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ।
ଉଦ୍‌ଘାଟନୀ ସମାରୋହର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଦିନ ତମାମ ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଓ କଳାକାର ମାନେ ଶେଷ ଥର ପାଇଁ ମଞ୍ଚରେ ଅଭ୍ୟାସ ଶେଷ କରିଛନ୍ତି। ବୁଧବାର ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବଲିଉଡ ତାରକା ମାନେ ଅଭ୍ୟାସ ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ଦିଶା ପଟାନି ସନ୍ଧ୍ୟା ୫ଟାରୁ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରିହର୍ସଲ କରିଥିଲୋ ଏହାପରେ ପ୍ରୀତମଙ୍କ ବ୍ୟାଣ୍ଡ ରିହର୍ସାଲ ଆରମ୍ଭ ହୋଇଥିଲା। ସେହପରି ରଣବିର ସିଂ ରାତି ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରିହର୍ସାଲ କରିଥିଲେ। ଜିପ୍‌ଲାଇନ୍‌ ଜରିଆରେ ରଣବୀର ମଞ୍ଚକୁ ପ୍ରବେଶ କରିବାର ଯୋଜନା ରଖାଯାଇଛି। ତାଙ୍କ ଅଭ୍ୟାସ ପାଇଁ ଜିପଲାଇନ୍‌ ପ୍ରସ୍ତୁତ କରାଯାଇଛି ରଣବୀରଙ୍କ ସହିତ ସାଇମାକ୍‌ ଡ୍ୟାନ୍ସ ଟ୍ରୁପ ମଞ୍ଚରେ ଦେଖିବାକୁ ମିଳିବ। ଉଦ୍‌ଘାଟନୀ ଉତ୍ସବ ଦେଖିବା ପାଇଁ ପ୍ରାୟ ୪୦ ହଜାରରୁ ଅଧିକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିବେ। ସେଥିମଧ୍ୟରୁ ୫ ହଜାର ଭିଭିଆଇପିଙ୍କ ପାଇଁ ପଡ଼ିଆ ମଧ୍ୟରେ ବସି ଉତ୍ସବକୁ ଉପଭୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଉଦଘାଟନ ଉତ୍ସବ ପାଇଁ ଅପରାହ୍ନ ୨ଟା ବେଳେ ଷ୍ଟାଡିୟମକୁ ସାଧାରଣ ଦର୍ଶକମାନଙ୍କ ପାଇଁ ଖୋଲାଯିବ। ଉଦଘାଟନ ଉତ୍ସବକୁ ଲାଇଭ ଦେଖିବା ପାଇଁ କଟକ ସହର ୧୬ ଟି ସ୍ଥାନ ରେ ଫ୍ୟାନ କ୍ଳବ କରାଯାଇଛି ଯେଉଁଠି ୫ ହଜାର ଦର୍ଶକ ବସି ଏକା ସଙ୍ଗେ ସ୍କ୍ରିନ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri