ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷା ପରିଚାଳନାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ମେଧାବୀ ପରୀକ୍ଷାର୍ଥୀ ଯେପରି ଠିକ୍‌ ମାର୍କ ପାଇବେ ସେଥିଲାଗି ପ୍ରାଥମିକ ସ୍ତରରୁ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷର ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଗତ ନଭେମ୍ବରରେ ସମସ୍ତ କଲେଜକୁ ଅବଗତ କରାଯାଇଥିବାବେଳେ ଡିସେମ୍ବର ୩୦ ସୁଦ୍ଧା ସିସି କ୍ୟାମେରା ନ ଥିବା ଶିକ୍ଷାନୁଷ୍ଠାନକୁ ମହଲତ ଦିଆଯାଇଥିଲା। ତେବେ ଡିସେମ୍ବର ୩୧ ପରେ ଜୋନ୍‌ୱାରି ହୋଇଥିବା ଯାଞ୍ଚ ରିପୋର୍ଟରେ ରାଜ୍ୟର ୪ଟି ଜୋନ୍‌ରେ ୪୬୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିସିଟିଭି ନ ଥିବା ଦର୍ଶାଯାଇଥିଲା। ଏପରିକି ଅନେକ କେନ୍ଦ୍ରରେ ପୂର୍ବରୁ ଥିବା ସିସିଟିଭି ଅଚଳ ହୋଇଥିବା ଜଣାପଡ଼ିଥିଲା। ତେଣୁ ଆସନ୍ତା ୧୩ତାରିଖ ସୁଦ୍ଧା ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିସିଟିଭି ଇନ୍‌ଷ୍ଟଲ ହେବା ସହ ସ୍ଥିତି ସମ୍ପର୍କରେ ଜଣାଇବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ୨୫ତାରିଖ ସୁଦ୍ଧା ଯେପରି ସମସ୍ତ କ୍ୟାମେରା କାର୍ଯ୍ୟକ୍ଷମ ହେବ ସେନେଇ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଯଦି ଏପରି ନ କରନ୍ତି ତେବେ ପରିଷଦ ପକ୍ଷରୁ ଏ ସମ୍ପର୍କରେ ଗଣଶିକ୍ଷା ବିଭାଗକୁ ଅବଗତ କରାଯିବା ସହ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିରୋଧରେ ଅଭିଯୋଗ ମଧ୍ୟ କରାଯିବ।
ରାଜ୍ୟରେ ୨,୦୬୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ ଏଥର ୧,୧୫୦ରୁ ଅଧିକ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ କରାଯିବ। ପରୀକ୍ଷା କେନ୍ଦ୍ର, ଲାବରେଟୋରି ସମେତ ପରୀକ୍ଷା ପରିଚାଳନା ହବ୍‌ର ଷ୍ଟ୍ରଙ୍ଗରୁମ୍‌ ଆଦିରେ ସିସିଟିଭି ସ୍ଥାପନ ହେବ। ଆସନ୍ତା ୧୩ ତାରିଖ ସୁଦ୍ଧା ସିସିଟିଭି ସ୍ଥାପନ କରି ସାମ୍ସ ଇ-ସ୍ପେସ୍‌ରେ ଶିକ୍ଷାନୁଷ୍ଠାନର ସ୍ଥିିତି ଅପ୍‌ଡେଟ୍‌ କରିବାକୁ କୁହାଯାଇଛି। ସେହିପରି ଯେଉଁଠି ସିସିଟିଭି ଅଚଳ ହୋଇପଡ଼ିଛି ସେ ସବୁକୁ ୨୫ତାରିଖ ସୁଦ୍ଧା ସଜାଡ଼ି ରିପୋର୍ଟ ଦାଖଲ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯଦି ସିସିଟିଭି ନ ଥାଏ କିମ୍ବା ଅଚଳ ହୋଇ କାର୍ଯ୍ୟକ୍ଷମ ହେଉ ନ ଥିବା ଅଭିଯୋଗ ହୁଏ ତେବେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଟ୍ୟାଗ୍‌ ତାଲିକାରୁ ବାଦ୍‌ ଦିଆଯିବ ଏବଂ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଯୁକ୍ତ୨ ଥିଓରି ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏ ଚାଲିବ। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍‌ ୩,୫୬,୪୪୯ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩,୩୮,୭୪୭ଜଣ ରେଗୁଲାର ଏବଂ ୧୭,୭୦୨ଜଣ ଏକ୍ସ ରେଗୁଲାର ଛାତ୍ରୀଛାତ୍ର ରହିଛନ୍ତି। ରେଗୁଲାର ଛାତ୍ରୀଛାତ୍ରଙ୍କ ମଧ୍ୟରୁ କଳାରେ ୨,୧୯,୧୧୦ଜଣ ଥିବାବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ଜଣ ରହିଛନ୍ତି। ତେବେ କୌଣସି କାରଣରୁ ଯଦି ଛାତ୍ରୀଛାତ୍ର ଫର୍ମ ପୂରଣ କରି ନ ଥିବେ ତେବେ ସେମାନେ ଆସନ୍ତା ୧୬ରୁ ୧୯ ତାରିଖ ମଧ୍ୟରେ ୪୫୦ଟଙ୍କା ଫାଇନ୍‌ ଦେଇ ଫର୍ମପୂରଣ କରିପାରିବେ। ୧୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା ହବ୍‌ ସ୍ଥିର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri