Posted inଖେଳ

ହକି ର଼୍ୟାଙ୍କିଙ୍ଗ: ଭାରତ ପୁରୁଷ ଦଳ ୩ୟ

ଲାଉସାନେ (ସୁଇଜରଲାଣ୍ଡ), ୧୯ା୯: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ସଦ୍ୟ ପ୍ରକାଶିତ ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତୀୟ ପୁରୁଷ ଦଳ ୩ୟ ସ୍ଥାନରେ ରହିଥିବା ବେଳେ ମହିଳା ଦଳ ୭ମ ସ୍ଥାନରେ ଅଛି। ଗତମାସରେ ଭାରତ ୧୨ମାସରୁ ଅଧିକ ସମୟ ପରେ ୩ୟ ସ୍ଥାନକୁ ଫେରିଛି। ଗତ ମାସରେ ଚେନ୍ନାଇରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ଅପରାଜେୟ ରହିବା ଦ୍ୱାରା ଏହା ଘଟିଛି। ଭାରତ ଏଥିରେ ଖେଳିଥିବା ୭ଟି ମ୍ୟାଚ ମଧ୍ୟରୁ ୬ଟିରେ ବିଜୟ ଲାଭ କରିଥିଲା। ଫାଇନାଲରେ ନେଦରଲାଣ୍ଡ୍ସଠାରୁ ହାରିଯିବା ଫଳରେ ଇଂଲଣ୍ଡ (୨୭୪୫ ପଏଣ୍ଟ) ଶ୍ରେଷ୍ଠ ୩ରୁ ବାଦ୍‌ପଡ଼ି ଚତୁର୍ଥ ସ୍ଥାନରେ ରହିଛି। ୟୁରୋ ହକି ଚାମ୍ପିୟନଶିପ୍‌ ଟାଇଟଲ ସହ ନେଦରଲାଣ୍ଡ୍ସ (୩୧୧୩) ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଟାଇଟଲ ହାସଲ କରିଛି। ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ ୨୦୨୩ରେ ବ୍ରୋଞ୍ଜ ପଦକ ମଧ୍ୟ ପାଇଛି। ଆଧିପତ୍ୟ ବିସ୍ତାର କରିଥିବାରୁ ନେଦରଲାଣ୍ଡ୍ସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଲଜିୟମ (୨୯୮୯)ଠାରୁ ପଏଣ୍ଟ ବ୍ୟବଧାନରେ ଯଥେଷ୍ଟ ଆଗରେ ରହିଛି। ଜର୍ମାନୀ (୨୬୮୯) ଓ ଅଷ୍ଟ୍ରେଲିଆ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ଅଛନ୍ତି। ଆର୍ଜେଣ୍ଟିନା (୨୩୫୦) ଗୋଟିଏ ସ୍ଥାନ ଉପରକୁ ଉଠି ସ୍ପେନ (୨୩୪୭) ଆଗରେ ୭ମ ସ୍ଥାନରେ ରହିଛି।
ମହିଳା ଦଳକୁ ୭ମ ସ୍ଥାନ
ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତୀୟ ମହିଳା ହକି ଦଳ ୭ମ ସ୍ଥାନରେ ରହିଛି। ନେଦରଲାଣ୍ଡ୍ସ (୩୪୨୨) ମହିଳା ହକି ଦଳ କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିବାରୁ ପ୍ରଥମ ସ୍ଥାନ ଅଧିକାର କରିବାରେ ସମର୍ଥ ହୋଇପାରିଛି। ଦଳର ରେକର୍ଡ ୧୨ତମ ୟୁରୋହକି ଚାମ୍ପିୟନଶିପ୍‌ ଟାଇଟଲ ଜିତିଛି। ଅଷ୍ଟ୍ରେଲିଆ (୨୮୧୮) ଓ ଆର୍ଜେଣ୍ଟିନା (୨୭୬୭) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ୟୁରୋ ହକି ଚାମ୍ପିୟନଶିପ୍‌ରେ ରୌପ୍ୟ ଜିତିଥିବା ବେଲଜିୟମ (୨୬୦୯) ଜର୍ମାନୀ ଆଗରେ ରହିଛି। ଏହି ଦୁଇ ଦଳ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି। ଭାରତୀୟ ମହିଳା ଦଳ (୨୩୨୫)ଗୋଟିଏ ସ୍ଥାନ ଉପରକୁ ଉଠି ୭ମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri