Posted inଖେଳ

ହକି ଇଣ୍ଡିଆ ହାଇ ପରଫର୍ମାନ୍ସ ଡାଇରେକ୍ଟରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୧।୮(ପି.ଟି.): ହକି ଇଣ୍ଡିଆ (ଏଚ୍‌ଆଇ) ହାଇ ପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଓ ସ୍ବାସ୍ଥ୍ୟଗତ କାରଣରୁ ସେ ପଦ ଛାଡିଛନ୍ତି ଓ ସେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବାକୁ ମନସ୍ଥ କରିଛନ୍ତି ବୋଲି କୁହାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତାଙ୍କ ଚୁକ୍ତିର ନବିକରଣ କରିଥିଲା। ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ତାଙ୍କ ଚୁକ୍ତି ବଳବତ୍ତର ରହିଥାନ୍ତା। ତେବେ ଏହା ସତ୍ତ୍ୱେ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆ ଓ ସାଇକୁ ପଠାଇ ଦେଇଛନ୍ତି। ଅବଶ୍ୟ ହକି ଇଣ୍ଡିଆ ମିଡିଆ ବିଭାଗ ଏ ନେଇ କିଛି କହିବାକୁ ମନା କରିଦେଇଛି। ତେବେ ଫେଡେରେଶନ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛି ବୋଲି କୁହାଯାଇଛି।
ଫେଡେରେଶନ ମଧ୍ୟରେ ଜନ୍‌ ନିଜକୁ ଏକୁଟିଆ ତଥା ଅବହେଳିତ ମନେ କରୁଥିଲେ। ପତ୍ୟେକ ଟୁର୍ନାମେଣ୍ଟ ପୂର୍ବରୁ ନଷ୍ପତ୍ତି ନେବା ପ୍ରକ୍ରିୟାରେ ଗଠନ କରଯାଉଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ତାଙ୍କୁ ସାମିଲ କରାଯାଉ ନ ଥିଲା ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି। ଜନ୍‌ଙ୍କୁ ବାଦ୍‌ ଦେଲେ ସମସ୍ତେ ଏହି ଗ୍ରୁପ୍‌ରେ ସାମିଲ ହେଉଥିଲେ। ତେବେ ସେ ହାଇ ପରଫର୍ମାନ୍ସ ଡାଇରେକ୍ଟର ହିସାବରେ ସାଇ କାର୍ଯ୍ୟାଳୟରେ ଆୟୋଜିତ ହେଉଥିବା ବୈଠକରେ ଉପସ୍ଥିତ ରହୁଥିଲେ। କୋଭିଡ୍‌-୧୯ ମହାମାରୀ କାରଣରୁ ହକି ଖେଳିଯିବା ବନ୍ଦ ହୋଇଯିବା କାରଣରୁ ବୋଧ ହୁଏ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଦଳ କୌଣସି ହକି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ନାହିଁ। ଏହି ସମୟରେ ଏସିଆନ ଚାମ୍ପିୟନ୍ସ ଟ୍ରଫିର କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ କରାଯିବ। ୨୦୧୬ ଅନ୍ତିମ ଭାବେ ଜନ୍‌ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନିଯୁକ୍ତ ପାଇଥିଲେ। ତେବେ ଏହା ପୂର୍ବରୁ ସେ ଭାରତୀୟ ପୁରୁଷ ଦଳର ଫିଜିଓ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଏହି ସମୟରେ ମାଇକେଲ ନୋବ୍ସ ୨୦୧୧ରେ ପୁରୁଷ ଦଳର ମୁଖ୍ୟ କୋଚ୍‌ ମଧ୍ୟ ନିଯୁକ୍ତ ହୋଇଥିଲେ। ତେବେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପରେ ଜନ୍‌ ଇସ୍ତଫା ଦେଇଥିଲେ। ଏହାପରେ ସେ ପୁଣି ୨୦୧୬ରେ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନିଯୁକ୍ତ ପାଇଥିଲେ। ୧୨ ହଜାର ଆମେରିକୀୟ ଡଲାର ପାଉଣାରେ ନିଯୁକ୍ତି ପାଇଥିବା ଜନ୍‌ ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂଙ୍କୁ ସ୍ଲୋ ବା ମନ୍ଥର କହି ଚର୍ଚ୍ଚା ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କଲେ ରମେଶ

ବେଙ୍ଗାଲୁରୁ ୧୭ା୬ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ହକି କୋଚ୍‌ ରମେଶ ପରମେଶ୍ୱରନ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କରିଛନ୍ତି। କୋଚିଂରେ...

ଆଇସିସି ପ୍ରକାଶ କଲା ବୁକି-ଶକିବଙ୍କ ହ୍ବାଟସଆପ୍‌ ମେସେଜ

ଦୁବାଇ,୩୦।୧୦- ଆଇସିସି ପକ୍ଷରୁ ଦୁଇବର୍ଷ ବାସନ୍ଦ ହେବା ପରେ ଶକିବ ଅଲ ହସନ ଦୁର୍ନୀତି ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ କରିଛନ୍ତି।...

କ୍ୟାପଟେନ ରୁଟ୍‌ଙ୍କ ଷ୍ଟ୍ରାଟେଜି ଉପରେ ଉଠିଲା ପ୍ରଶ୍ନ

ଲଣ୍ଡନ,୧୮।୮ : ଲଡର୍‌ସ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥିବା ସତ୍ତ୍ୱେ ଇଂଲଣ୍ଡର ପରାଜୟକୁ ହଜମ କରିପାରୁ ନାହାନ୍ତି ପୂର୍ବତନ ଅଧିନାୟକ ମାଇକେଲ ଭନ। ସେ ଅଧିନାୟକ...

ମିଛ କହି ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା

କେପଟାଉନ୍‌,୧୯।୫: ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ କ୍ରିକେଟର୍‌ ଏବି.ଡି.ଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଆଉ ପ୍ରତ୍ୟାବର୍ତ୍ତନ କରିବେ ନାହିଁ। ଏହି ପରିପ୍ରେକ୍ଷୀରେ କ୍ରିକେଟ ଦକ୍ଷିଣ ଆଫ୍ରିକା କହିଛି ଯେ,...

ଅଷ୍ଟ୍ରେଲୀୟମାନେ ସୀମା ଅତିକ୍ରମ କରିଛନ୍ତି

ସିଡ୍‌ନୀ, ୧୧ା୧ (ପି.ଟି.)-ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଟିପ୍ପଣୀ ଏକ ନୂଆକଥା ନୁହେଁ। ତେବେ ଏଥର ସେମାନେ ସୀମା...

ପ୍ରଥମ ଭାରତୀୟ ଭାବେ ବିରାଟ କୋହଲି କିଣିଲେ ଏହି କାର୍‌

ନୂଆଦିଲ୍ଲୀ,୧୭।୧: ଜର୍ମାନୀର ଲଗଜରୀ ବ୍ରାଣ୍ଡ୍‌ ଅଡି ନୂଆ SUV Audi Q8 ଭାରତରେ ଲଞ୍ଚ୍‌ ହୋଇଛି। ଏହି ଗାଡିର ମୂଲ୍ୟ ୧.୩୩ କୋଟି ଟଙ୍କା ରହିଛି।...

୪ ତାରିଖରେ ଜଣାପଡ଼ିପାରେ ଧୋନୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୮: ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି...

ଜୁନ୍‌ରେ ଫିଫା ୨୦୨୩ ମହିଳା ବିଶ୍ୱକପ୍‌ ଆୟୋଜକ ବାଛିବ

ଜୁରିକ, ୧୬।୫ (ଏପି): ଆସନ୍ତା ମାସରେ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଜୁନ୍‌ ୨୫ରେ ଫିଫା...

Advertisement
Archives

Model This Week