ବିବାହର ମାତ୍ର ୧୧ ମାସ ପରେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତା, ପଡ଼ିଥିଲେ ଗୌରୀଙ୍କ ପ୍ରେମରେ

ବମ୍ବେ: ବଡ଼ ପରଦା ହେଉ ଅଥବା ଛୋଟ ପରଦାର ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ବିବାହ ପରେ ପ୍ରେମରେ ପଡ଼ିଛନ୍ତି। କଥା ଛାଡ଼ପତ୍ର, ତା ପରେ ପୁଣି ବିବାହ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏବେ ସେମାନେ ଖୁସିରେ ବୈବାହିକ ଜୀବନ ଅତିବାହିତ କରୁଛନ୍ତି। ସେଭଳି ଜଣେ ହେଲେ ଅଭିନେତା ହିତେନ ତେଜଓ୍ବାନୀ। ନିକଟରେ ତାଙ୍କୁ ଓ୍ବେବ୍‌ସିରିଜ୍‌ ‘ତାଣ୍ଡବ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ ଚ୍ୟାନେଲର ସମ୍ପାଦକ ଭୂମିକାରେ ନଜର ଆସିଥିଲେ। ସଫଳ ଅଭିନେତା ଭାବେ ନାମ କମାଇଥିବା ହିତେନଙ୍କ ବ୍ୟକ୍ତିଗତ ଜୀବନ କୌଣସି ସିନେମାଠାରୁ କମ୍‌ ନୁହେଁ।

ହିତେନ ଦୁଇଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ମାତ୍ର ଏଗାର ମାସ ଚାଲିପାରିଥିଲା। ପରେ ସେ ହଠାତ୍‌ ଗୌରୀ ପ୍ରଧାନଙ୍କ ପ୍ରେମରେ ପଡ଼ିଯାଇଥିଲେ। ୨୦୦୪ରେ ସେମାନେ ବିବାହ କରିନେଇଥିଲେ। ଉଭୟଙ୍କ ଜାଆଁଳା ସନ୍ତାନ ନେବାନ-କାତ୍ୟା ଅଛନ୍ତି।

ଧାରାବାହିକ କୁଟୁମ୍ବର ସେଟ୍‌ରେ ଗୌରୀଙ୍କୁ ଭେଟିଥିଲେ ହିତେନ। ଉଭୟଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଧିରେ ଧିରେ ସେମାନେ ଅନେକ ଧାରାବାହିକରେ କାମ କରିବା ସହ ପରସ୍ପରର ନିକଟତର ହୋଇଥିଲେ। ଏହା ପରେ ଦୁଇ ବର୍ଷ ପର୍ଯ୍ୟନ୍ତ ସେମାନେ ଲିଭ ଇନ୍‌ରେ ରହିବା ପରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସମେତ ବଲିଉଡ୍‌ ଫିଲ୍ମରେ କାମ...

ଝିଅ ସହ ପ୍ରଥମ ଫଟୋଶୁଟ୍‌ କଲେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମା’ ହେବା ପରେ ଅଧିକାଂଶ ସମୟ ଝିଅ ମାଳତୀ ମେରିଙ୍କ ସହ ବିତାଉଛନ୍ତି। ନିକଟରେ ସେ ଝିଅ ସହ ପ୍ରଥମ...

ଖୁବ୍‌ କମ ବୟସରେ କୋଟି କୋଟି ସମ୍ପତିର ମାଲିକାଣୀ ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି। ତାଙ୍କ ଅଭିନୀତ ଗାଙ୍ଗୁବାଇ କାଠିଆୱାଡି ସୁପରହିଟ୍‌ ହେବାପରେ ଏବେ ‘ଆର୍‌ଆର୍‌ଆର୍‌’...

କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ...

ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ...

ଡ୍ରଗ୍ସ ମାମଲା: ଜାମିନ ପାଇଁ ଆବେଦନ କଲେ ରିଆଙ୍କ ଭାଇ

ମୁମ୍ବାଇ,୭ ।୧୧: ଡ୍ରଗ୍ସ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି ଶନିବାର ଜାମିନ ଆବେଦନ କରିଛନ୍ତି । ମୁମ୍ବାଇର...

‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’...

ସଲମାନ କହିଲେ, କ୍ରିକେଟ ପଡିଆରେ ଏହି ଖେଳାଳି ହେଉଛନ୍ତି ଅସଲ ଦବଙ୍ଗ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଏବେ ନିଜ ଆଗାମୀ ଫିଲ୍ମ ଦବଙ୍ଗ-୩ ପ୍ରମୋଶନ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌...

Advertisement
Archives

Model This Week