Posted inଖେଳ

ହିତ୍‌, ଜୟଦେବ ସମ୍ମାନ ରଖିଲେ

କୋଏମ୍ବାଟୁର, ୨୧।୯: ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଦୁଲିପ ଟ୍ରଫି କ୍ରିକେଟ ଫାଇନାଲ ବୁଧବାର ଆରମ୍ଭ ହୋଇଛି। ଅଜିଙ୍କ୍ୟ ରାହାନେ ଓ ଶ୍ରେୟସ ଆୟାରଙ୍କ ପରି ତାରକା ବ୍ୟାଟରମାନେ ପ୍ରଭାବୀ ବ୍ୟାଟିଂ କରିବାରେ ବିଫଳ ହୋଇଥିବାବେଳେ ପ୍ରଥମ ଦିବସ ଶେଷ ବେଳକୁ ପଶ୍ଚିମାଞ୍ଚଳ ପ୍ରଥମ ଇନିଂସରେ ୮ ଉଇକେଟ ହରାଇ ୨୫୦ ରନ ସଂଗ୍ରହ କରିଛି। ଗୁଜରାଟର ଯୁବ ଉଇକେଟ କିପର ହିତ୍‌ ପଟେଲ ୯୬ ଓ ଜୟଦେବ ଉନାଡକଟ ୩୯ ରନରେ ଅପରାଜିତ ରହି ଦଳର ସମ୍ମାନ ରଖିଛନ୍ତି।
ଟସ୍‌ ଜିତି ପଶ୍ଚିମାଞ୍ଚଳ ଅଧିନାୟକ ରାହାନେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହାକୁ ଭୁଲ୍‌ରେ ପରିଣତ କରିଥିଲେ ଦକ୍ଷିଣାଞ୍ଚଳ ବୋଲର। ଯୁବ ଓପନର ଯଶସ୍ବି ଜୟସ୍ବାଲ (୧ ରନ) ଓ ଅଭିଜ୍ଞ ପ୍ରିୟଙ୍କ ପଞ୍ଚଲ(୭) ଙ୍କୁ ଶୀଘ୍ର ପ୍ୟାଭିଲିୟନ ପଠାଇ ପଶ୍ଚିମାଞ୍ଚଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ଚିପୁରାପଲ୍ଲୀ ଷ୍ଟିଫେନ। ରାହାନେ ମଧ୍ୟ କ୍ରିଜରେ ତିଷ୍ଠିପାରି ନ ଥିଲେ। ସେ ବ୍ୟକ୍ତିଗତ ୮ ରନ କରି ବାସିଲ ଥାମ୍ପିଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଶ୍ରେୟସ ଆୟାର ଓ ସର୍ଫରାଜ ଖାଁ ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଆୟାର ୩୭ ଓ ସର୍ଫରାଜ ୩୪ ରନକରି ଗୁଜରାଟର ବାମହାତୀ ସ୍ପିନର ରବିଶ୍ରୀନିବାସନ ସାଇ କିଶୋରଙ୍କ ଶିକାର ହୋଇଥିଲେ। ଶାମ୍ସ ମୁଲାନୀଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଥ ଦେଖାଇଥିଲେ ସାଇ କିଶୋର। ଫଳରେ ପଶ୍ଚିମାଞ୍ଚଳ ୧୦୧ ରନରେ ୬ଷ୍ଠ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ମିଡିଲ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିବା ହିତ୍‌ ପଟେଲ ଧୈର୍ଯ୍ୟର ସହ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରିଥିଲେ। ସେ ୮ ନମ୍ବର ବ୍ୟାଟର ଅତିତ୍‌ ସେଠ୍‌ଙ୍କ ସହ ୬୩ ରନର ଭାଗୀଦାରି ଗଢ଼ି ପଶ୍ଚିମାଞ୍ଚଳକୁ ଲଜ୍ଜାଜନକ ପରିସ୍ଥିତିରୁ ମୁକୁଳାଇ ଥିଲେ। ଅତିତ୍‌ ୨୫ ରନକରି ବାସିଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଲୋୟର ଅର୍ଡରରେ ତନୁଶ କୋଟିଆନ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିବାବେଳେ ଅଭିଜ୍ଞତାର ଉପଯୋଗ କରି ଦକ୍ଷିଣାଞ୍ଚଳ ବୋଲରଙ୍କୁ ସଫଳତାର ସହ ମୁକାବିଲା କରିଥିଲେ ସୌରାଷ୍ଟ୍ର ଭେଟେରାନ ଖେଳାଳି ଜୟଦେବ ଉନାଡକଟ। ହିତ୍‌ ପଟେଲ ଓ ଜୟଦେବ ଅସମାପ୍ତ ୯ମ ଉଇକେଟରେ ୮୩ ରନ ଯୋଗକରି କେବଳ ଯେ ପ୍ରଥମ ଦିବସରେ ଦଳକୁ ଅଲ୍‌ଆଉଟ ହେବାରୁ ରକ୍ଷା କରିଥିଲେ ତା’ ନୁହେଁ ଦଳକୁ ଏକ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର କରାଇଛନ୍ତି। ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ହିତ୍‌ ପଟେଲ ୧୭୮ ବଲ୍‌ର ସମ୍ମୁଖୀନ ହୋଇ ୬ ଚୌକା ଓ ୧ ଛକା ସହାୟତାରେ ୯୬ ଓ ଜୟଦେବ ୩୯ (୬୪ ବଲ, ୩ ଚୌକା) ରନରେ ଅପରାଜିତ ରହିଥିଲେ। ଦକ୍ଷିଣାଞ୍ଚଳ ବୋଲରଙ୍କ ମଧ୍ୟରେ ସାଇ କିଶୋର ୩ଟି, ବାସିଲ ଥାମ୍ପି ଓ ଷ୍ଟିଫେନ ୨ଟି ଲେଖାଏ ଏବଂ କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୫୦/୮ (ହିତ୍‌ ପଟେଲ-୯୬*, ଜୟଦେବ ଉନାଡକଟ-୩୯*, ଶ୍ରେୟସ ଆୟାର-୩୭, ସର୍ଫରାଜ ଖାଁ-୩୪, ଆର. ସାଇ କିଶୋର-୩/୮୦, ବାସିଲ ଥାମ୍ପି-୨/୪୨, ଚିପୁରାପଲ୍ଲୀ ଷ୍ଟିଫେନ-୨/୨/୩୯, କ୍ରିଷ୍ଣାପ୍ପା ଗୋଥାମ-୧/୭୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ଦୁବାଇ,୭।୧୧: ପାକିସ୍ତାନ କ୍ରିକେଟ ଦଳର ତାରକା ଓପନର୍‌ ତଥା ଉଇକେଟ କିପର ମହମ୍ମଦ ରିଜୱାନ ଏକ ବଡ଼ ରେକର୍ଡ କରିଛନ୍ତି। ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଏକ...

ତୃତୀୟଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌, ମାଗିଲେ ପୈତୃକ ଛୁଟି

ବାଂଲାଦେଶର ଷ୍ଟାର କ୍ରିକେଟର୍‌ ସାକିବ ଉଲ୍‌ ହାସନ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ବାଂଲାଦେଶ କ୍ରିକେଟ୍‌ ବୋର୍ଡକୁ ପୈତୃକ ଛୁଟି ଦେବାକୁ ଆବେଦନ କରିଛନ୍ତି।...

ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଚହର

କଲମ୍ବୋ,୨୦ା୭: ସାମ୍ନାରେ ଥିଲା ୨୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। କିନ୍ତୁ ୧୯୩ ରନ୍‌ରେ ୭ ଉଇକେଟ ହରାଇ ସାରିଥିଲା ଭାରତ। ବିଜୟର ଆଶା ପ୍ରାୟ ମଉଳି...

ପନ୍ତଙ୍କୁ ମୋଟା କହିଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୭: ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ଶତକ ହାସଲ ପରେ ଭାରତୀୟ ଉଇକେଟ୍‌ କିପର୍‌ ରିଷଭ ପନ୍ତ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ଟେଷ୍ଟ କ୍ରିକେଟରେ...

ପାଓ୍ବାର ପ୍ଲେ ସମୟରେ ଖେଳିବାକୁ ସ୍ବାଧୀନତା ଦେଇଥାନ୍ତି ରୋହିତ: ଶୁଭମନ

ନୂଆଦିଲ୍ଲୀ,୨୪।୮: ଏସିଆ କପ୍‌ ଲାଗି ଭାରତୀୟ ଟିମ୍‌ରେ ଓପନର୍‌ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ। ଟୁର୍ନାମେଣ୍ଟ...

ପାକିସ୍ତାନ ଦଳକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବେ…

ନୂଆଦିଲ୍ଲୀ,୨୬।୯: ପାକିସ୍ତାନ କ୍ରିକେଟ ଟିମ୍‌ ଲାଗି ଭାରତୀୟ ଭିସା ଜାରି କରାଯାଇଛି। ଏନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ସୋମବାର ସୂଚନା ଦେଇଛି। ଏଣୁ ଦଳ ସେପ୍ଟେମ୍ବର...

ମୟଙ୍କ ଅଗ୍ରଓ୍ବାଲଙ୍କ ଓ୍ବାନ ମ୍ୟାନ ଶୋ’

ଅହମ୍ମଦାବାଦ,୨।୫ : ଗୋଟିଏ ପଟେ ପଡ଼ି ଚାଲିଥିଲା ଉଇକେଟ ପରେ ଉଇକେଟ। କିନ୍ତୁ କୌଣସି ବୋଲରଙ୍କୁ ଖାତିର କରି ନ ଥିଲେ କାମଚଳା ଅଧିନାୟକ ମୟଙ୍କ...

ଟିମ୍‌ ଇଣ୍ଡିଆକୁ ୨୩୭ ରନ୍‌ରେ ରୋକି ଦେଲେ

ଅହମ୍ମଦାବାଦ,୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ୯ ଉଇକେଟ ହରାଇ ୨୩୭ ରନ୍‌ କରିବାକୁ ସକ୍ଷମ ହୋଇଛି। ଆମନ୍ତ୍ରଣ...

Advertisement
Archives

Model This Week