ଇତିହାସ ରଚିବ ଚନ୍ଦ୍ରୟାନ-୩

ଜହ୍ନ ରାଇଜର ଏହି ରହସ୍ୟ ରୋମାଞ୍ଚ ଘେରା ପ୍ରସଙ୍ଗ ଉଦ୍‌ଘାଟନ କରିବା ପାଇଁ ମନୁଷ୍ୟ କେଉଁ ଆବହମାନ କାଳରୁ ଉଦ୍ୟମ କରି ଆସିଛି। ରୁଷିଆର ଏକ ଯାନ ଲୁନା-୨, ୧୯୫୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ। ଏହି ସିରିଜର ପରବର୍ତ୍ତୀ ଯାନ ଲୁନା-୩ ସେହି ୧୯୫୯ ମସିହା ଅକ୍ଟୋବର ୭ ତାରିଖରେ ଚନ୍ଦ୍ର ଚାରିପଟେ ଏକ ଉପଗ୍ରହ ସଦୃଶ ଘୂରିଘୂରି ପ୍ରଥମଥର ପାଇଁ ଚନ୍ଦ୍ରର ଦୂରପାର୍ଶ୍ୱର ଫଟୋଚିତ୍ର ଉତ୍ତୋଳନ କରେ। ରୁଷିଆର ଅନ୍ୟ ଦୁଇ ଯାନ ଲୁନା-୯ ଓ ଲୁନା-୧୭, ୧୯୬୬ ମସିହାରେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବାକୁ ସକ୍ଷମ ହୁଅନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଆପୋଲୋ-୮ ଜରିଆରେ ତିନି ଜଣ ମହାକାଶଚାରୀ ୧୯୬୮ ମସିହା ଡିସେମ୍ବର ୨୪ ତାରିଖ ଦିନ ଚନ୍ଦ୍ରକୁ ସଫଳତା ପୂର୍ବକ ପରିକ୍ରମା କରିବାକୁ ସକ୍ଷମ ହୁଅନ୍ତି। ମାତ୍ର ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଥିଲା ୧୯୬୯ ମସିହା ଜୁଲାଇ ୨୦ ତାରିଖର ଦିନଟି; ଏହି ଦିନ ତିନି ଜଣ ମହାକାଶଚାରୀଙ୍କୁ ନେଇ ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟ ଏକ ଯାନ ଆପୋଲୋ-୧୧ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରେ ଏବଂ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ସର୍ବପ୍ରଥମେ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରନ୍ତି। ପରବର୍ତ୍ତୀ ୧୯୭୦ ମସିହା ନଭେମ୍ବର ୧୭ ତାରିଖରେ ରୁଷିଆ ଚନ୍ଦ୍ର ପୃଷ୍ଠକୁ ଏକ ସଫଳ ଅଭିଯାନ ପ୍ରେରଣ କରିଥିଲା। ଏଥିରୁ ଏକ ଚକଲଗା ଗାଡି (ନାମ: ଲୁନାଖୋଡ଼-୧) ବାହାରି ଚନ୍ଦ୍ରପୃଷ୍ଠରେ ଗଡିଗଡି ବିଚରଣ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ୧୯୭୨ ମସିହା ଡିସେମ୍ବର ମାସରେ ଆପୋଲୋ -୧୭ ଯାନ ଜରିଆରେ ଚନ୍ଦ୍ରକୁ ନିଜର ଶେଷ ଅଭିଯାନ ପ୍ରେରଣ କରିଥିଲା। ପରବର୍ତ୍ତୀ ସମୟରେ, ରୁଷିଆର ଅନ୍ୟ ତିନି ଅଭିଯାନ ଯଥା ଲୁନା -୧୬, ଲୁନା – ୨୦ ଓ ଲୁନା -୨୪ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସମୁଦାୟ ୬ଟି ଅଭିଯାନ (ଯଥା ଆପୋଲୋ-୧୨ ରୁ ଆପୋଲୋ – ୧୭: ଆପୋଲୋ-୧୩ ବ୍ୟତୀତ) ଚନ୍ଦ୍ରପୃଷ୍ଠରୁ ମୃତ୍ତିକା ଓ ପଥର ସଂଗ୍ରହ କରି ପୃଥିବୀକୁ ଆଣିବାକୁ ସକ୍ଷମ ହୋଇଛନ୍ତି। ଇତିମଧ୍ୟରେ ଗତ ୨୦୧୯ ମସିହା ଜାନୁୟାରୀ ୩ ତାରିଖରେ ଚାଇନା ବିଶ୍ୱର ତୃତୀୟ ରାଷ୍ଟ୍ର ରୂପେ ନିଜର ଏକ ଯାନ ‘ଚ୍ୟାଙ୍ଗ୍‌-୪’ କୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ସଫଳ ଅବତରଣ କରାଇବାରେ ସକ୍ଷମ ହୋଇଛି।
ଭାରତର ଚନ୍ଦ୍ର ଅଭିଯାନ : ଚନ୍ଦ୍ର ଦୌଡ଼ରେ ଆମ ଦେଶ ଭାରତ ମଧ୍ୟ ପଛରେ ପଡିନାହିଁ। ବିଳମ୍ବରେ ହେଲେ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ଚଳିତ ବର୍ଷ ଜୁଲାଇ ୧୪ ତାରିଖ ଦିନ ଚନ୍ଦ୍ରକୁ ନିଜର ଏକ ନୂତନ ଅଭିଯାନ ‘ଚନ୍ଦ୍ରୟାନ-୩’ ପ୍ରେରଣ କରିଛି। ଏହା ପୃଥିବୀ ଚାରିପଟେ କିଛି ଦିନ ଅଣ୍ଡାକାର ପଥରେ ଘୂରିବା ପ୍ରକ୍ରିୟା ସମାପ୍ତ କରି ଅନ୍ତରୀକ୍ଷରେ ଦୀର୍ଘ ୨୨ ଦିନ ଯାତ୍ରା କଲା ପରେ ୩,୮୪,୦୦୦ କି.ମି ପଥ ଅତିକ୍ରମ ପୂର୍ବକ ଗତ ଅଗଷ୍ଟ ୬ ତାରିଖରେ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଯାଇଛି। ଇତି ମଧ୍ୟରେ ଯାନର କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋଚିତ୍ର ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ କରିଛି। ଏହା କିଛି ଦିନ ଚନ୍ଦ୍ରକୁ ଏକ ବୃତ୍ତାକାର କକ୍ଷରେ ପରିକ୍ରମା କଲା ପରେ ଆଗାମୀ ଅଗଷ୍ଟ ୨୩ ତାରିଖ ଦିନ ଏକ ସ୍ବତନ୍ତ୍ର ଯାନକୁ ଚନ୍ଦ୍ରପୃଷ୍ଠର ବୈଜ୍ଞାନିକ ଅନୁସନ୍ଧାନ ନିମନ୍ତେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିରାପଦ ଭାବେ ଅବତରଣ କରାଇବାକୁ ଯୋଜନା ରହିଛି। ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚାଇନା ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ପରିଗଣିତ ହେବ। ଏହା ସମଗ୍ର ଦେଶ ପାଇଁ କମ୍‌ ଗୌରବର କଥା ନୁହେଁ ।
ଭାରତ ଚନ୍ଦ୍ର ଅଭିମୁଖେ ନିଜର ପ୍ରଥମ ଅଭିଯାନ ବିଗତ ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ଦିନ ‘ଚନ୍ଦ୍ରୟାନ-୧’ ଜରିଆରେ ପ୍ରେରଣ କରିଥିଲା। ଏହି ପ୍ରକଳ୍ପରେ ସମୁଦାୟ ୩୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଯାନ ୨୦୦୮ ମସିହା ନଭେମ୍ବର ୮ ତାରିଖରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବା ସହିତ ନିଜର ଦୂରସମ୍ବେଦୀ ଯନ୍ତ୍ରାବଳି ଜରିଆରେ ଚନ୍ଦ୍ରପୃଷ୍ଠର ଖଣିଜ ସମ୍ପଦ, ପାଣିପାଗ, ଜଳର ଉପସ୍ଥିତି ଆଦି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା। ଏକ ସ୍ମରଣୀୟ ଘଟଣା ରୂପେ, ୨୦୦୮ ମସିହା ନଭେମ୍ବର ୧୪ ତାରିଖ ଦିନ ଏହି ଯାନରୁ ଏକ ଉପକରଣ ବିଚ୍ଛିନ୍ନ ହୋଇ ଚନ୍ଦ୍ରପୃଷ୍ଠକୁ ଆଘାତ କରି ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ଚନ୍ଦ୍ରମାଟିରେ ଭାରତର ଜାତୀୟ ପତାକା ନିଦର୍ଶନ ସ୍ଥାପନ କରିଥିଲା। ଚନ୍ଦ୍ରୟାନ-୧ ଚନ୍ଦ୍ରକୁ ୩୪୦୦ ଥର ପରିକ୍ରମା କରିବା ପରେ ଦୁର୍ଭାଗ୍ୟକ୍ରମେ ୨୦୦୯ ମସିହା ଅଗଷ୍ଟ ୨୯ ତାରିଖ ଦିନ ତ୍ରୁଟିଯୁକ୍ତ ହୋଇ ବୈଜ୍ଞାନିକମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ମାତ୍ର ଚନ୍ଦ୍ରୟାନ-୧ ର ଏକ ବଡ଼ ଉପଲବ୍ଧି ଥିଲା ଚନ୍ଦ୍ରପୃଷ୍ଠରେ ଜଳ ଅଣୁର ସନ୍ଧାନ। ଏହାର ସଂଗୃହୀତ କିଛି ତଥ୍ୟକୁ ଭିତ୍ତିକରି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଓ ଭାରତୀୟ ଅନ୍ତରୀକ୍ଷ ସଂସ୍ଥା ଇସ୍ରୋର ବୈଜ୍ଞାନିକମାନେ ପରବର୍ତ୍ତୀ ସମୟରେ ଚନ୍ଦ୍ରପୃଷ୍ଠରେ ଜଳର ଅଣୁ ଉପସ୍ଥିତ ଥିବାର ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ଭାରତ ଚନ୍ଦ୍ର ଅଭିମୁଖେ ନିଜର ଦ୍ୱିତୀୟ ଅଭିଯାନ ଦୀର୍ଘ ୧୧ ବର୍ଷର ନୀରବତା ପରେ, ଗତ ୨୦୧୯ ଜୁଲାଇ ୨୨ ତାରିଖରେ ଭାରତ ଚନ୍ଦ୍ରପୃଷ୍ଠକୁ ନିଜର ଦ୍ୱିତୀୟ ଅଭିଯାନ ‘ଚନ୍ଦ୍ରୟାନ-୨’ ଜରିଆରେ ପ୍ରେରଣ କରିଥିଲା। ଏହି ପ୍ରକଳ୍ପରେ ସମୁଦାୟ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଯାନ ୨୦୧୯ ଅଗଷ୍ଟ ୨୨ ତାରିଖରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରକୁ ପରିକ୍ରମା କରିବାକୁ ଆରମ୍ଭ କରିଥିଲା। ପ୍ରଥମ ଅଭିଯାନରେ ଯେଉଁ ଆଶା ଅସମ୍ପୂର୍ଣ୍ଣ ରହି ଯାଇଥିଲା ଚନ୍ଦ୍ରୟାନର ଦ୍ୱିତୀୟ ଅଭିଯାନରେ ସେସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରାଯାଇଥିଲା। ପ୍ରଥମ ଅଭିଯାନଟି କେବଳ ଚନ୍ଦ୍ରପୃଷ୍ଠ ଉପରେ ଆକାଶରେ ରହି ଚନ୍ଦ୍ରକୁ ପ୍ରଦକ୍ଷିଣ କରିବା ତଥା ଯାନଟିରୁ ନିର୍ଗତ ଏକ ଉପକରଣ ଜରିଆରେ ଚନ୍ଦ୍ରପୃଷ୍ଠରେ ପିଟିହୋଇ ଚନ୍ଦ୍ରମାଟିକୁ ଛୁଇଁବାରେ ସୀମିତ ଥିଲା। ମାତ୍ର ଏହି ଅଭିଯାନ ଚନ୍ଦ୍ରପୃଷ୍ଠରେ ଏକ ଯାନକୁ ଧୀର ଅବତରଣ କରାଇ ଚନ୍ଦ୍ରପୃଷ୍ଠର ବିସ୍ତୃତ ବୈଜ୍ଞାନିକ ଅନୁସନ୍ଧାନ କରିବା ନିମନ୍ତେ ଅଭିପ୍ରେତ ନଥିଲା। (କ୍ରମଶଃ..)
-ଏଜୁକେଶନ୍‌ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri