Posted inଫୁରସତ

ମଦୁରାଇ ଶିଳ୍ପୀଙ୍କ ବିଦାୟ

ପୂର୍ବ ସଂଖ୍ୟାରେ ଆଲୋଚିତ ହୋଇଥିଲା କୋଣାର୍କଠାରେ ମନ୍ଦିର ନିର୍ମାଣବେଳେ କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା। ପ୍ରସଙ୍ଗକ୍ରମେ ସୁନି ଓ ସମନାଥଙ୍କ ବହୁଚର୍ଚ୍ଚିତ ପ୍ରେମ କାହାଣୀର ଅବତାରଣା ଆମେ କରିଥିଲୁ। ଏହାପରେ ଦେଖିବା ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ ଶ୍ୱଶୁର ଘରୁ ଅର୍ଥାତ୍‌ ମଦୁରାଇରୁ ଆସିଥିବା ଶିଳ୍ପୀମାନେ କିପରି ଆତିଥେୟତା ପାଇଥିଲେ ଓଡ଼ିଶାରୁ। କୋଣାର୍କରେ ମନ୍ଦିର ନିର୍ମାଣ ଦିଗରେ ଗଜପତି ସମ୍ପୂର୍ଣ୍ଣ ଭାବରେ ସଚେତନ ରହୁଥିଲେ। ସେଥିପାଇଁ ପରିଦର୍ଶକଙ୍କଠାରୁ ପାଇଟିଆଳ ପର୍ଯ୍ୟନ୍ତ ସମସ୍ତେ ସଚେତନ ରହିବା ସ୍ବାଭାବିକ। ସବୁ ଦିଗକୁ ଦୃଷ୍ଟି ରଖିଥିଲେ ସଦାଶିବ ସାମନ୍ତରାୟ ମହାପାତ୍ର। ଯେ କି ଶିବେଇ ସାନ୍ତରା ଭାବରେ ଓଡ଼ିଶାର ଘରେ ଘରେ ପରିଚିତ। ମୁଖ୍ୟ ମନ୍ଦିରର ପଶ୍ଚିମପଟ ପ୍ରତିମୂର୍ତ୍ତି ସେ ନିଜେ ତିନିଜଣ କାରିଗରଙ୍କୁ ନେଇ ଗଢ଼ିଥିଲେ। ଉତ୍ତର ଓ ଦକ୍ଷିଣ ଦିଗର ମୂର୍ତ୍ତି ନିର୍ମାଣ ଦାୟିତ୍ୱ ସେ ଗଦାଧର ମହାପାତ୍ରଙ୍କୁ ଅର୍ପଣ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ କୁଳପାଟ ସାନ୍ତ ଗୋଷ୍ଠୀର ତିନିଜଣ କାରିଗର।
ମୁଖ୍ୟ ମନ୍ଦିର, ମୁଖଶାଳା, ନାଟ ମନ୍ଦିର ବାହାରପାର୍ଶ୍ୱ, ପାହାଚଠାରୁ ପ୍ରାଚୀର ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଓଡ଼ିଆ ଶିଳ୍ପୀ କରିଥିଲେ। କେବଳ ଗୋଟିଏ ବର୍ଣ୍ଣନାରୁ ମିଳୁଛି ଗଜପତି ଲାଙ୍ଗୁଳା ନରସିଂହଙ୍କ ଶ୍ୱଶୁର ପାଣ୍ଡ୍ୟର ରାଜା ମଦୁରାଇରୁ ଦଶଜଣ ଶିଳ୍ପୀଙ୍କୁ ସହଯୋଗ କରିବା ପାଇଁ ପଠାଇଥିଲେ। ତାଙ୍କ ଭିତରେ ମୁଖ୍ୟ ଦୁଇଜଣ ହେଲେ ସିନ୍ଧୁ ପେଣ୍ଡୁଲୁ ଓ ଗୋଡ୍‌ଡୁର ଶର୍ମା। ସେମାନଙ୍କୁ ସସମ୍ମାନ ଅସ୍ଥାୟୀ ଶିବିରରେ ରଖିବାର ବ୍ୟବସ୍ଥା ହେଲା। ସେମାନଙ୍କୁ ସମ୍ମାନ ସ୍ବରୂପ ପ୍ରତି ମାସରେ ୨୧ ମାଢ଼ ସୁନା ଦିଆଯିବାର ବ୍ୟବସ୍ଥା ବି ହେଲା। ପୂର୍ବରୁ ଗଜପତିଙ୍କ ଶ୍ୱଶୁର ସାମନ୍ତ ପୁରୋଧା ବିରୂପାକ୍ଷଙ୍କ ମାଧ୍ୟମରେ ମନ୍ଦିର ନିର୍ମାଣରେ ଲାଗିବା ପାଇଁ ମାଣିକ୍ୟ, ଗଜଦନ୍ତ ଆସନ (ସ୍ବର୍ଣ୍ଣଖଚିତ), ସାତ ଯୋଡ଼ା ସୁବର୍ଣ୍ଣ କୁଣ୍ଡଳ ଓ ସାତଯୋଡ଼ା ସୁନାଖଡ଼ୁ ପ୍ରଭୃତି ପଠାଇଥିଲେ। କୁଣ୍ଡଳ ଓ ଖଡ଼ୁ ମୁଖ୍ୟ ସ୍ଥପତି ଓ ଅନ୍ୟାନ୍ୟ ମୁଖ୍ୟ ଶିଳ୍ପୀଙ୍କ ପାଇଁ ଥିଲା। କିନ୍ତୁ ଏଥର ମଦୁରାଇରୁ ଶିଳ୍ପୀ ଆସିଲେ ସିନା ତାଙ୍କର କାମ ଦେଖିବା ପରେ ସୂତ୍ରଧର ଶିବେଇ ସାମନ୍ତରାୟ ତାଙ୍କୁ କାମରେ ନିୟୋଜିତ କରିବାକୁ ମନା କରିଦେଇଥିଲେ। ସିଧା ସେ ଜଣାଇଦେଲେ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଗ୍ରହଣ କରିବା ସମ୍ଭବ ନୁହେଁ….।
ଚାଞ୍ଚଲ୍ୟ ଖେଳିଗଲା। ଗଜପତିଙ୍କ ଶ୍ୱଶୁର ଘର ଶିଳ୍ପୀ! ଅଥଚ ଆମର ମୁଖ୍ୟ ସ୍ଥପତି ସେମାନଙ୍କୁ ବାରଣ କରୁଛନ୍ତି! ମଦୁରାଇ ଶିଳ୍ପୀ ଅପମାନିତ ବୋଧ କରି ଖାଦ୍ୟ ଗ୍ରହଣ ବି କଲେ ନାହିଁ।
ତଥାପି ଶିବେଇ ସାମନ୍ତରାୟ ଅବିଚଳିତ…। ଜଣେ ପତ୍ରବାହକଙ୍କ ହାତରେ ଏହିସବୁ ଘଟଣା ସମ୍ବନ୍ଧରେ ପତ୍ର ପଠାଯାଇଥିଲା। ମହାଶ୍ରମ ସବୁକଥା ଜାଣିବା ପରେ ଶିବେଇଙ୍କ ପାଖକୁ ଏକ ପତ୍ର ପଠାଇଥିଲେ-
ଆଦେଶ ଥିଲା- ମଦୁରାଇ ଶିଳ୍ପୀଙ୍କୁ ନିୟୋଜିତ କରାଯାଉ। ସେମାନଙ୍କୁ ‘ଲତା’ କାମ ଓ ଅନ୍ୟାନ୍ୟ ସାଜସଜ୍ଜାରେ ନିୟୋଜିତ କରାଯାଉ। ଗଜପତିଙ୍କ ଆଦେଶ। ତା’ ପରେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଶିବିର ନିର୍ମାଣ ହୋଇଥିଲା ରହିବା ଲାଗି। ସେମାନେ ବାହାର ପାର୍ଶ୍ୱରେ ପଥରରେ ଲତାଗୁଳ୍ମ ଓ ପ୍ରାକୃତିକ ଶୋଭାର ଆଭରଣ ନିର୍ମାଣ କରିଥିଲେ।
ସେମାନଙ୍କୁ ସମ୍ମାନ ଦେବାରେ ଊଣା କରାଯାଇ ନ ଥିଲା। ସେମାନେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା କରିଥିଲେ। ସେମାନଙ୍କୁ ପାଲିଙ୍କିରେ କୋଣାର୍କରୁ ପୁରୀ ଅଣାଯାଇଥିଲା। ସେତିକିବେଳେ ପୁରୀ ନଅରରେ ନୂତନ ଅଙ୍କ ପ୍ରଚଳନ ଉତ୍ସବ ଅର୍ଥାତ୍‌ ସୁନିଆଁ ଉତ୍ସବ ହେବାର ଥିଲା। ସେମାନେ ସୁନିଆଁ ଉତ୍ସବରେ ଯୋଗଦେବା ସହିତ ଗଜପତିଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲେ।
ବନ୍ଦାପନା ମଣ୍ଡପ ଶେଷ ହେବା ପରେ ମଦୁରାଇର ସାତଜଣ ଶିଳ୍ପୀଙ୍କୁ ପୁରସ୍କାର ଦିଆଯାଇଥିଲା। ସେମାନେ ପଥରରେ ଫୁଲ ଖୋଦେଇ ସହିତ ଲତା ଖୋଦେଇ କରିଥିଲେ। ବନ୍ଦାପନା ମଣ୍ଡପର କେତେକ ଚିତ୍ତାକର୍ଷକ ସୂକ୍ଷ୍ମ କାରୁକାର୍ଯ୍ୟ କରିବା ସହିତ ସେ କାଳର ଅଳଙ୍କାରକୁ ପଥରରେ ଖୋଦେଇ କରିଥିଲେ। ଏହି କାମର ମୁଖ୍ୟ ଶିଳ୍ପୀସବୁ ଖିଚିଂର ଥିଲେ। ସେମାନେ ୮ଜଣ ଓ ନୂଆଗଡ଼ର ୧୨ଜଣ ଏପରି ୨୦ ଜଣ ଶିଳ୍ପୀଙ୍କୁ ମଦୁରାଇ ଶିଳ୍ପୀ ସହାୟତା କରିଥିଲେ। ସମୁଦାୟ ୨୭ ଜଣଙ୍କୁ ୧୦୩ ମାଢ଼ ସୁନା ଦିଆଯାଇଥିଲା।
ମଦୁରାଇ ଶିଳ୍ପୀ ବିଦାୟ ନେଇଥିଲେ ଶ୍ରୀରବିନାରାୟଣଙ୍କର ପ୍ରଥମ ପୂଜା ଆରମ୍ଭ ହେବା ନେଇ। ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପ୍ରଥମ ପୂଜା ଆରମ୍ଭ ହୋଇଥିଲା। ଗଜପତି ତାଙ୍କୁ ଦର୍ଶନ କରି ପ୍ରଥମେ ଦାନ ଦେଇଥିଲେ ୧୦୦ ଅସରପି ଜିତା ସୁନା। ତାହା ହିଁ କୋଣାର୍କର ରତ୍ନ ଭଣ୍ଡାରରେ ରଖାଯାଇଥିଲା। ମହାରାଣୀ କସ୍ତୁରିକା ସେତେବେଳେ କୋଣାର୍କରେ ଥିଲେ। ଦେବ ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ମଦୁରାଇ ଶିଳ୍ପୀଙ୍କୁ ମର୍ଯ୍ୟାଦାର ସହ ୮୨ ମାଢ଼ ସୁନା, ସିଲ୍‌କି ବସ୍ତ୍ର ଓ କୁଣ୍ଡଳ ଦିଆଯାଇ ବିଦାୟ ଦିଆଯାଇଥିଲା। ସେମାନେ ଆସିବାଠାରୁ ଯିବା ପର୍ଯ୍ୟନ୍ତ ସମ୍ମାନର ସହ ରହିଥିଲେ। ସ୍ବତନ୍ତ୍ର ଶିବିରରେ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ତାଙ୍କୁ ଲୋଡ଼ା ଯାଇଥିଲା। ଆତିଥେୟତାରେ ଓଡ଼ିଆ କାର୍ପଣ୍ୟ କରି ନ ଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?