Posted inଫୁରସତ

ମଦୁରାଇ ଶିଳ୍ପୀଙ୍କ ବିଦାୟ

ପୂର୍ବ ସଂଖ୍ୟାରେ ଆଲୋଚିତ ହୋଇଥିଲା କୋଣାର୍କଠାରେ ମନ୍ଦିର ନିର୍ମାଣବେଳେ କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା। ପ୍ରସଙ୍ଗକ୍ରମେ ସୁନି ଓ ସମନାଥଙ୍କ ବହୁଚର୍ଚ୍ଚିତ ପ୍ରେମ କାହାଣୀର ଅବତାରଣା ଆମେ କରିଥିଲୁ। ଏହାପରେ ଦେଖିବା ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ ଶ୍ୱଶୁର ଘରୁ ଅର୍ଥାତ୍‌ ମଦୁରାଇରୁ ଆସିଥିବା ଶିଳ୍ପୀମାନେ କିପରି ଆତିଥେୟତା ପାଇଥିଲେ ଓଡ଼ିଶାରୁ। କୋଣାର୍କରେ ମନ୍ଦିର ନିର୍ମାଣ ଦିଗରେ ଗଜପତି ସମ୍ପୂର୍ଣ୍ଣ ଭାବରେ ସଚେତନ ରହୁଥିଲେ। ସେଥିପାଇଁ ପରିଦର୍ଶକଙ୍କଠାରୁ ପାଇଟିଆଳ ପର୍ଯ୍ୟନ୍ତ ସମସ୍ତେ ସଚେତନ ରହିବା ସ୍ବାଭାବିକ। ସବୁ ଦିଗକୁ ଦୃଷ୍ଟି ରଖିଥିଲେ ସଦାଶିବ ସାମନ୍ତରାୟ ମହାପାତ୍ର। ଯେ କି ଶିବେଇ ସାନ୍ତରା ଭାବରେ ଓଡ଼ିଶାର ଘରେ ଘରେ ପରିଚିତ। ମୁଖ୍ୟ ମନ୍ଦିରର ପଶ୍ଚିମପଟ ପ୍ରତିମୂର୍ତ୍ତି ସେ ନିଜେ ତିନିଜଣ କାରିଗରଙ୍କୁ ନେଇ ଗଢ଼ିଥିଲେ। ଉତ୍ତର ଓ ଦକ୍ଷିଣ ଦିଗର ମୂର୍ତ୍ତି ନିର୍ମାଣ ଦାୟିତ୍ୱ ସେ ଗଦାଧର ମହାପାତ୍ରଙ୍କୁ ଅର୍ପଣ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ କୁଳପାଟ ସାନ୍ତ ଗୋଷ୍ଠୀର ତିନିଜଣ କାରିଗର।
ମୁଖ୍ୟ ମନ୍ଦିର, ମୁଖଶାଳା, ନାଟ ମନ୍ଦିର ବାହାରପାର୍ଶ୍ୱ, ପାହାଚଠାରୁ ପ୍ରାଚୀର ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଓଡ଼ିଆ ଶିଳ୍ପୀ କରିଥିଲେ। କେବଳ ଗୋଟିଏ ବର୍ଣ୍ଣନାରୁ ମିଳୁଛି ଗଜପତି ଲାଙ୍ଗୁଳା ନରସିଂହଙ୍କ ଶ୍ୱଶୁର ପାଣ୍ଡ୍ୟର ରାଜା ମଦୁରାଇରୁ ଦଶଜଣ ଶିଳ୍ପୀଙ୍କୁ ସହଯୋଗ କରିବା ପାଇଁ ପଠାଇଥିଲେ। ତାଙ୍କ ଭିତରେ ମୁଖ୍ୟ ଦୁଇଜଣ ହେଲେ ସିନ୍ଧୁ ପେଣ୍ଡୁଲୁ ଓ ଗୋଡ୍‌ଡୁର ଶର୍ମା। ସେମାନଙ୍କୁ ସସମ୍ମାନ ଅସ୍ଥାୟୀ ଶିବିରରେ ରଖିବାର ବ୍ୟବସ୍ଥା ହେଲା। ସେମାନଙ୍କୁ ସମ୍ମାନ ସ୍ବରୂପ ପ୍ରତି ମାସରେ ୨୧ ମାଢ଼ ସୁନା ଦିଆଯିବାର ବ୍ୟବସ୍ଥା ବି ହେଲା। ପୂର୍ବରୁ ଗଜପତିଙ୍କ ଶ୍ୱଶୁର ସାମନ୍ତ ପୁରୋଧା ବିରୂପାକ୍ଷଙ୍କ ମାଧ୍ୟମରେ ମନ୍ଦିର ନିର୍ମାଣରେ ଲାଗିବା ପାଇଁ ମାଣିକ୍ୟ, ଗଜଦନ୍ତ ଆସନ (ସ୍ବର୍ଣ୍ଣଖଚିତ), ସାତ ଯୋଡ଼ା ସୁବର୍ଣ୍ଣ କୁଣ୍ଡଳ ଓ ସାତଯୋଡ଼ା ସୁନାଖଡ଼ୁ ପ୍ରଭୃତି ପଠାଇଥିଲେ। କୁଣ୍ଡଳ ଓ ଖଡ଼ୁ ମୁଖ୍ୟ ସ୍ଥପତି ଓ ଅନ୍ୟାନ୍ୟ ମୁଖ୍ୟ ଶିଳ୍ପୀଙ୍କ ପାଇଁ ଥିଲା। କିନ୍ତୁ ଏଥର ମଦୁରାଇରୁ ଶିଳ୍ପୀ ଆସିଲେ ସିନା ତାଙ୍କର କାମ ଦେଖିବା ପରେ ସୂତ୍ରଧର ଶିବେଇ ସାମନ୍ତରାୟ ତାଙ୍କୁ କାମରେ ନିୟୋଜିତ କରିବାକୁ ମନା କରିଦେଇଥିଲେ। ସିଧା ସେ ଜଣାଇଦେଲେ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଗ୍ରହଣ କରିବା ସମ୍ଭବ ନୁହେଁ….।
ଚାଞ୍ଚଲ୍ୟ ଖେଳିଗଲା। ଗଜପତିଙ୍କ ଶ୍ୱଶୁର ଘର ଶିଳ୍ପୀ! ଅଥଚ ଆମର ମୁଖ୍ୟ ସ୍ଥପତି ସେମାନଙ୍କୁ ବାରଣ କରୁଛନ୍ତି! ମଦୁରାଇ ଶିଳ୍ପୀ ଅପମାନିତ ବୋଧ କରି ଖାଦ୍ୟ ଗ୍ରହଣ ବି କଲେ ନାହିଁ।
ତଥାପି ଶିବେଇ ସାମନ୍ତରାୟ ଅବିଚଳିତ…। ଜଣେ ପତ୍ରବାହକଙ୍କ ହାତରେ ଏହିସବୁ ଘଟଣା ସମ୍ବନ୍ଧରେ ପତ୍ର ପଠାଯାଇଥିଲା। ମହାଶ୍ରମ ସବୁକଥା ଜାଣିବା ପରେ ଶିବେଇଙ୍କ ପାଖକୁ ଏକ ପତ୍ର ପଠାଇଥିଲେ-
ଆଦେଶ ଥିଲା- ମଦୁରାଇ ଶିଳ୍ପୀଙ୍କୁ ନିୟୋଜିତ କରାଯାଉ। ସେମାନଙ୍କୁ ‘ଲତା’ କାମ ଓ ଅନ୍ୟାନ୍ୟ ସାଜସଜ୍ଜାରେ ନିୟୋଜିତ କରାଯାଉ। ଗଜପତିଙ୍କ ଆଦେଶ। ତା’ ପରେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଶିବିର ନିର୍ମାଣ ହୋଇଥିଲା ରହିବା ଲାଗି। ସେମାନେ ବାହାର ପାର୍ଶ୍ୱରେ ପଥରରେ ଲତାଗୁଳ୍ମ ଓ ପ୍ରାକୃତିକ ଶୋଭାର ଆଭରଣ ନିର୍ମାଣ କରିଥିଲେ।
ସେମାନଙ୍କୁ ସମ୍ମାନ ଦେବାରେ ଊଣା କରାଯାଇ ନ ଥିଲା। ସେମାନେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା କରିଥିଲେ। ସେମାନଙ୍କୁ ପାଲିଙ୍କିରେ କୋଣାର୍କରୁ ପୁରୀ ଅଣାଯାଇଥିଲା। ସେତିକିବେଳେ ପୁରୀ ନଅରରେ ନୂତନ ଅଙ୍କ ପ୍ରଚଳନ ଉତ୍ସବ ଅର୍ଥାତ୍‌ ସୁନିଆଁ ଉତ୍ସବ ହେବାର ଥିଲା। ସେମାନେ ସୁନିଆଁ ଉତ୍ସବରେ ଯୋଗଦେବା ସହିତ ଗଜପତିଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲେ।
ବନ୍ଦାପନା ମଣ୍ଡପ ଶେଷ ହେବା ପରେ ମଦୁରାଇର ସାତଜଣ ଶିଳ୍ପୀଙ୍କୁ ପୁରସ୍କାର ଦିଆଯାଇଥିଲା। ସେମାନେ ପଥରରେ ଫୁଲ ଖୋଦେଇ ସହିତ ଲତା ଖୋଦେଇ କରିଥିଲେ। ବନ୍ଦାପନା ମଣ୍ଡପର କେତେକ ଚିତ୍ତାକର୍ଷକ ସୂକ୍ଷ୍ମ କାରୁକାର୍ଯ୍ୟ କରିବା ସହିତ ସେ କାଳର ଅଳଙ୍କାରକୁ ପଥରରେ ଖୋଦେଇ କରିଥିଲେ। ଏହି କାମର ମୁଖ୍ୟ ଶିଳ୍ପୀସବୁ ଖିଚିଂର ଥିଲେ। ସେମାନେ ୮ଜଣ ଓ ନୂଆଗଡ଼ର ୧୨ଜଣ ଏପରି ୨୦ ଜଣ ଶିଳ୍ପୀଙ୍କୁ ମଦୁରାଇ ଶିଳ୍ପୀ ସହାୟତା କରିଥିଲେ। ସମୁଦାୟ ୨୭ ଜଣଙ୍କୁ ୧୦୩ ମାଢ଼ ସୁନା ଦିଆଯାଇଥିଲା।
ମଦୁରାଇ ଶିଳ୍ପୀ ବିଦାୟ ନେଇଥିଲେ ଶ୍ରୀରବିନାରାୟଣଙ୍କର ପ୍ରଥମ ପୂଜା ଆରମ୍ଭ ହେବା ନେଇ। ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପ୍ରଥମ ପୂଜା ଆରମ୍ଭ ହୋଇଥିଲା। ଗଜପତି ତାଙ୍କୁ ଦର୍ଶନ କରି ପ୍ରଥମେ ଦାନ ଦେଇଥିଲେ ୧୦୦ ଅସରପି ଜିତା ସୁନା। ତାହା ହିଁ କୋଣାର୍କର ରତ୍ନ ଭଣ୍ଡାରରେ ରଖାଯାଇଥିଲା। ମହାରାଣୀ କସ୍ତୁରିକା ସେତେବେଳେ କୋଣାର୍କରେ ଥିଲେ। ଦେବ ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ମଦୁରାଇ ଶିଳ୍ପୀଙ୍କୁ ମର୍ଯ୍ୟାଦାର ସହ ୮୨ ମାଢ଼ ସୁନା, ସିଲ୍‌କି ବସ୍ତ୍ର ଓ କୁଣ୍ଡଳ ଦିଆଯାଇ ବିଦାୟ ଦିଆଯାଇଥିଲା। ସେମାନେ ଆସିବାଠାରୁ ଯିବା ପର୍ଯ୍ୟନ୍ତ ସମ୍ମାନର ସହ ରହିଥିଲେ। ସ୍ବତନ୍ତ୍ର ଶିବିରରେ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ତାଙ୍କୁ ଲୋଡ଼ା ଯାଇଥିଲା। ଆତିଥେୟତାରେ ଓଡ଼ିଆ କାର୍ପଣ୍ୟ କରି ନ ଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri