Posted inଫୁରସତ

ଦେଶ ଜାତିର ପରିଚୟ ଦିଏ ଇତିହାସ

କେବେ ଗଢ଼ିଉଠିଥିଲା ଗଡ଼, କିପରି ଥିଲା ଗଡ଼ଖାଇର ଅତୀତ। ଆଉ କେମିତି ବିତିଥିଲା ଗଡ଼ବାସୀଙ୍କ ଜୀବନଶୈଳୀ। ଏମିତି ନାନା ପ୍ରକାରର କଥା ଜାଣିବା ପାଇଁ ଅନିସନ୍ଧିତ୍ସୁ ଭାବନାରେ ସେ ଖୋଜୁଥିଲେ ରାଜାରାଜୁଡ଼ା ସମୟର ବହୁ ଅନାଲୋଚିତ ଘଟଣାବଳୀକୁ। ଘୂରିବୁଲିଛନ୍ତି ବିଭିନ୍ନ ଅଞ୍ଚଳ। ସେଠାରୁ ସଂଗ୍ରହକରି ସାଇତି ରଖିଲେ ଅନେକ ପୁରୁଣା ଦସ୍ତାବିଜ। ସତ୍ୟ ଆଧାରିତ ତଥ୍ୟରେ ସେ ରଚନା କରିଛନ୍ତି ଏକାଧିକ ଇତିହାସ ପୁସ୍ତକ । ତାଙ୍କ ଲେଖାରେ ବାରିହୋଇପଡ଼େ ବୀରତ୍ୱର ଗାଥା। ମନେପଡ଼େ ଲାଲମାଟିର ଖୋର୍ଦ୍ଧାଗଡ଼ ଓ ରଣପୁରଗଡ଼ର ଅତୀତ। ଏପରି ନିଶାରେ ବିତିସାରିଲାଣି ପ୍ରାୟ ୬ ଦଶନ୍ଧି। ସରକାରୀ ଶିକ୍ଷକତାରୁ ଅବସର ନେଇସାରିଲେଣି। କିନ୍ତୁ କେବେ ଯଦି ଟିକେ ସମୟମିଳେ ସେ ପହଞ୍ଚି ଯାଆନ୍ତି ଘରପାଖ କେତୋଟି ଶିକ୍ଷାନୁଷ୍ଠାନରେ । ପାଇକ ବିଦ୍ରୋହ ଓ ପ୍ରଜାମେଳି ଘଟଣା ବିଷୟରେ ଛାତ୍ରୀଛାତ୍ରଙ୍କୁ ଦେଶପ୍ରେମର ବାର୍ତ୍ତା ବାଣ୍ଟନ୍ତି। ଏଥିପାଇଁ ତାଙ୍କୁ ରଣପୁର ଗୌରବ ସମେତ ବିଭିନ୍ନ ଅନୁଷ୍ଠାନରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ ।

ସେ ହେଲେ ଶିକ୍ଷାବିତ୍‌ ତଥା ‘ରଣପୁର ଇତିହାସ’ର ଲେଖକ ସତ୍ୟବାଦୀ ବଳିଆରସିଂହ। ପିତାଙ୍କ ନାମ ବିଶ୍ୱନାଥ ଓ ମାତା ତୁଳସୀ ।ଘର ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ଗଡ଼ବାଣୀକିଲୋ ଗାଁରେ। ଏବେ ସେ ରହୁଛନ୍ତି ବିଶ୍ୱାତ୍ମା, ଏମ୍‌-୨୩, ବିଡିଏ କଲୋନୀ, ବକ୍ସି ଜଗବନ୍ଧୁ ନଗର, ଖୋର୍ଦ୍ଧାରେ। ସେ କୁହନ୍ତି ପିଲାଦିନେ ସ୍କୁଲରେ ଗପ, କବିତା ଲେଖୁଥିଲି। ଗଡ଼ବାଣୀକିଲୋ ମାଇନର ସ୍କୁଲରେ ପଢ଼ିଲାବେଳେ ପ୍ରଥମେ ଜୟଜଗନ୍ନାଥ ଓ ମା’ରାମଚଣ୍ଡୀଙ୍କ ନାମରେ ଦୁଇଟି କବିତା ଲେଖିଥିଲି । ସେବେଠାରୁ ମୋ ଲେଖା ଚାଲିଛି। ସେତେବେଳେ ଗଁାରେ ବାପୁଜୀ କିଶୋର ସଂଘ ଓ ଏକ ପାଠାଗାର ଗଢ଼ି ସାଙ୍ଗପିଲାମାନେ ଫୁଟବଲ ଖେଳୁଥିଲୁ। ଗାଁର ପୋଖରୀ ସଫେଇ, ରାସ୍ତା ମରାମତି ଓ ଗରିବଲୋକଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ କରୁଥିଲୁ। ଏମ୍‌ଏ. ବିଏଡ୍‌ ପରେ ଗଡ଼ବାଣୀକିଲୋ ହାଇସ୍କୁଲରେ ଜଣେ ସହକାରୀ ଶିକ୍ଷକଭାବେ ଯୋଗଦେଇଥିଲି । ଏହାପରେ ଆଉ କେତୋଟି ସ୍କୁଲରେ ପ୍ରଧାନ ଶିକ୍ଷକ ଏବଂ ଖୋର୍ଦ୍ଧାରେ ବିଦ୍ୟାଳୟ ଅନୁନିରୀକ୍ଷକ ଭାବେ ଯୋଗଦେଇ ୨୦୦୮ମସିହାରେ ସରକାରୀ କାର୍ଯ୍ୟରୁ ଅବସର ନେଇସାରିଛି। ଶହୀଦ ଦିବାକର ପରିଡ଼ାଙ୍କ ଭାଇ ସ୍ବାଧୀନତା ସଂଗ୍ରାମୀ ଚକ୍ରଧର ପରିଡା ହେଉଛନ୍ତି ଆମ ଗଁା’ର। ସେ ମୋ ବଡ଼ବାପା ହେବେ। ତାଙ୍କଠାରୁ ମୁଁ ଅନେକ ପ୍ରେରଣା ପାଇଥିଲି। ତାଙ୍କଘରେ ବିଭିନ୍ନ ବହି ଥିଲା। ଇତିହାସ ପ୍ରତି ଆଗ୍ରହ ହେବାରୁ ରଣପୁର ଇତିହାସ ଲେଖିଲି। ଇତିହାସ ଅତୀତ ଘଟଣାକୁ ସ୍ମୃତିପଟରେ ଉଦ୍‌ଭାସିତ ପାଇଁ ଅଧ୍ୟୟନ କରାଯାଏ ନାହିଁ ବରଂ ଇତିହାସକୁ ରୋମନ୍ଥନ କଲେ ଭବିଷ୍ୟତ ପାଇଁ ଶିକ୍ଷା ମିଳେ। ହଜିଲା ଅତୀତକୁ ଖୋଜିବାରେ ଖୁବ୍‌ ଆନନ୍ଦ ପାଏ। ଇତିହାସ କହିଲେ ସତ୍ୟ ଏବଂ ତଥ୍ୟକୁ ଅତୁଟ ରଖି ଅତୀତର ଯେଉଁ ଘଟଣାବଳୀ ଆଗାମୀ ପିଢ଼ିଙ୍କୁ ଦିଗ୍‌ଦର୍ଶନ ଦିଏ ତାକୁ ବୁଝାଏ। ଇତିହାସ ଦେଶ, ଜାତିର ପରିଚୟରେ ସହାୟକ ହୁଏ। ପୁରୁଣା କଥାକୁ ମନେପକାଇବା ଓ ମନରଖିବା ପାଇଁ ଇତିହାସ ପ୍ରେରଣାଦିଏ। ହେଲେ ଆଜିକାଲି ଇତିହାସକୁ ଅନେକେ ମନେ ରଖୁନାହାନ୍ତି। ରଣପୁର ଇତିହାସ ଲେଖିବା ପାଇଁ ବିଭିନ୍ନ ଗଁାକୁ ଯାଇ ଘୂରିବୁଲି ତଥ୍ୟ ସଂଗ୍ରହ କରିଥିଲି। ରାଜବଂଶର କଥା, ଲୋକଙ୍କ ବିଭିନ୍ନ ସତ୍ୟ ଘଟଣାର ଅନୁଭୂତିକୁ ସଂଗ୍ରହ କରିଥିଲି। ଅନେକ ସ୍ଥାନ ବୁଲିବା ଏବଂ ଲେଖାଲେଖି ଅଭ୍ୟାସ ଜାରି ରହିଛି। ବିଭିନ୍ନ ପତ୍ରପତ୍ରିକାରେ ଶତାଧିକ ସ୍ତମ୍ଭ ଓ ପ୍ରବନ୍ଧ ଲେଖା ପ୍ରକାଶିତ ହୋଇଛି। କିନ୍ତୁ ପ୍ରଥମେ ଶହୀଦ ରଘୁ ଦିବାକର- ୧୯୮୩, ରଣପୁର ବିଦ୍ରୋହ- ୧୯୮୫,ରଣପୁର ଇତିହାସ- ୧୯୮୭ (ଦ୍ୱିତୀୟ ସଂସ୍କରଣ-୧୯୮୯, ତୃତୀୟ ସଂସ୍କରଣ- ୧୯୯୦), ଲାଲମାଟିର କବିତା- ୨୦୦୧, ଜାତିର ଏକତା ତ୍ରିରଙ୍ଗା ପତାକା- ୨୦୦୧, ଆମ ଜାତୀୟ ପତାକା-୨୦୦୧, ନିର୍ବାଚନ: ଖୋର୍ଦ୍ଧା ଜିଲା ୨୦୦୨, ଅତୀତରୁ ଏଯାବତ୍‌- ଖୋର୍ଦ୍ଧା ଜିଲା ନିର୍ବାଚନ-୨୦୦୬,ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବପୀଠ-୨୦୧୨, ଦୀନ ଜନତାର ସାଥୀ-ହୃଷୀକେଶ ମୁଖୀ ୨୦୧୭, ଅନାଇରହିଛି ଗଡ଼ ଗଡ଼ଖାଇ-୨୦୧୯,ଖୋର୍ଦ୍ଧା ଇତିହାସର ଅନ୍ତୁଡ଼ିଶାଳ: ବରୁଣେଇ-୨୦୨୧ଆଦି ପୁସ୍ତକ ରଚନା କରିଛି। ପ୍ରତିଦିନ ରାତିରେ ହିଁ ବହି ଲେଖେ। କିଛି ଲେଖିବାକୁ ଅନେକ ବହି ପଢ଼ିବାକୁ ପଡ଼ିଥାଏ। ବିଭିନ୍ନ ସମୟର ଐତିହାସିକ ପୀଠର ଅତୀତ ଘଟଣା ସମ୍ପର୍କରେ ଲେଖେ।’ ଅନ୍ୟପକ୍ଷେ ସେ ଏକାଧିକ ସ୍ମରଣିକା ଓ ପତ୍ରିକାର ସମ୍ପାଦନା କାର୍ଯ୍ୟ କରିଛନ୍ତି। ତେବେ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ମୁଖ୍ୟତଃ ପ୍ରତିଷ୍ଠାତା ଓ ସମ୍ପାଦକ ଭାବେ- ଦେବୀ ରାମଚଣ୍ଡୀ କ୍ଲବ, ବାପୁଜୀ କିଶୋର ରାଇଜ, ଶହୀଦ ରଘୁ ଦିବାକର ସ୍ମୃତି ପରିଷଦ, ପାଠାଗାର ଏବଂ ଗଡ଼ବାଣୀକିଲୋ ହାଇସ୍କୁଲ, ଅନଙ୍ଗ ନରେନ୍ଦ୍ର ଶିକ୍ଷା ନିକେତନ (ଅଧୁନା ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ), କୁମୁଦିନୀ ପି.ଏ.ଏନ୍‌. ବାଳିକା ହାଇସ୍କୁଲ ବାଙ୍କୋଇ, ଖୋର୍ଦ୍ଧା ସରସ୍ବତୀ ଶିଶୁ ମନ୍ଦିର ସମେତ ବହୁ ସାମାଜିକ, ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ଗଢ଼ିବାରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଜଣେ ଐତିହାସିକ, କବି, ସୁବକ୍ତା , କ୍ରୀଡ଼ାବିତ୍‌ ,
ମେଳାପି ଓ ପରୋପକାରୀ ବ୍ୟକ୍ତି ଭାବେ ତାଙ୍କର ଆଉ ଏକ ଭିନ୍ନ ପରିଚୟ ସୃଷ୍ଟି ସେ କରିଛନ୍ତି। ଆଉ ଏକ କଥା ପାଇକ ଖେଳ ପ୍ରତି ସରକାରୀ ସ୍ତରରେ ସ୍ବତନ୍ତ୍ର କ୍ଷେତ୍ର କରାଯିବା ଉଚିତ ବୋଲି ସେ ମନେ କରନ୍ତି। ତେବେ ପୁରସ୍କାର ଅପେକ୍ଷା ଲୋକଙ୍କ ହୃଦୟର ସମ୍ମାନ ତାଙ୍କ ପାଇଁ ପ୍ରକୃତ ସମ୍ମାନ ବୋଲି ସେ କୁହନ୍ତି । ମାତ୍ର ବୟସର ଅପରାହ୍ନରେ ବି ଥକି ପଡ଼ିନି ତାଙ୍କର ପାଦ। ସର୍ବଦା ଚଳଚଞ୍ଚଳ ହୁଏ ତାଙ୍କ କଲମ ମୁନ। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri