ଦାମୀ ରାଖୀ

ପ୍ରତିବର୍ଷ ରାଖୀପୂର୍ଣ୍ଣିମା ଉପଲକ୍ଷେ ମାର୍କେଟ୍‌ରେ ବିଭିନ୍ନ ଡିଜାଇନ୍‌ର ରାଖୀ ଉପଲବ୍ଧ ହୋଇଥାଏ। ସେଥିରୁ କିଛି ରାଖୀରେ ଜରି, ଚୁମୁକି କାମ ହୋଇଥାଏ ତ ଆଉ କିଛି ରାଖୀରେ ରଙ୍ଗବେରଙ୍ଗର ଆର୍ଟିଫିସିଆଲ୍‌ ଷ୍ଟୋନ, ମାଳି ଅଥବା ପର୍ଲ ଲାଗିଥାଏ। ହେଲେ ଏଠାରେ ଯେଉଁ ରାଖୀଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରାଯାଉଛି ସେଥିରେ ସୁନା ଓ ହୀରାର ବ୍ୟବହାର ହୋଇଥିବାରୁ ସେଗୁଡ଼ିକୁ ଦାମୀ ରାଖୀ କୁହାଯାଉଛି…

*ଓମ୍‌-ଚନ୍ଦ୍ର-ପଦ୍ମ ରାଖୀ: ଏହି ଡିଜାଇନ୍‌ର ରାଖୀଟି ୧୮ କ୍ୟାରେଟ୍‌ ସୁନାରେ ତିଆରି। ତା’ସହିତ ଏଥିରେ ୩୧ଟି ସାର୍ଟିଫାଏଡ୍‌ ହୀରା ମଧ୍ୟ ଖଚିତ ହୋଇଛି। ସେଥିପାଇଁ ମାର୍କେଟ୍‌ରେ ଏହାର ମୂଲ୍ୟ ପ୍ରାୟ ୧୮ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।

*କମ୍ପାସ୍‌ ରାଖୀ କମ୍‌ ପେଣ୍ଡାଣ୍ଟ: ଦିଗ ସମ୍ପର୍କିତ ସୂଚନା ପ୍ରଦାନ କଲା ଭଳି ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ଏହି ରାଖୀଟି ରିୟଲ୍‌ ଗୋଲ୍ଡରେ ତିଆରି। ତେଣୁ ଏହାର ମୂଲ୍ୟ ପାଖାପାଖି ୧୭ ହଜାର ଟଙ୍କା ରହିଛି।

*ଦ ଖଲ୍‌ସା ରାଖୀ: ଏହାକୁ ଦୁଇ ପ୍ରକାରରେ ବ୍ୟବହାର କରିହେବ। ପ୍ରଥମତଃ ହାତରେ ପିନ୍ଧି ପାରିବେ ନଚେତ୍‌ ଲକେଟ୍‌ ରୂପେ ବେକରେ ମଧ୍ୟ ପିନ୍ଧିପାରିବେ। ତେବେ ଏହି ନିଆରା ଡିଜାଇନ୍‌ର ରାଖୀରେ ୧୮ କ୍ୟାରେଟ୍‌ ସୁନା ସାଙ୍ଗକୁ କେତେକ ରିୟଲ୍‌ ଡାଇମଣ୍ଡର ବ୍ୟବହାର ହୋଇଛି। ବଜାରରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ହଜାର ଟଙ୍କା ରହିଥିବା ସୂଚନା ରହିଛି।

*ଡାଇମଣ୍ଡ ଶ୍ରୀ ଗୋଲ୍ଡ ରାଖୀ: ଏହି ଡିଜାଇନ୍‌ର ରାଖୀରେ ୯ କ୍ୟାରେଟ୍‌ ସୁନା ସାଙ୍ଗକୁ କେତେକ ଡାଇମଣ୍ଡର ବ୍ୟବହାର ହୋଇଥିବାରୁ ଏହା ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗେ ଏହାର ଦାମ୍‌ ମଧ୍ୟ ସେମିତି ଅଧିକା। ଏହାର ମୂଲ୍ୟ ପାଖାପାଖି ୧୬ ହଜାର ଟଙ୍କା ରହିଛି।

*ସୁପର୍‌ ହିରୋ ଗୋଲ୍ଡ ରାଖୀ: ଯେଉଁ ଭାଇମାନେ ଟିକେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି, ସେମାନଙ୍କୁ ଗିଫ୍ଟ ଦେବା ପାଇଁ ଏହି ସୁପର୍‌ ହିରୋ ଡିଜାଇନ୍‌ର ରାଖୀ ବେଷ୍ଟ ଅପ୍ସନ ହୋଇପାରିବ। ଏହି ରାଖୀରେ ୧୮ କ୍ୟାରେଟ୍‌ ସୁନା ସାଙ୍ଗକୁ କିଛି ଡାଇମଣ୍ଡ ଖଚିତ ହୋଇଥିବାରୁ ଏହାର ମୂଲ୍ୟ ପ୍ରାୟ ୧୬ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।

*ତ୍ରିଶୂଳ ରାଖୀ: ୧୪ କ୍ୟାରେଟ୍‌ ଗୋଲ୍ଡ, ହ୍ବାଇଟ୍‌ ଗୋଲ୍ଡ ଏବଂ କିଛି ରିୟଲ୍‌ ଡାଇମଣ୍ଡକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରାଖୀଟିରେ ଉଭୟ ତ୍ରିଶୂଳ ଏବଂ ଓମ୍‌ର ଡିଜାଇନ୍‌ ଦେଖିବାକୁ ମିଳିଥାଏ, ସେଥିପାଇଁ ଏହାର ମୂଲ୍ୟ ପ୍ରାୟ ୧୭ ହଜାରରୁ ଊର୍ଦ୍ଧ୍ୱ ରହିଥିବା ଅନୁମାନ କରାଯାଏ।

* ଡାଇମଣ୍ଡ ରାଉଣ୍ଡ ଶେପ୍‌ ରାଖୀ: ଶତ ପ୍ରତିଶତ ନାଚୁରାଲ୍‌ ଡାଇମଣ୍ଡ ତଥା ୧୮ କ୍ୟାରେଟ୍‌ ସୁନାରେ ତିଆରି ଏହି ରାଉଣ୍ଡ ଶେପ୍‌ର ରାଖୀଟି ଭାଇମାନଙ୍କ ହାତକୁ ବେଶ୍‌ ସୁନ୍ଦର ଲାଗିବ। କିନ୍ତୁ ଏଥିପାଇଁ ଭଉଣୀମାନଙ୍କୁ ଟିକେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଏହି ରାଖୀର ଆନୁମାନିକ ମୂଲ୍ୟ ୧୫ ହଜାର ପାଖାପାଖି ରହିଛି।

* ଡାଇମଣ୍ଡ ସ୍ବସ୍ତିକ ରାଖୀ: ଉଭୟ ରାଖୀ ଓ ଲକେଟ୍‌ ଭାବେ ବ୍ୟବହୃତ ହୋଇ ପାରୁଥିବା ଏହି ସ୍ବସ୍ତିକ ଡିଜାଇନ୍‌ର ରାଖୀଟି ୯ କ୍ୟାରେଟ୍‌ ଗୋଲ୍ଡରେ ତିଆରି। ତାସହ ଏଥିରେ ପ୍ରାୟ ୨୫ଟି ସାର୍ଟିଫାଏଡ୍‌ ନାଚୁରାଲ୍‌ ଡାଇମଣ୍ଡ ବ୍ୟବହାର କରାଯାଇଛି। ବଜାରରେ ଏହା ପ୍ରାୟ ୧୩ ହଜାର ଟଙ୍କାରେ ବିକ୍ରି କରାଯାଉଥିବାର ସୂଚନା ରହିଛି।

*ଡାଇମଣ୍ଡ ଫ୍ଲାଓ୍ବାର୍‌ ରାଖୀ: ଫୁଲ ଡିଜାଇନ୍‌ର ଏହି ରାଖୀଟିରେ ୯ କ୍ୟାରେଟ୍‌ ଗୋଲ୍ଡ ସାଙ୍ଗକୁ ମଧ୍ୟଭାଗରେ ଗୋଟିଏ ଡାଇମଣ୍ଡର ବ୍ୟବହାର ହୋଇଥିବାରୁ, ଏହା ପ୍ରାୟ ୧୦ ହଜାର ଟଙ୍କାରେ ବିକ୍ରି ହେଉଥିବା ତଥ୍ୟ ରହିଛି।

*ନାମ ଲିଖିତ ହୋଇଥିବା ସୁନାର ରାଖୀ: ଏହି ରାଖୀଟିକୁ ୧୮ କ୍ୟାରେଟ୍‌ ସୁନାର ପାତିଆ ଏବଂ ସେଥିରେ କେତୋଟି ହୀରା ଖଚିତ କରି ତିଆରି କରାଯାଇଛି। ତା’ସହିତ ଏହି ରାଖୀ ଉପରେ ଭାଇମାନଙ୍କ ନାମକୁ ଲେଖିବା ପାଇଁ ବ୍ୟବସ୍ଥା ମଧ୍ୟ ରହିଛି। ସେଥିପାଇଁ ଏହାର ମୂଲ୍ୟ ୧୧ ହଜାର ଟଙ୍କା ପାଖାପାଖି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri