ଦାମୀ ରାଖୀ

ପ୍ରତିବର୍ଷ ରାଖୀପୂର୍ଣ୍ଣିମା ଉପଲକ୍ଷେ ମାର୍କେଟ୍‌ରେ ବିଭିନ୍ନ ଡିଜାଇନ୍‌ର ରାଖୀ ଉପଲବ୍ଧ ହୋଇଥାଏ। ସେଥିରୁ କିଛି ରାଖୀରେ ଜରି, ଚୁମୁକି କାମ ହୋଇଥାଏ ତ ଆଉ କିଛି ରାଖୀରେ ରଙ୍ଗବେରଙ୍ଗର ଆର୍ଟିଫିସିଆଲ୍‌ ଷ୍ଟୋନ, ମାଳି ଅଥବା ପର୍ଲ ଲାଗିଥାଏ। ହେଲେ ଏଠାରେ ଯେଉଁ ରାଖୀଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରାଯାଉଛି ସେଥିରେ ସୁନା ଓ ହୀରାର ବ୍ୟବହାର ହୋଇଥିବାରୁ ସେଗୁଡ଼ିକୁ ଦାମୀ ରାଖୀ କୁହାଯାଉଛି…

*ଓମ୍‌-ଚନ୍ଦ୍ର-ପଦ୍ମ ରାଖୀ: ଏହି ଡିଜାଇନ୍‌ର ରାଖୀଟି ୧୮ କ୍ୟାରେଟ୍‌ ସୁନାରେ ତିଆରି। ତା’ସହିତ ଏଥିରେ ୩୧ଟି ସାର୍ଟିଫାଏଡ୍‌ ହୀରା ମଧ୍ୟ ଖଚିତ ହୋଇଛି। ସେଥିପାଇଁ ମାର୍କେଟ୍‌ରେ ଏହାର ମୂଲ୍ୟ ପ୍ରାୟ ୧୮ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।

*କମ୍ପାସ୍‌ ରାଖୀ କମ୍‌ ପେଣ୍ଡାଣ୍ଟ: ଦିଗ ସମ୍ପର୍କିତ ସୂଚନା ପ୍ରଦାନ କଲା ଭଳି ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ଏହି ରାଖୀଟି ରିୟଲ୍‌ ଗୋଲ୍ଡରେ ତିଆରି। ତେଣୁ ଏହାର ମୂଲ୍ୟ ପାଖାପାଖି ୧୭ ହଜାର ଟଙ୍କା ରହିଛି।

*ଦ ଖଲ୍‌ସା ରାଖୀ: ଏହାକୁ ଦୁଇ ପ୍ରକାରରେ ବ୍ୟବହାର କରିହେବ। ପ୍ରଥମତଃ ହାତରେ ପିନ୍ଧି ପାରିବେ ନଚେତ୍‌ ଲକେଟ୍‌ ରୂପେ ବେକରେ ମଧ୍ୟ ପିନ୍ଧିପାରିବେ। ତେବେ ଏହି ନିଆରା ଡିଜାଇନ୍‌ର ରାଖୀରେ ୧୮ କ୍ୟାରେଟ୍‌ ସୁନା ସାଙ୍ଗକୁ କେତେକ ରିୟଲ୍‌ ଡାଇମଣ୍ଡର ବ୍ୟବହାର ହୋଇଛି। ବଜାରରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ହଜାର ଟଙ୍କା ରହିଥିବା ସୂଚନା ରହିଛି।

*ଡାଇମଣ୍ଡ ଶ୍ରୀ ଗୋଲ୍ଡ ରାଖୀ: ଏହି ଡିଜାଇନ୍‌ର ରାଖୀରେ ୯ କ୍ୟାରେଟ୍‌ ସୁନା ସାଙ୍ଗକୁ କେତେକ ଡାଇମଣ୍ଡର ବ୍ୟବହାର ହୋଇଥିବାରୁ ଏହା ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗେ ଏହାର ଦାମ୍‌ ମଧ୍ୟ ସେମିତି ଅଧିକା। ଏହାର ମୂଲ୍ୟ ପାଖାପାଖି ୧୬ ହଜାର ଟଙ୍କା ରହିଛି।

*ସୁପର୍‌ ହିରୋ ଗୋଲ୍ଡ ରାଖୀ: ଯେଉଁ ଭାଇମାନେ ଟିକେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି, ସେମାନଙ୍କୁ ଗିଫ୍ଟ ଦେବା ପାଇଁ ଏହି ସୁପର୍‌ ହିରୋ ଡିଜାଇନ୍‌ର ରାଖୀ ବେଷ୍ଟ ଅପ୍ସନ ହୋଇପାରିବ। ଏହି ରାଖୀରେ ୧୮ କ୍ୟାରେଟ୍‌ ସୁନା ସାଙ୍ଗକୁ କିଛି ଡାଇମଣ୍ଡ ଖଚିତ ହୋଇଥିବାରୁ ଏହାର ମୂଲ୍ୟ ପ୍ରାୟ ୧୬ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।

*ତ୍ରିଶୂଳ ରାଖୀ: ୧୪ କ୍ୟାରେଟ୍‌ ଗୋଲ୍ଡ, ହ୍ବାଇଟ୍‌ ଗୋଲ୍ଡ ଏବଂ କିଛି ରିୟଲ୍‌ ଡାଇମଣ୍ଡକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରାଖୀଟିରେ ଉଭୟ ତ୍ରିଶୂଳ ଏବଂ ଓମ୍‌ର ଡିଜାଇନ୍‌ ଦେଖିବାକୁ ମିଳିଥାଏ, ସେଥିପାଇଁ ଏହାର ମୂଲ୍ୟ ପ୍ରାୟ ୧୭ ହଜାରରୁ ଊର୍ଦ୍ଧ୍ୱ ରହିଥିବା ଅନୁମାନ କରାଯାଏ।

* ଡାଇମଣ୍ଡ ରାଉଣ୍ଡ ଶେପ୍‌ ରାଖୀ: ଶତ ପ୍ରତିଶତ ନାଚୁରାଲ୍‌ ଡାଇମଣ୍ଡ ତଥା ୧୮ କ୍ୟାରେଟ୍‌ ସୁନାରେ ତିଆରି ଏହି ରାଉଣ୍ଡ ଶେପ୍‌ର ରାଖୀଟି ଭାଇମାନଙ୍କ ହାତକୁ ବେଶ୍‌ ସୁନ୍ଦର ଲାଗିବ। କିନ୍ତୁ ଏଥିପାଇଁ ଭଉଣୀମାନଙ୍କୁ ଟିକେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଏହି ରାଖୀର ଆନୁମାନିକ ମୂଲ୍ୟ ୧୫ ହଜାର ପାଖାପାଖି ରହିଛି।

* ଡାଇମଣ୍ଡ ସ୍ବସ୍ତିକ ରାଖୀ: ଉଭୟ ରାଖୀ ଓ ଲକେଟ୍‌ ଭାବେ ବ୍ୟବହୃତ ହୋଇ ପାରୁଥିବା ଏହି ସ୍ବସ୍ତିକ ଡିଜାଇନ୍‌ର ରାଖୀଟି ୯ କ୍ୟାରେଟ୍‌ ଗୋଲ୍ଡରେ ତିଆରି। ତାସହ ଏଥିରେ ପ୍ରାୟ ୨୫ଟି ସାର୍ଟିଫାଏଡ୍‌ ନାଚୁରାଲ୍‌ ଡାଇମଣ୍ଡ ବ୍ୟବହାର କରାଯାଇଛି। ବଜାରରେ ଏହା ପ୍ରାୟ ୧୩ ହଜାର ଟଙ୍କାରେ ବିକ୍ରି କରାଯାଉଥିବାର ସୂଚନା ରହିଛି।

*ଡାଇମଣ୍ଡ ଫ୍ଲାଓ୍ବାର୍‌ ରାଖୀ: ଫୁଲ ଡିଜାଇନ୍‌ର ଏହି ରାଖୀଟିରେ ୯ କ୍ୟାରେଟ୍‌ ଗୋଲ୍ଡ ସାଙ୍ଗକୁ ମଧ୍ୟଭାଗରେ ଗୋଟିଏ ଡାଇମଣ୍ଡର ବ୍ୟବହାର ହୋଇଥିବାରୁ, ଏହା ପ୍ରାୟ ୧୦ ହଜାର ଟଙ୍କାରେ ବିକ୍ରି ହେଉଥିବା ତଥ୍ୟ ରହିଛି।

*ନାମ ଲିଖିତ ହୋଇଥିବା ସୁନାର ରାଖୀ: ଏହି ରାଖୀଟିକୁ ୧୮ କ୍ୟାରେଟ୍‌ ସୁନାର ପାତିଆ ଏବଂ ସେଥିରେ କେତୋଟି ହୀରା ଖଚିତ କରି ତିଆରି କରାଯାଇଛି। ତା’ସହିତ ଏହି ରାଖୀ ଉପରେ ଭାଇମାନଙ୍କ ନାମକୁ ଲେଖିବା ପାଇଁ ବ୍ୟବସ୍ଥା ମଧ୍ୟ ରହିଛି। ସେଥିପାଇଁ ଏହାର ମୂଲ୍ୟ ୧୧ ହଜାର ଟଙ୍କା ପାଖାପାଖି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?