ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଜାରି ରହିଛି । ରବିବାର ଦୋହା ରାସ୍ତା ଦେଇ ଭାରତୀୟ ବାୟୁସେନାର ବିମାନ ସି-୧୭ ଗ୍ଲୋବମାଷ୍ଟର ସକାଳେ ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚିଛି । ୧୬୮ ଯାତ୍ରୀଙ୍କୁ ନେଇ ବିମାନଟି କାବୁଲରୁ ବାହାରିଥିଲା । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ବିମାନରେ ୧୦୭ ଭାରତୀୟ ନରାଗରିକଙ୍କ ସହ ଆଫଗାନୀ ଯାତ୍ରୀ ବି ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଭାରତରେ ଲ୍ୟାଣ୍ଡ କରାଯାଇଛି । ସୂଚନାଯୋଗ୍ୟ, ଭାରତୀୟ ବାୟୁସେନର ସେନା ପରିବହନ ବିମାନ ୮୭ ଭାରତୀୟ ଓ ୨ ନେପାଳି ନାରିକଙ୍କ୍ୁ ନେଇ ରବିବାର ସକାଳେ ଦିଲ୍ଲୀ ଏୟରାପୋର୍ଯରେ ପହଞ୍ଚିଥିଲା । ବିମାନରେ ଆସିବା ସମୟରେ ସମସ୍ତ ଭାରତୀୟ ଭାରତ ମାତାକି ଜୟ ବୋଳଇ ସ୍ଲୋଗାନ ଦେଇଥିଲେ ।
Posted inଜାତୀୟ