Posted inଫୁରସତ

ଐତିହାସିକ ପର୍ଯ୍ୟଟନସ୍ଥଳୀ: ଆଭାନେରୀ

ଆଭାନେରୀ ରାଜସ୍ଥାନର ଏକ ଛୋଟ ଗାଁ ହୋଇଥିଲେ ହେଁ, ନିଜର ଅପୂର୍ବ ଐତିହାସିକ କୀର୍ତ୍ତିରାଜି ତଥା କଳା, ସଂସ୍କୃତି ପାଇଁ ଦେଶବିଦେଶରେ ବେଶ୍‌ ନାଁ କରିପାରିଛି। ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ।
ଆଭାନେରୀ ରାଜସ୍ଥାନର ଦୌସା ଜିଲାରେ ଅବସ୍ଥିତ ଏକ ଛୋଟ ଗାଁ। ନିଜର ଐତିହାସିକ କୀର୍ତ୍ତିରାଜି ତଥା ଅପୂର୍ବ କଳା, ସଂସ୍କୃତି ପାଇଁ ଏହା ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ବିଶେଷକରି ଏଠାରେ ଥିବା ଏକାଧିକ ପାହାଚ ବିଶିଷ୍ଟ ଆକର୍ଷଣୀୟ ଚାନ୍ଦ ବାଓରୀ କୂଅ ତଥା ହର୍ଷତ ମାତା ମନ୍ଦିର ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ଗାଁଟି ପ୍ରଥମେ ଆଭା ନଗରୀ ନାମରେ ନାମିତ ଥିଲା, ଯାହାର ଅର୍ଥ ‘ଚମକୁଥିବା ନଗର’। କିନ୍ତୁ ସମୟକ୍ରମେ ଲୋକଙ୍କ ଦ୍ୱାରା ଭୁଲ୍‌ ଉଚ୍ଚାରଣ ହୋଇ ଏହା ଆଭାନେରୀ ନାମରେ ପରିଚିତ ହେବାକୁ ଲାଗିଲା। ତେବେ ଏହି ଅଞ୍ଚଳଟି ମୁସଲମାନ ତଥା ମୋଗଲଙ୍କ ଅକ୍ତିଆରରେ ବେଶ୍‌ କିଛିବର୍ଷ ରହିବା ପରେ ମରାଠାମାନଙ୍କ ହାତକୁ ଆସିଥିଲା; ଯଦ୍ଦ୍ବାରା ଏହାର ପ୍ରସିଦ୍ଧି ବଢିଥିଲା। ଆକାର ଦୃଷ୍ଟିରୁ ଦେଖିଲେ ଆଭାନେରୀ ଏକ ଛୋଟିଆ ଅଞ୍ଚଳ ହୋଇପାରେ, କିନ୍ତୁ ଏହା ନିଜର ଗୌରବଶାଳୀ ଅତୀତ ତଥା ସଂସ୍କୃତି ପାଇଁ ଦେଶବିଦେଶର ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ।

କ’ଣ ଦେଖିବେ
ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଅନେକ ଦର୍ଶନୀୟ ସ୍ଥାନ ରହିଛି ଆଭାନେରୀରେ। ଯେମିତିକି:
ଚାନ୍ଦ୍‌ ବାଓରୀ: ପ୍ରକୃତପକ୍ଷେ ଏହା ଏକାଧିକ ପାହାଚ ବିଶିଷ୍ଟ ଏକ ଆକର୍ଷଣୀୟ କୂଅ । ଇତିହାସରୁ ଯାହା ଜଣାଯାଏ, ଏହାକୁ ରାଜା ମିହିର ଭୋଜ (ଯିଏକି ଚାନ୍ଦ ନାମରେ ମଧ୍ୟ ପରିଚିତ) ନିର୍ମାଣ କରାଇଥିଲେ; ସେଥିପାଇଁ ଏହାର ନାମ ଚାନ୍ଦ ବାଓରୀ ରଖାଯାଇଛି।

ସାଧାରଣତଃ ବର୍ଷାଜଳକୁ ସଞ୍ଚୟ କରି ରଖି ତାକୁ ଖରାଦିନେ ବ୍ୟବହାର କରିବା ପାଇଁ ଏହି କୂଅଟିକୁ ନିର୍ମାଣ କରାଯାଇଥିଲା। ତେବେ ଦୁନିଆର ସବୁଠାରୁ ଗଭୀରତମ କୂଅ ଭାବେ ଏହା ଜଣାଶୁଣା। ଆଉ ଏହି କୂଅର ଉପରି ଭାଗରୁ ତଳପର୍ଯ୍ୟନ୍ତ ସ୍ତର ସ୍ତର ହୋଇ ଅନେକ ପାହାଚ ରହିଛି; ଯଦ୍ଦ୍ବାରା ଉକ୍ତ କୂଅରେ ଯେତେ କମ୍‌ ପାଣି ଥିଲେ ବି ଜଣେ ଏହି ପାହାଚ ସାହାଯ୍ୟରେ ଆରାମରେ ତଳକୁ ଯାଇ ପାଣି ଆଣିପାରିବେ। କେବଳ ସେତିକି ନୁହେଁ ଏହି କୂଅର ଆଉ ଏକ ବିଶେଷତ୍ୱ ହେଉଛି ଏଥିତ୍ରେ ନିର୍ମାଣ କରାଯାଇଥିବା ସୁଡ଼ଙ୍ଗ। ଅର୍ଥାତ୍‌ ଏହି କୂଅରେ ଗୁପ୍ତ ଭାବେ କେତୋଟି ସୁଡ଼ଙ୍ଗ ମଧ୍ୟ ରହିଛି, ଯାହାକୁ ଯୁଦ୍ଧ ତଥା ଆପତକାଳୀନ ପରିସ୍ଥିତିରେ ରାଜା ତଥା ସୈନ୍ୟମାନେ ସୁରକ୍ଷା ପାଇଁ ବ୍ୟବହାର କରୁଥିଲେ। ତେଣୁ ଏହିଥିରୁ ଅନୁମାନ କରିପାରୁଥିବେ, ଚାନ୍ଦ୍‌ ବାଓରୀର ବାସ୍ତୁକଳା କେତେ ସ୍ବତନ୍ତ୍ର ଆଉ ଆକର୍ଷଣୀୟ ା

ହର୍ଷତ ମାତା ମନ୍ଦିର: ଏହା ସ୍ଥାନୀୟ ଏକ ପ୍ରାଚୀନ ମନ୍ଦିର; ଯାହା ମା’ ଦୁର୍ଗାଙ୍କୁ ସମର୍ପିତ। କିନ୍ତୁ ଅନେକେ ଏହାକୁ ଖୁସି ତଥା ଉଲ୍ଲାସର ଉତ୍ସ ସ୍ଥଳୀ ବୋଲି ବି କହିଥାନ୍ତି। ଏହାର ନିର୍ମାଣ ମଧ୍ୟ ରାଜା ମିହିର ଭୋଜ ବା ରାଜା ଚାନ୍ଦ କରାଇଥିଲେ। ତାଙ୍କ ନଗରରେ ଓ ନଗରବାସୀଙ୍କ ଭିତରେ ଯେଉଁ ଖୁସି ଆଉ ଶାନ୍ତି ରହିଥିଲା ତାହା ମାତା ଦୁର୍ଗାଙ୍କ କୃପାରୁ ସମ୍ଭବ ହୋଇପାରିଥିଲା ବୋଲି ସିଏ ବିଶ୍ୱାସ କରୁଥିଲେ। ସେଥିପାଇଁ ସିଏ ମାତା ଦୁର୍ଗାଙ୍କୁ ସମର୍ପିତ ଏହି ଭବ୍ୟ ମନ୍ଦିରଟିକୁ ନିର୍ମାଣ କରାଇଥିଲେ।
ଲୋକନୃତ୍ୟର ଝଲକ: ଅପୂର୍ବ ସଂସ୍କୃତି ପାଇଁ ବି ଆଭାନେରୀ ବେଶ୍‌ ପରିଚିତ। ଖାସ୍‌କରି ପର୍ଯ୍ୟଟକ ଏଠାରେ ଭିନ୍ନ ଭିନ୍ନ ପ୍ରକାରର ରାଜସ୍ଥାନୀ ଲୋକନୃତ୍ୟର ଝଲକ ଦେଖିବାକୁ ପାଇପାରିବେ।

କେବେ ଓ କେମିତି ଯିବେ
ଏଠାକୁ ବୁଲି ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ ହେଉଛି ଅକ୍ଟୋବରରୁ ମାର୍ଚ୍ଚ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ନିମନ୍ତେ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ସୁବ୍ୟବସ୍ଥା ରହିଛି। ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ମାତ୍ର ୯୫ କି.ମି. ଦୂରରେ ଅବସ୍ଥିତ ଆଭାନେରୀ। ତେଣୁ ପର୍ଯ୍ୟଟକ ଚାହିଁଲେ ପ୍ରଥମେ ବସ୍‌, ଟ୍ରେନ୍‌ କିମ୍ବା ବିମାନ ଯୋଗେ ଜୟପୁରରେ ପହଞ୍ଚତ୍, ସେଠାରୁ ସୁବିଧାରେ ଯାଇ ଆଭାନେରୀରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri