Posted inଫୁରସତ

ଗୋଲେଖଙ୍କ ପାଲା ନିଶା

ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଜ୍ଜୀବିତ କରିବାରେ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ସହ ପାଲାରେ ବିଭିନ୍ନ ପୌରାଣିକ ଓ ଲୋକକଥା ଦ୍ୱାରା ଜନସଚେତନତା କରାଯାଇଥାଏ। ତେବେ ଏହି ଲୋକକଳାରେ ନିମଗ୍ନ ଜଣେ ପାଲାକାର ହେଲେ ଗୋଲେଖ ଚନ୍ଦ୍ର ବେହେରା। ବୟସ ପ୍ରାୟ ୬୫ ହେବ। ପିତା ଶୁକଦେବ ବେହେରା, ମାତା ଲବଣୀ ବେହେରା। ଘର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ। ସେ କୁହନ୍ତି, ପିଲାଦିନେ ଗାଁ ଚାଟଶାଳୀରେ ପଢ଼ିବା ବୟସରୁ ଗାଁଗହଳିରେ ଆୟୋଜିତ ହେଉଥିବା ପାଲା କାର୍ଯ୍ୟକ୍ରମ ଦେଖିବାକୁ ଯାଏ। ଏମିତିରେ ରେଡିଓରୁ ପାଲା ଶୁଣିବାରେ ଖୁବ୍‌ ଖୁସି ହୋଇପଡ଼ୁଥିଲି। ମାଟ୍ରିକ୍‌ ପାସ୍‌ ପରେ ହିନ୍ଦୀ ଭାଷାରେ କୋବିଦ ପାସ୍‌ କରିଥିଲି। ତା’ପରେ ପାଲା ପ୍ରତି ମନୋନିବେଶ କରିଥିଲି। ଘରେ ମୋର ପାଲା ପ୍ରତି ଆଗ୍ରହ ଦେଖି ବାପା, ବୋଉ ମତେ ଉତ୍ସାହିତ କରିଥିଲେ। ଔପଦା ଗ୍ରାମର ସ୍ବନାମଧନ୍ୟ ପାଲାକାର କେଶବ କରଙ୍କଠାରୁ ପାଲା ଶିକ୍ଷା କରିଥିଲି। ସମୟକ୍ରମେ ନନ୍ଦକିଶୋର ଘଡ଼ାଇଙ୍କଠାରୁ ପ୍ରେରଣା ପାଇଥିଲି। ଆମ ଘରେ ବହୁ ଅଭାବ ଅସୁବିଧା ସତ୍ତ୍ୱେ ଏହି ପାରମ୍ପରିକ ଲୋକକଳା ପାଲା ପ୍ରତି ମୋର ସାଧନା ଜାରି ରହିଲା। ଏଥିଯୋଗୁ ବିଭିନ୍ନ ମହାପୁରୁଷଙ୍କ ଜୀବନୀ ଓ ସେମାନଙ୍କ ସାହିତ୍ୟକୃତି ଦେଖି କେତେକ ପୁରାଣ ଶାସ୍ତ୍ରକୁ ଅଧ୍ୟୟନ କରିବା ମୋର ଅଭ୍ୟାସ ହୋଇଯାଇଥିଲା। ଏମିତିରେ ଜଣେ ପାଲାଗାୟକ ଭାବେ ନିଜକୁ କିପରି ପରିଚିତ କରାଇପାରିବି ସର୍ବଦା ଚେଷ୍ଟା କରୁଥିଲି। ଆମ ଉତ୍କଳୀୟ କଳା, ସଂସ୍କୃତି ଓ ଲୋକଙ୍କ ସାମାଜିକ ଚଳଣି ଆଦିକୁ ଗୁରୁତ୍ୱ ଦେଇ ପାଲା ପରିବେଷଣ କରିଥାଏ। ଏମିତିରେ ପ୍ରାୟ ୩ ଦଶନ୍ଧି ଧରି ଓଡ଼ିଶାର ବିଭିନ୍ନ ସ୍ଥାନ ଅର୍ଥାତ୍‌ ପ୍ରାୟ ୨୦୦ ମଞ୍ଚରେ ପାଲା ପରିବେଷଣ କରିସାରିଲିଣି। ରାମାୟଣ, ମହାଭାରତ ଆଦି ପୁରାଣ ଶାସ୍ତ୍ରର କବିମାନଙ୍କ ବିଭିନ୍ନ ଲେଖାକୁ ନେଇ ଗାୟନ କରିଥାଏ। ପ୍ରକୃତି କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଭକ୍ତକବି ଦୀନକୃଷ୍ଣ ଦାସ, ସାଲବେଗ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଆଦିକବି ସାରଳା ଦାସଙ୍କ ସମେତ ବହୁ ପ୍ରତିଭାବାନ୍‌ କବିଙ୍କ ସାହିତ୍ୟକୃତିକୁ ପାଲା ମାଧ୍ୟମରେ ପ୍ରଚାର କରାଯାଇଥାଏ। ଏଥିପାଇଁ ଅନେକ ଅନୁଷ୍ଠାନ ତରଫରୁ ମଧ୍ୟ ପୁରସ୍କୃତ ହୋଇଛି।
– ଭାସ୍କର ରାଉତରାୟ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?