ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜଳହସ୍ତୀକୁ ଦେଖିବାକୁ ମିଳୁଛି। ଜଳହସ୍ତୀଟିକୁ ଦେଖି ଲାଗୁଛି ସେ ଯେପରି ବାହାରକୁ ଆସିବାକୁ ଚେଷ୍ଟା କରୁଛି। ମାତ୍ର ସେ ସେପରି କରୁନାହିଁ ପାଣି ଭିତରେ ଥାଇ ସର୍କସ କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
The reverse dive😊 pic.twitter.com/KYxf4RKqOc
— Susanta Nanda IFS (@susantananda3) November 11, 2021