Posted inଜାତୀୟ

‘ଭାରତ କେବେ ଆଫଗାନିସ୍ତାନ ଭଳି ହୋଇପାରିବ ନାହିଁ’

ମୁମ୍ବାଇ,୧୫।୯: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘ (ଆରଏସଏସ) ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କୁ ତାଲିବାନ ସହିତ ତୁଳନା କରିଥିବା ଗୀତିକାର ଜାଭେଦ ଅଖତର ହିନ୍ଦୁମାନଙ୍କୁ ବିଶ୍ୱର ସବୁଠାରୁ ସହନଶୀଳ ସମ୍ପ୍ରଦାୟ ବୋଲି ବର୍ଣ୍ଣନା କରିଛନ୍ତି। ଶିବସେନା ମୁଖପତ୍ର ‘ସାମନା’ରେ ଲେଖାଯାଇଥିବା ଏକ ସମ୍ପାଦକୀୟରେ ସେ କହିଛନ୍ତି ଯେ, ତାଲିବାନ ଦ୍ୱାରା ପରିଚାଳିତ ଆଫଗାନିସ୍ତାନକୁ ଭାରତ ସହ ତୁଳନା କରାଯାଇପାରିବ ନାହିଁ। ସେ ଭାରତୀୟମାନଙ୍କୁ ନରମ ମନୋଭାବ ବୋଲି ବର୍ଣ୍ଣନା କରିଛନ୍ତି। ଏହାପୂର୍ବରୁ ଅଖତର ଆରଏସଏସ ଏବଂ ଭିଏଚପିକୁ ଟାର୍ଗେଟ କରିଥିଲେ। ଜାଭେଦ ଅଖତର ଲେଖିଛନ୍ତି ଯେ ମୁଁ ବାରମ୍ବାର କହିଛି ଯେ, ଭାରତ ଆଫଗାନିସ୍ତାନ ଭଳି ହୋଇପାରିବ ନାହିଁ, କାରଣ ଭାରତୀୟମାନଙ୍କୁ ପ୍ରକୃତି ଉଗ୍ରବାଦୀ ନୁହେଁ। ନରମପନ୍ଥୀ ହେବା ସେମାନଙ୍କର ଡିଏନଏରେ ଅଛି। ତାଲିବାନ ଏବଂ ଦକ୍ଷିଣପନ୍ଥୀ ହିନ୍ଦୁ ଆଦର୍ଶ ମଧ୍ୟରେ ସେ ଅନେକ ସମାନତା ଆଣିଛନ୍ତି ବୋଲି ତାଙ୍କ ସମାଲୋଚକମାନେ ରାଗିଛନ୍ତି। ସେ ଲେଖିଛନ୍ତି ଯେ ଏହା ସତ୍ୟ, କାରଣ ତାଲିବାନ ଧର୍ମ ଆଧାରରେ ଇସଲାମିକ ସରକାର ଗଠନ କରୁଛି, ହିନ୍ଦୁ ଦକ୍ଷିଣପନ୍ଥୀ ହିନ୍ଦୁ ରାଷ୍ଟ୍ର ଚାହୁଁଛନ୍ତି।
ସୂଚନାଯୋଗ୍ୟ ଯେ, ଜାଭେଦ ଅଖତର ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନକୁ ତାଲିବାନ ସହ ତୁଳନା କରିବା ଠିକ୍‌ ନୁହେଁ ବୋଲି ଶିବସେନା ଯୁକ୍ତି ବାଢି ଥିଲା। ଶିବସେନା କହିଥିଲା, ଯଦି ଆରଏସଏସ ତାଲିବାନୀ ଦୃଷ୍ଟିକୋଣରୁ ହୋଇଥାନ୍ତା, ଟ୍ରିପଲ୍‌ ତଲାକ ବିରୁଦ୍ଧରେ ଆଇନ ଆଣି ନଥାନ୍ତା। ଲକ୍ଷ ଲକ୍ଷ ମୁସଲମାନ ମହିଳା ସ୍ବାଧୀନତା ପାଇ ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?