ହିନ୍ଦୁ ଓ ମୁସଲମାନ ଏକାଠି ପାଳନ୍ତି

ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ମାଣିକଗୋଡ଼ା ଗ୍ରାମ। ଏଠାରେ ନିଆରା ଢଙ୍ଗରେ ପାଳିତ ହୁଏ ଦଶହରା। ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଏଠି ପାଳନ କରି ଆସୁଛନ୍ତି ଦଶହରା ପର୍ବ।
ସମନ୍ବୟର ବାର୍ତ୍ତା: ବିଜୟାଦଶମୀ ଉତ୍ସବରେ ବ୍ରାହ୍ମଣ ପୂଜା କରୁଥିବା ବେଳେ ମୁସଲମାନ ଦଳବେହେରା କର୍ତ୍ତା ସାଜି ଅପରାଜିତା ହୋମରେ ଆହୁତି ଦେଇଥାନ୍ତି। କୁହାଯାଏ ଅତି ପ୍ରାଚୀନ କାଳରୁ ଏହି ନିଆରା ପରମ୍ପରା ଚାଲି ଆସିଛି। ଏହା ହିଁ ମାଣିକଗୋଡ଼ା ଦଶହରାର ବିଶେଷତ୍ୱ। ଏଠାରେ ୪ଦିନ ଧରି ଦଶହରା ପର୍ବକୁ ହିନ୍ଦୁ ଓ ମୁସଲମାନ ମିଳିମିଶି ପାଳନ କରି ଆସୁଛନ୍ତି। ଯଜ୍ଞର ସମସ୍ତ ଖର୍ଚ୍ଚ ବୁଝନ୍ତି ମୁସଲମାନ ପରିବାର। ଗ୍ରାମର ସବୁ ବର୍ଗର ଲୋକେ ଏକାଠି ଏହି ପର୍ବର ମଜା ନେଇଥାନ୍ତି। ବିଭିନ୍ନ ଅଞ୍ଚଳରୁ ଲୋକେ ମଧ୍ୟ ସାମିଲ ହୋଇଥାନ୍ତି।
ପରମ୍ପରା କହେ: ପାରମ୍ପରିକ ରୀତିନୀତିରେ ସପ୍ତମୀ ତିଥିରେ ମା’ ଭଗବତୀଙ୍କ ପୀଠ ସମ୍ମୁଖ ମଣ୍ଡପ ପିଢ଼ା ଉପରେ ଗଜପତିଙ୍କ ପ୍ରଦତ୍ତ ଦଳବେହେରାଙ୍କ ଖଡ୍‌ଗ, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ବିରାଟ କଟାରୀ ଓ ଦିବ୍ୟସିଂହପୁର ଗ୍ରାମ କନକଦୁର୍ଗାଙ୍କୁ ରଖାଯାଇ ଏକାଠି ପୂଜା କରାଯାଏ।
ଦଳବେହେରାଙ୍କ ଘରୁ ବାହାରେ ପଟୁଆର: ଦଶହରା ପୂର୍ବାହ୍ନରେ ମାନସିକଧାରୀ ମା’ଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରନ୍ତି। ସନ୍ଧ୍ୟାରେ ମାଣିକଭୂୟାଁ ଠାକୁରାଣୀଙ୍କ ବିଜେ ପ୍ରତିମା କାଷ୍ଠ ମୂଷଳଙ୍କୁ ଅଣାଯାଇଥାଏ। ଠାକୁରାଣୀ ପୂଜକ କନ୍ଧ ଜାନୀ ଦେହରେ ସବାର(ଉଭା) ହୋଇ ଭବିଷ୍ୟତବାଣୀ ସହ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି। ସନ୍ଧ୍ୟାରେ ମାଣିକଭୂୟାଁ ଠାକୁରାଣୀ ରୋଶଣି ପଟୁଆରରେ ମୁସଲମାନ ଦଳବେହେରାଙ୍କ ଦୁଆରକୁ ଆସି ଫଳ ଓ ଶୁଖିଲା ଭୋଗ ଖାଇଥାନ୍ତି। ମା’ଙ୍କ ଭୋଗକୁ ହିନ୍ଦୁ, ମୁସଲମାନ ତଥା ଅନ୍ୟ ସମ୍ପ୍ରଦାୟର ଲୋକେ ଖାଇ ଭାଇଚାରାକୁ ବଜାଏ ରଖନ୍ତି। ଏହା ପରେ ଠାକୁରାଣୀଙ୍କ ସହ ମୁସଲମାନ ଦଳବେହେରା ଭଗବତୀଙ୍କ ପୀଠରେ ପହଞ୍ଚନ୍ତି।
ସୋମନାଥ ମନ୍ଦିର ସମ୍ମୁଖରେ ହୁଏ ହୋମ: ସେଠାରେ(ଭଗବତୀଙ୍କ ପୀଠ ଆଗରେ) ୩ ଦିନ ବ୍ୟାପୀ ପୂଜା ପାଉଥିବା ଗଜପତି ପ୍ରଦତ୍ତ ଦଳବେହେରାଙ୍କ ଖଡ୍‌ଗ, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ବିରାଟ କଟାରୀ ଓ କନକଦୁର୍ଗା ରୋଶଣି ପଟୁଆରରେ ସାମିଲ ହୁଅନ୍ତି। ବିରାଟ ପଟୁଆରରେ ବାଦ୍ୟର ତାଳେ ତାଳେ ମାଳିସାହି, ଦିବ୍ୟସିଂହପୁର ଓ କଳାଙ୍ଗର ମଧ୍ୟବର୍ତ୍ତୀ ଅଞ୍ଚଳ ତ୍ରିଛକିରେ ଅବସ୍ଥିତ ସୋମନାଥ ଦେବଙ୍କ ମନ୍ଦିର ନିକଟରେ ପହଞ୍ଚତ୍ଥାନ୍ତି।
କର୍ତ୍ତା ସାଜି ଆହୁତି ଦିଅନ୍ତି: ସେଠାରେ ଅନୁଷ୍ଠିତ ହୋଇଥାଏ ଅପରାଜିତା ହୋମ। ରାସ୍ତା ଉପରେ ଏକ ଖଟୁଲିରେ କନକଦୁର୍ଗା, ମାଣିକଭୂୟାଁଙ୍କ କାଷ୍ଠ ମୂଷଳକୁ ସେବକମାନେ ଧରିଥାନ୍ତି। ପାର୍ଶ୍ୱବର୍ତ୍ତୀ ମନ୍ଦିରରେ ସୋମନାଥ ଦେବ ନିଜ ବେଢ଼ାରେ ବିଜେ କରିଥିବା ବେଳେ ଅପରପାର୍ଶ୍ୱରେ ମା’ ଦୁର୍ଗା ନିଜ ବିମାନରେ ବିଜେ କରିଥାନ୍ତି। ହୋମରେ ଦଳବେହେରା, କୋଠକରଣ, ବ୍ରାହ୍ମଣ, ପଣ୍ଡିତ, ମାନସିଂହ ଏବଂ ଶବର, କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକ ବସନ୍ତି। ରାଜଗୁରୁ କୁଶବଟୁ ପିନ୍ଧାଇବା ପରେ ମୁସଲମାନ ଦଳବେହେରା କର୍ତ୍ତା ହୋଇ ହୋମରେ ଘୃତାହୁତି ଦିଅନ୍ତି।
କନକଦୁର୍ଗାଙ୍କ ଆଖିରେ ବନ୍ଧା ହୁଏ ଅନ୍ଧପୁଟୁଳି: ଅପରାଜିତା ହୋମ ଶେଷ ପରେ ମା’ କନକଦୁର୍ଗାଙ୍କ ଆଖିରୁ ଶୁକ୍ଲପକ୍ଷ ସପ୍ତମୀରେ ଖୋଲା ଯାଇଥିବା ଅନ୍ଧପୁଟୁଳି ବିଜୟା ଦଶମୀରେ ପୁଣି ବନ୍ଧା ହୋଇଥାଏ। ମା’ଙ୍କ ଆଖିରୁ ବର୍ଷକ ମଧ୍ୟରୁ କେବଳ ୪ଦିନ ପାଇଁ ଅନ୍ଧପୁଟୁଳି ଖୋଲାଯାଇଥାଏ। ହୋମ ଶେଷରେ ମା’ଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧିବା ପରେ ଅପରାଜିତା ହୋମ ଉଦ୍‌ଯାପିତ ହୋଇଥାଏ। ହୋମ ପରେ ଶୁଖିଲା ପ୍ରସାଦ ବ୍ରାହ୍ମଣ ଠାରୁ ସମସ୍ତେ ସେବନ କରିଥାନ୍ତି।
ଜୟଧ୍ୱନି, ମନ୍ତ୍ରଉଚ୍ଚାରଣରେ ପ୍ରକମ୍ପିତ ହୋଇଥାଏ ପରିବେଶ। ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ବାତାବରଣ। ହୋମ ସମାପ୍ତି ପରେ ଠାକୁରାଣୀ ଆଟୋପ ପଟୁଆରରେ ନିଜ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଏହି ଗ୍ରାମରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଛି। ହିନ୍ଦୁ ଦେବଦେବୀଙ୍କ ପୂଜା ମୁସଲମାନ ସମ୍ପ୍ରଦାୟ ଏବଂ ମୁସଲମାନଙ୍କ ପର୍ବରେ ହିନ୍ଦୁ ମାନେ ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇଥାନ୍ତି। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସୁ ସମ୍ପର୍କ ରହିଛି। ମୁସଲମାନ ମାନଙ୍କ ଇଦ, ମହରମରେ ହିନ୍ଦୁମାନେ ଅତି ଆଗ୍ରହର ସହ ସାମିଲ ହୋଇଥାନ୍ତି। ଗାନ୍ଧିଜୀଙ୍କ ବାଣୀ ହିନ୍ଦୁ ମୁସଲିମ, ଶିଖ, ଇସାଇ ସବ୍‌ ହେଁ ଭାଇ ଭାଇର ପ୍ରକୃତ ଝଲକ ମାଣିକାଗୋଡ଼ା ଦଶହରାରେ ପ୍ରତିଫଳନ ହୋଇଥାଏ।
– ଅମିୟ ପଟ୍ଟନାୟକ, ଆଇନଜୀବୀ
ପୁରୀ ଗଜପତି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମାଣିକଗୋଡ଼ା ଠାକୁରାଣୀଙ୍କ ନିକଟରେ ପାଳିତ ଦଶହରା ପର୍ବର ପରମ୍ପରା ଅତି ପ୍ରାଚୀନ। ଏଠି ସମସ୍ତେ ମିଳିମିଶି ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ପୂର୍ବକ ଉତ୍ସବ ପାଳନ କରନ୍ତି।
– ଅବଦୁଲ ଜବାର ଖାଁ,ମାଣିକଗୋଡ଼ା
ଏହା ମାଣିକଗୋଡ଼ା ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁସଲମାନଙ୍କ ଦ୍ୱାରା ଠାକୁରାଣୀଙ୍କୁ ସମର୍ପିତ ପ୍ରସାଦକୁ ହିନ୍ଦୁ ଭାଇମାନେ ଅତି ଆଦରର ସହ ଗ୍ରହଣ କରିଥାନ୍ତି। ସବୁଠି ଦଶହରା ପାଳିତ ହୋଇଥାଏ। କିନ୍ତୁ ମାଣିକଗୋଡାରେ ଯେପରି ପାଳିତ ହୋଇଥାଏ, ତାହା ପ୍ରକୃତରେ ନିଆରା। ଉଭୟ ସମ୍ପ୍ରଦାୟ ଅତି ଆନନ୍ଦ ଉଲ୍ଲାସରେ ଏହା ପାଳନ କରନ୍ତି। ଏହି ପରମ୍ପରା ଦେଖିବାକୁ ମାଣିକଗୋଡ଼ା ଦଶହରାରେ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
– ରାଜେନ୍ଦ୍ର ସାହୁ, ବିଧାୟକ, ବେଗୁନିଆ
– ରିପୋର୍ଟ: ପ୍ରଭାତ ପାଣିଗ୍ରାହୀ, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?