Posted inଜାତୀୟ

ବିଶ୍ୱାସଘାତକଙ୍କ ଉପରେ ଛେପ ପକାଇବା ହିନ୍ଦୁ ସଂସ୍କୃତି: ସଞ୍ଜୟ ରାଉତ…

ମୁମ୍ବାଇ,୩।୬ : ବିଶ୍ୱାସଘାତକ ଲୋକଙ୍କ ଉପରେ ଛେପ ପକାଇବା ହିନ୍ଦୁ ସଂସ୍କୃତି। ଏପରିକି ସ୍ବାଧୀନତା ସଂଗ୍ରାମୀ ବୀର ସାବରକର ମଧ୍ୟ ବିଶ୍ୱାସଘାତକଙ୍କ ଉପରେ ଛେପ ପକାଇଥିଲେ। ମୁଁ ଯାହା କରିଛି ସେଥିପାଇଁ କାହିଁକି ଏତେ ପାଟି ତୁଣ୍ଡ ହେଉଛି? ଏହା ହେଉଛି ବରିଷ୍ଠ ଶିବସେନା (ୟୁବିଟି) ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କ ବିବୃତ୍ତି। ଯିଏ କି ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ନେତାଙ୍କ ନାମ ଶୁଣିବା ପରେ କ୍ୟାମେରାରେ ଛେପ ପକାଇବା ସହିତ ଏଭଳି କହିଛନ୍ତି।

ବାସ୍ତବରେ, ସଞ୍ଜୟ ରାଉତ ଶନିବାର ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ନାଶିକରୁ ତ୍ରମ୍ବକେଶ୍ୱର ଯାଉଥିବାବେଳେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସଞ୍ଜୟ ରାଉତଙ୍କ ଏଭଳି କାର୍ଯ୍ୟ ପରେ ଏକନାଥ ଶିନ୍ଦେଙ୍କର ଶିବସେନା ନେତା ଓ କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶିନ୍ଦେ ସମର୍ଥକମାନେ ମହାରାଷ୍ଟ୍ରରେ ସଞ୍ଜୟ ରାଉତଙ୍କ ବିରୋଧରେ ‘ଜୋତା ମାରୋ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ତାଙ୍କ ଫଟୋ ଏବଂ ପୋଷ୍ଟରରେ ଜୋତା ଏବଂ ଚପଲ ପକାଯାଉଛି। କେତେକ ତାଙ୍କୁ ଜେଲ ପଠାଇବାକୁ ଦାବି କରୁଥିବାବେଳେ କେତେକ ତାଙ୍କ ବିରୋଧରେ କ୍ରୁରତା ମାମଲା ପଞ୍ଜିକରଣ କରିବାକୁ ଦାବି କରୁଛନ୍ତି। ଏଥିସହ କେହି କେହି ସଞ୍ଜୟ ରାଉତଙ୍କୁ କ୍ଷମା ମାଗିବାକୁ କହୁଛନ୍ତି। ସଞ୍ଜୟ ରାଉତଙ୍କ ମାନସିକ ସନ୍ତୁଳନ ଖରାପ ହୋଇଯାଇଛି ବୋଲି ଶିନ୍ଦେଙ୍କ ସମର୍ଥକ ଅଭିଯୋଗ ଆଣିଛନ୍ତି।

ସଞ୍ଜୟ ରାଉତ ଏହାର ଜବାବରେ କହିଛନ୍ତି ଅପେକ୍ଷା କର ଜନସାଧାରଣ ଶିନ୍ଦେ ଏବଂ ତାଙ୍କ ସମର୍ଥକଙ୍କୁ ଜୋତାରେ ପିଟିବେ। ବିଶ୍ୱାସଘାତକଙ୍କୁ ଜୋତାରେ ପିଟିବା ପାଇଁ ଜନସାଧାରଣ ନିର୍ବାଚନକୁ ଅପେକ୍ଷା କରିଛନ୍ତି। ଶିନ୍ଦେ ସମର୍ଥକମାନଙ୍କ ପାଖରେ କିଛି କାମ କି ଧନ୍ଧା ନାହିଁ। ସେମାନେ ବେକାର ବସି ଏଭଳି କରୁଛନ୍ତି। ଗଣତନ୍ତ୍ରରେ ସମସ୍ତଙ୍କର ଅଭିବ୍ୟକ୍ତିର ସ୍ବାଧୀନତା ଅଛି। ସେମାନେ ଯାହା ଚାହାଁନ୍ତି ତାହା ତାଙ୍କୁ କରିବାକୁ ଦିଅନ୍ତୁ। ଏଭଳି ବିଶ୍ୱାସଘାତକମାନେ ନିଜକୁ ନିକ ଜୋତାରେ ପିଟିିବା ଉଚିତ। ସେମାନେ ଶିବସେନା ପ୍ରତି ବିଶ୍ୱାସଘାତକତା କରିଥିଲେ। ଏଭଳି ଲୋକଙ୍କୁ କ୍ଷମା ଦିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri