Posted inଜାତୀୟ

ହିନ୍ଦୀ ଲଦିଦେବା ଗଣତାନ୍ତ୍ରିକ ନୀତି ବିରୋଧୀ

ନୂଆଦିଲ୍ଲୀ,୧୭।୧୦ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅଣହିନ୍ଦୁ ଭାଷାଭାଷୀ ଲୋକଙ୍କ ଉପରେ ହିନ୍ଦୀ ଲଦିଦେବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରିଛନ୍ତି। ଏହା ଅପ୍ରାସଙ୍ଗିକ, ବିଭାଜନକାରୀ ଏବଂ ଗଣତାନ୍ତ୍ରିକ ନୀତି ବିରୋଧୀ ବୋଲି ସେ କହିଛନ୍ତି। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଆଇଆଇଟି ସମେତ ସମସ୍ତ ବୈଷୟିକ ଓ ଅଣବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନରେ ହିନ୍ଦୀକୁ ଶିକ୍ଷାଦାନର ମାଧ୍ୟମ କରାଯିବା ସହ ଅନ୍ୟାନ୍ୟ ରାଜ୍ୟରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ନିକଟରେ ଏକ ସଂସଦୀୟ କମିଟି ସୁପାରିସ କରିଥିଲେ।

ଜାତିସଂଘରେ ମଧ୍ୟ ହିନ୍ଦୀକୁ ଅନ୍ୟତମ ଆନୁଷ୍ଠାନିକ ଭାଷା କରାଯିବା ଉଚିତ ବୋଲି କମିଟି କହିଥିଲା। ବଳ ପୂର୍ବକ ହିନ୍ଦୀ ଲଦିଦିଆଯିବାକୁ ବିରୋଧ କରି ଷ୍ଟାଲିନ୍‌ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଥିଲେ। ଦେଶରେ ହିନ୍ଦୀ ଭାଷାଭାଷୀଙ୍କ ତୁଳନାରେ ଅନ୍ୟ ଭାଷାରେ କଥା ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ। ପ୍ରତ୍ୟେକ ଭାଷାର ନିଜସ୍ବ ବିଶେଷତ୍ୱ ରହିଛି ବୋଲି ଷ୍ଟାଲିନ୍‌ ତାଙ୍କ ପତ୍ରରେ ଲେଖିଛନ୍ତି। କୌଣସି ଭାଷାକୁ ଜୋର ଜବରଦସ୍ତ ଲଦି ଦିଆଯିବା ଆମ ସମ୍ବିଧାନର ସଂଘୀୟ ବ୍ୟବସ୍ଥା ବିରୋଧୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ବିଚାରକୁ ନେବା ଲାଗି ଡିଏମ୍‌କେ ନେତା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଉପରେ ଭରସା କରନ୍ତୁ ନାହିଁ: ଅମିତ ଶାହା

ବେଙ୍ଗାଲୁରୁ,୧୭।୧: କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା ରବିବାର କଂଗ୍ରେସ ଉପରେ ବର୍ଷିଛନ୍ତି। କର୍ନାଟକର ବଗାଲକୋଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ ସେ କହିଛନ୍ତି ଯେ,କଂଗ୍ରେସକୁ...

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ,୩।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ସୋମବାର ଏହି ସୂଚନା ଦେଇଛନ୍ତି।...

କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଅନୁମାନ ଲଗାଉଥିବା ଡବ୍ଲୁଏଚଓର କାର୍ଯ୍ୟପ୍ରଣାଳୀ ପ୍ରତି ପ୍ରଶ୍ନ ଉଠାଇଲା ଭାରତ

ନୂଆଦିଲ୍ଲୀ,୧୭ ।୪: ଦେଶରେ କୋଭିଡ-୧୯ ମୃତ୍ୟୁ ଆକଳନକୁ ନେଇ ଅନୁମାନ ଲଗାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁ,ଚଓ)ର କାର୍ଯ୍ୟପ୍ରଣାଳୀ ଉପରେ ଭାରତ ପ୍ରଶ୍ନ ଉଠାଇଛି । ଶନିବାର...

ନିର୍ବାଚନ ସମୟରେ କାହିଁକି ମନେ ପଡିଲେ ସନ୍ଥ ରବିଦାସ

ଚଣ୍ଡିଗଡ଼,୧୭ ।୨: ସନ୍ଥ ରବିବାସଙ୍କ ଜୟନ୍ତି ପ୍ରତିବର୍ଷ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ...

୪ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇଲେ ଛାତ୍ର

ଥିରୁଭାନନ୍ତପୁରମ୍‌, ୭ା୧: ଆରବ ସାଗରରେ ବୁଡ଼ି ଯାଉଥିବା ୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ହିରୋ ପାଲଟିଛନ୍ତି କେରଳର ଜଣେ ଇଞ୍ଜିନିୟରିଂ ଛାତ୍ର, ଦେବଙ୍ଗ ସୁବିଲ। ଏଥିପାଇଁ...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୩୦।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୪,୨୩୦ଟି...

ଗୁଲାମନବୀଙ୍କୁ କ୍ଷମା ମାଗିଲେ ରାହୁଲ

ଶ୍ରୀନଗର,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ପହଞ୍ଚିଛି। ଇତିମଧ୍ୟରେ ରାହୁଲ ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟିର ମୁଖ୍ୟ ଗୁଲାମ...

ବୁଲା କୁକୁରଙ୍କୁ ଆସାମ ପଠାଇ ଦିଅ, ସେଠାରେ ଲୋକେ ଏମାନଙ୍କର ମାଂସ ଖାଆନ୍ତି: ବିଧାୟକଙ୍କ ମନ୍ତବ୍ୟ ନେଇ ବିବାଦ…

ମୁମ୍ବାଇ,୫।୩ : ମହାରାଷ୍ଟ୍ର ବିଧାନସଭାର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ମାଂସ ଖାଉଛନ୍ତି।...

Advertisement
Archives

Model This Week