ଗାଡ଼ି ଗଡ଼ିବାରୁ ଡେଇଁ ପଡ଼ିଲେ: ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ୨ ଭାଉଜ ମୃତ

ଚଣ୍ଡିଖୋଲ/ଛତିଆ,୧୭ା୧୦(ଡି.ଏନ୍‌.ଏ.): ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ବିରଜା କ୍ଷେତ୍ରକୁ ବାହାରିଥିଲେ ଭୁବନେଶ୍ୱର ଶହୀଦନଗର ଅଞ୍ଚଳର ଏକ ପରିବାର। ହେଲେ ମା’ଙ୍କ ଦର୍ଶନ ପୂର୍ବରୁ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ଅକାଳରେ ଚାଲିଗଲା ୨ ଯାଆଙ୍କ ଜୀବନ। ମୃତ ୨ ଯାଆ ହେଲେ ଭୁବନେଶ୍ୱର ଶହୀଦ ନଗର ଅଞ୍ଚଳର ରଜନୀକାନ୍ତ ପାଢ଼ୀଙ୍କ ସ୍ତ୍ରୀ ଗୀତାଞ୍ଜଳି ପାଢ଼ୀ(୬୬) ଓ ଅବନୀକାନ୍ତ ପାଢ଼ୀଙ୍କ ସ୍ତ୍ରୀ ଶୁଚିସ୍ମିତା ପାଢ଼ୀ(୫୩)। ୧୬ ନଂ. ଜାତୀୟ ରାଜପଥର ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ରବିବାର ସକାଳ ପ୍ରାୟ ୮ଟାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତ ମହିଳା ଦ୍ୱୟ ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ଭାଉଜ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଭୁବନେଶ୍ୱରରୁ ଏକ ଟାଭେରା ଗାଡ଼ି (ନଂ.ଓଡି-୦୨-ଏଏଲ୍‌- ୭୮୩୪)ରେ ସମ୍ପୃକ୍ତ ପରିବାର ବାହାରିଥିଲେ। ସେମାନେ ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟ ଭଟିଆ ଛକରେ ଗାଡ଼ି ରଖି ଚା’ ପିଉଥିଲେ। ଏହି ସମୟରେ ଗାଡ଼ିର ଡ୍ରାଇଭର କାକରା ପିଠା ଆଣିବା ପାଇଁ ରାସ୍ତାର ଅପରପାର୍ଶ୍ୱକୁ ଯାଇଥିଲେ। ତେବେ ଡ୍ରାଇଭର ଗାଡ଼ିର ହ୍ୟାଣ୍ଡ୍‌ ବ୍ରେକ୍‌ ପକାଇ ନ ଥିବାରୁ ଗାଡ଼ିଟି ରାସ୍ତାର ଡାହାଣ ପାର୍ଶ୍ୱକୁ ଗଡ଼ିବା ଆରମ୍ଭ କରିଥିଲା। ଏହା ଦେଖି ଭୟଭୀତ ହୋଇ ଗାଡ଼ିରେ ବସିଥିବା ୨ ଯାଆ ଗୀତାଞ୍ଜଳି ଓ ଶୁଚିସ୍ମିତା ଗାଡ଼ିର ଡୋର ଖୋଲି ରାସ୍ତାର ଡାହାଣ ପାର୍ଶ୍ୱକୁ ଡେଇଁ ପଡ଼ିଥିଲେ। ଦୁର୍ଭାଗ୍ୟବଶତଃ ଏହି ସମୟରେ କଟକ ଆଡୁ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ (ନଂ.ଏପି-୨୬-ଟିଡି-୫୪୪୫) ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ଟ୍ରକ୍‌ ଡ୍ରାଇଭର ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ବୈରୀ ଥାନାଧିକାରୀ ସଂଘମିତ୍ରା ନାୟକ ଓ ଛତିଆ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ନେଇଥିଲେ। ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଟାଭେରା ଡ୍ରାଇଭରଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ଗୋପାଳକୃଷ୍ଣ ପାଢ଼ୀଙ୍କ ଏତଲାକ୍ରମେ ପୋଲିସ ନଂ.୧୭୫/୨୨ରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଏହି ଛକରେ ବେଆଇନ ଭାବେ ଜାତୀୟ ରାଜପଥକୁ ଲାଗି ବିଭିନ୍ନ ଦୋକାନ ରହିଛି। ଫଳରେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ତେଣୁ ଦୋକାନଗୁଡ଼ିକୁ ତୁରନ୍ତ ଉଚ୍ଛେଦ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?