ଗାଡ଼ି ଗଡ଼ିବାରୁ ଡେଇଁ ପଡ଼ିଲେ: ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ୨ ଭାଉଜ ମୃତ

ଚଣ୍ଡିଖୋଲ/ଛତିଆ,୧୭ା୧୦(ଡି.ଏନ୍‌.ଏ.): ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ବିରଜା କ୍ଷେତ୍ରକୁ ବାହାରିଥିଲେ ଭୁବନେଶ୍ୱର ଶହୀଦନଗର ଅଞ୍ଚଳର ଏକ ପରିବାର। ହେଲେ ମା’ଙ୍କ ଦର୍ଶନ ପୂର୍ବରୁ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ଅକାଳରେ ଚାଲିଗଲା ୨ ଯାଆଙ୍କ ଜୀବନ। ମୃତ ୨ ଯାଆ ହେଲେ ଭୁବନେଶ୍ୱର ଶହୀଦ ନଗର ଅଞ୍ଚଳର ରଜନୀକାନ୍ତ ପାଢ଼ୀଙ୍କ ସ୍ତ୍ରୀ ଗୀତାଞ୍ଜଳି ପାଢ଼ୀ(୬୬) ଓ ଅବନୀକାନ୍ତ ପାଢ଼ୀଙ୍କ ସ୍ତ୍ରୀ ଶୁଚିସ୍ମିତା ପାଢ଼ୀ(୫୩)। ୧୬ ନଂ. ଜାତୀୟ ରାଜପଥର ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ରବିବାର ସକାଳ ପ୍ରାୟ ୮ଟାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତ ମହିଳା ଦ୍ୱୟ ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ଭାଉଜ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଭୁବନେଶ୍ୱରରୁ ଏକ ଟାଭେରା ଗାଡ଼ି (ନଂ.ଓଡି-୦୨-ଏଏଲ୍‌- ୭୮୩୪)ରେ ସମ୍ପୃକ୍ତ ପରିବାର ବାହାରିଥିଲେ। ସେମାନେ ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟ ଭଟିଆ ଛକରେ ଗାଡ଼ି ରଖି ଚା’ ପିଉଥିଲେ। ଏହି ସମୟରେ ଗାଡ଼ିର ଡ୍ରାଇଭର କାକରା ପିଠା ଆଣିବା ପାଇଁ ରାସ୍ତାର ଅପରପାର୍ଶ୍ୱକୁ ଯାଇଥିଲେ। ତେବେ ଡ୍ରାଇଭର ଗାଡ଼ିର ହ୍ୟାଣ୍ଡ୍‌ ବ୍ରେକ୍‌ ପକାଇ ନ ଥିବାରୁ ଗାଡ଼ିଟି ରାସ୍ତାର ଡାହାଣ ପାର୍ଶ୍ୱକୁ ଗଡ଼ିବା ଆରମ୍ଭ କରିଥିଲା। ଏହା ଦେଖି ଭୟଭୀତ ହୋଇ ଗାଡ଼ିରେ ବସିଥିବା ୨ ଯାଆ ଗୀତାଞ୍ଜଳି ଓ ଶୁଚିସ୍ମିତା ଗାଡ଼ିର ଡୋର ଖୋଲି ରାସ୍ତାର ଡାହାଣ ପାର୍ଶ୍ୱକୁ ଡେଇଁ ପଡ଼ିଥିଲେ। ଦୁର୍ଭାଗ୍ୟବଶତଃ ଏହି ସମୟରେ କଟକ ଆଡୁ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ (ନଂ.ଏପି-୨୬-ଟିଡି-୫୪୪୫) ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ଟ୍ରକ୍‌ ଡ୍ରାଇଭର ସେ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ବୈରୀ ଥାନାଧିକାରୀ ସଂଘମିତ୍ରା ନାୟକ ଓ ଛତିଆ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ନେଇଥିଲେ। ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଟାଭେରା ଡ୍ରାଇଭରଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୃତକଙ୍କ ପରିବାର ପକ୍ଷରୁ ଗୋପାଳକୃଷ୍ଣ ପାଢ଼ୀଙ୍କ ଏତଲାକ୍ରମେ ପୋଲିସ ନଂ.୧୭୫/୨୨ରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଏହି ଛକରେ ବେଆଇନ ଭାବେ ଜାତୀୟ ରାଜପଥକୁ ଲାଗି ବିଭିନ୍ନ ଦୋକାନ ରହିଛି। ଫଳରେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ତେଣୁ ଦୋକାନଗୁଡ଼ିକୁ ତୁରନ୍ତ ଉଚ୍ଛେଦ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri