ନୟାଗଡ଼ ଏସ୍‌ପିଙ୍କ ଫେସ୍‌ବୁକ୍‌ ହ୍ୟାଣ୍ଡେଲ୍‌ରେ ହିନ୍ଦୀ କବିତାକୁ ନେଇ ଝଡ଼

ନୟାଗଡ଼,୧୭।୨(ଲୋକନାଥ ମିଶ୍ର): ନୟାଗଡ଼ ଏସ୍‌ପିଙ୍କ ପାଇଁ ଉଦ୍ଦିଷ୍ଟ ଫେସ୍‌ବୁକ୍‌ ହ୍ୟାଣ୍ଡେଲ୍‌ (ଆକାଉଣ୍ଟ)ରେ ପୂର୍ବତନ ଏସ୍‌ପି ରାହୁଲ ଜୈନ ୨୦୨୪ ଜୁନ୍‌ ୬ରେ ହିନ୍ଦୀରେ କବିତା ପୋଷ୍ଟ କରିବା ପରଠୁ ଝଡ଼ ସୃଷ୍ଟି ହୋଇଛି। ଜିଲା ପୋଲିସ ପ୍ରଶାସନର ଏହି ସୋସିଆଲ ମିଡିଆ ଆକାଉଣ୍ଟକୁ ଜୈନ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏନେଇ ଅନ୍ୟତମ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’(ପୂର୍ବର ଟୁଇଟର)ରେ ଜୈନଙ୍କୁ ସମାଲୋଚନା କରାଯିବା ସହ ଓଡ଼ିଶାର ମାତୃଭାଷା ଓଡ଼ିଆର ସମ୍ମାନ ବୃଦ୍ଧି ପାଇଁ ସ୍ବର ଉଠିଛି। ଶକ୍ତିପ୍ରସାଦ ନାମକ ଜଣେ ବ୍ୟକ୍ତି ପ୍ରଥମେ ‘ଏକ୍ସ’ରେ ଏହି ପ୍ରସଙ୍ଗ ଉଠାଇ ପ୍ରତିବାଦ କରିବା ପରେ ବହୁ ୟୁଜର୍ସ ଏଥିରେ ସାମିଲ ହୋଇଛନ୍ତି।
ଶକ୍ତିପ୍ରସାଦ ନିଜ ‘ଏକ୍ସ’ ଆକାଉଣ୍ଟରେ ଲେଖିଛନ୍ତି, ହିନ୍ଦୀ ଓଡ଼ିଶାର ଆଧିକାରିକ ଭାଷା ନୁହେଁ। ଏଣୁ ଏସ୍‌ପି ରାହୁଲ ଜୈନ ତାଙ୍କ କାବ୍ୟ କବିତା ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ସୀମିତ ରଖନ୍ତୁ। ସରକାରୀ ଆକାଉଣ୍ଟରେ ହିନ୍ଦୀରେ ଲେଖିବା ବନ୍ଦ କରନ୍ତୁ। ପୋଲିସ ଆଇନଶୃଙ୍ଖଳା ପାଇଁ ଅଛି। ପୋଲିସ ନିଜେ ଆଇନ ଭାଙ୍ଗିଲେ ଅନ୍ୟକୁ କ’ଣ କୁହାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ସମାଲୋଚନା ପରେ ମଧ୍ୟ ଉକ୍ତ ସରକାରୀ ଆକାଉଣ୍ଟରୁ ତତ୍କାଳୀନ ଏସ୍‌ପି ଜୈନ କବିତା ଅପସାରଣ କରି ନ ଥିଲେ। ବରଂ ଶକ୍ତିପ୍ରସାଦଙ୍କ ଆକାଉଣ୍ଟକୁ ବ୍ଲକ୍‌ ପାଇଁ ଜଣେ ଡିଏସ୍‌ପି (ଆଇୟୁସିଏଡବ୍ଲ୍ୟୁ) ହେମନ୍ତ ରାଓ ‘ଏକ୍ସ’ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ।
ଡିଏସ୍‌ପି ହେମନ୍ତ ରାଓ ପୋଲିସର ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି, ଏକ୍ସର ଅଧିକାରୀମାନେ ହିନ୍ଦୀ ଭାଷା ଉପରେ କୌଣସି କଟକଣା ଜାରି କରିନାହାନ୍ତି, ଯାହାର ସୁଯୋଗ ନେଇ ଶକ୍ତିପ୍ରସାଦ ପୋଲିସ ବିରୋଧରେ ଘୃଣା ମନ୍ତବ୍ୟ ଦେଇଛନ୍ତି। ଶକ୍ତିପ୍ରସାଦଙ୍କ ମନ୍ତବ୍ୟ ପୋଲିିସର ଭାବମୂର୍ତ୍ତି କ୍ଷୁଣ୍ଣ କରିଥିବାରୁ ଆକାଉଣ୍ଟକୁ ବ୍ଲକ୍‌ କରିବା ପାଇଁ ଏକ୍ସ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲୁ ବୋଲି ସେ ଉଲ୍ଲେଖ କରିଛନ୍ତି।
ତେବେ ପୋଲିସର କାର୍ଯ୍ୟଧାରାରେ ଶକ୍ତିପ୍ରସାଦ ଚୁପ୍‌ ନ ରହି ସମାଲୋଚନାକୁ ତ୍ୱରାନ୍ବିତ କରିଛନ୍ତି। ପୋଲିସର ଏଭଳି ଆଭିମୁଖ୍ୟକୁ ସେ ବ୍ରିଟିଶ୍‌ ଶାସନ ସହ ତୁଳନା କରି ଲେଖିଛନ୍ତି ଯେ, ଜଣେ ହିନ୍ଦିଆ କର୍ମଚାରୀ ଦୋଷ କଲେ। ତଦନ୍ତ ନାଟକ କରି ଆଉ ଜଣେ କର୍ମଚାରୀ ଦୋଷ ଘୋଡ଼େଇଲେ। ଗଣତନ୍ତ୍ରରେ ଗଣର ତଣ୍ଟି ଚିପିଦେଲେ ସେମାନେ ଆଉ ସ୍ବର ଉତ୍ତୋଳନ କରିବେ ନାହିଁ ବୋଲି ଭାବିବା ଭୁଲ୍‌। ଶକ୍ତିପ୍ରସାଦ ପୁଣି ଲେଖିଛନ୍ତି, ବାବୁମାନଙ୍କୁ ଡିଜିପି କୁହନ୍ତୁ, କବିତ୍ୱକୁ ନିଜର ବ୍ୟକ୍ତିଗତ ଆକାଉଣ୍ଟରେ ସୀମିତ ରଖିବେ। ସରକାରୀ ଟଙ୍କା ଖର୍ଚ୍ଚ କରି କବିତ୍ୱ ଦେଖେଇ ଲୋକଙ୍କୁ ବ୍ଲକ୍‌ କରିବା ଠିକ୍‌ ନୁହେଁ। ନିଜ ଭାଷା ପାଇଁ ସ୍ବର ଉତ୍ତୋଳନ କରିବା ଘୃଣାର ମଞ୍ଜି ବୁଣେନାହିଁ। ବରଂ ଓଡ଼ିଶାରେ ହିନ୍ଦୀ ଲଦିବା ଘୃଣାର ମଞ୍ଜି ବୁଣେ। ଓଡ଼ିଶା ସରକାରଙ୍କ ଅଧୀନ ଜଣେ କର୍ମଚାରୀ ହିନ୍ଦୀରେ କାହିଁକି ଲେଖିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟତମ ‘ଏକ୍ସ’ ୟୁଜର ମଧୁସୂଦନ ପ୍ରତିକ୍ରିୟାରେ ଲେଖିଛନ୍ତି, ଆମେ ଜାଣି ନ ଥିଲୁ ଏହା ନୟାଗଡ଼ ଏସ୍‌ପିଙ୍କର ପର୍ସନାଲ ହ୍ୟାଣ୍ଡେଲ। କ୍ଷମା କରିବେ ଆଜ୍ଞା। ଭୁଲ୍‌ରେ ସତଗୁଡ଼ାକ କହିଦେଲୁ। ସତ କହିଲେ ମୁଣ୍ଡ କଟା ହୋଇଯିବ। ‘ଏକ୍ସ’ ୟୁଜର ଉକତ୍ଳବାସୀ ଦର୍ଶାଇଛନ୍ତି, କର୍ନାଟକ ବା ତାମିଲନାଡୁ ପୋଲିସ କେବେହେଲେ ଏଭଳି ମନ୍ତବ୍ୟ ଦେବେ ନାହିଁ। କାରଣ ସେମାନେ ନିଜ ମାତୃଭାଷାକୁ ଭଲ ପାଇଥାନ୍ତିି। ଅଭିଷେକ ଦାଶ ଏକ୍ସରେ ଲେଖିଛନ୍ତି, ପୋଲିସର ଉତ୍ତର ଗ୍ରହଣୀୟ ନୁହେଁ। ନିଜର ମାତୃଭାଷା ପାଇଁ ନିଜତ୍ୱ ପ୍ରକାଶ କରିବା ଓ ଅଧିକାର ପାଇଁ ଲଢ଼େଇ କରିବା ସମାଜରେ କିପରି ଘୃଣାଭାବ ସୃଷ୍ଟି କରେ, ଭୁଲ୍‌କୁ ସଂଶୋଧନ କରିବା ବଦଳରେ ପୋଲିସ ପାଟି ଚୁପ୍‌ କରିବାକୁ ଉଦ୍ୟମ କରୁଛି। ‘ଏକ୍ସ’ ୟୁଜର ଜୟଜିତ ପାଣି ଲେଖିଛନ୍ତି, ତାମିଲମାନେ ମହାନ୍‌। ନିଜ ରାଜ୍ୟରେ ହିନ୍ଦିଆମାନଙ୍କୁ ଗୋଡ଼ ତଳେ ରଖିଛନ୍ତି। ମୂର୍ଖଙ୍କୁ ଉଚିତ ଶିକ୍ଷା ନ ଦେଲେ ସେମାନେ ନୟାଗଡ଼ ପୋଲିସ ଭଳି ମୁଣ୍ଡକୁ ଚଢ଼ିବେ। ସାନୁ ନାମକ ‘ଏକ୍ସ’ ୟୁଜର ଲେଖିଛନ୍ତି, ଆଗକୁ ରାଜ୍ୟରେ ହିନ୍ଦୀର ଗୋଲାମୀ ପାଇଁ ପ୍ରସ୍ତୁତି ଆରମ୍ଭ। ଅନ୍ୟତମ ୟୁଜର ରଘୁନାଥ ଦର୍ଶାଇଛନ୍ତି, ଓଡ଼ିଶାରେ ଓଡ଼ିଆ ପାଇଁ ସ୍ବର ଉତ୍ତୋଳନ କଲେ ଏଇ ଅବସ୍ଥା। ଆମେ କ’ଣ ସେଇ ଓଡ଼ିଆ ଖାରବେଳଙ୍କ ଜାତିର ଦାୟାଦ ବୋଲି ପ୍ରଶ୍ନ କରିଛନ୍ତି। ଏହିପରି ଅନେକେ ‘ଏକ୍ସ’ରେ ଓଡ଼ିଆ ଭାଷାକୁ ସମର୍ଥନ କରି ନିଜ ନିଜର ମତ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Pahalgam Terror Attack: ମୋଦି ସରକାରଙ୍କୁ ବଡ଼ ଅପିଲ କଲେ ଖାର୍ଗେ, କହିଲେ ଆମେ ସାଥିରେ ଅଛୁ

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri