ଶୁଟିଂ ସମୟରେ ଅସୁସ୍ଥ ହେଲେ ବିଗ୍‌ ବସ୍‌ ଫେମ୍‌ ହିମାଂଶି

ମୁମ୍ବାଇ: ଟେଲିଭିଜନ୍‌ର ପପୁଲାର ଶୋ’ ବିଗ୍‌ ବସ୍‌-୧୩ରୁ ବେଶ୍‌ ଲୋକପ୍ରିୟ ହୋଇଥିବା ପଞ୍ଜାବୀ ଅଭିନେତ୍ରୀ ହିମାଂଶି ଖୁରାନାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହିମାଂଶିଙ୍କୁ ରୋମାନିଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ଜ୍ୱର ଏବଂ ନାକରୁ ରକ୍ତ ବାହାରିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜଣାପଡ଼ିଛି। ନିଜର ଅପ୍‌କମିଂ ଫିଲ୍ମ ‘ଫତୋ ଦେ ୟାର ବଡେ ନେ’ର ଶୁଟିଂରେ ହିମାଂଶି ଏବେ ବ୍ୟସ୍ତ ଥିବା ବେଳେ ଏହି ସମୟରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସୂଚନା ମୁତାବକ, ପ୍ରବଳ ଥଣ୍ଡାରେ ରୋମାନିଆରେ ଫିଲ୍ମର ଏକ ଦୃଶ୍ୟ ପାଇଁ ହିମାଂଶିଙ୍କୁ ଶୁଟିଂ କରିବାକୁ ପଡ଼ିଥିଲା। ଯେତେବେଳେ ସେ ଶୁଟିଂ କରୁଥିଲେ ସେତେବେଳେ ସେଠାରେ ମାଇନସ୍‌ ୭ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରହିଥିଲା। ଏଥିଯୋଗୁ ଅଭିନେତ୍ରୀ ଜଣଙ୍କୁ ପ୍ରବଳ ଜ୍ୱର ହେବା ସହ ନାକରୁ ରକ୍ତ ବାହାରିଥିଲା। କୁହାଯାଉଛି, ଜ୍ୱର ହେବା ପରେ ବି ସେ ଲଗାତର ଶୁଟିଂ କରୁଥିଲେ। ହେଲେ ଅତ୍ୟଧିକ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ...

ତିଆରି ହେବ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ୍‌

ମୁମ୍ବାଇ: ବାୟୋପିକ୍‌ ଟ୍ରେଣ୍ଡରେ ଏଥର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛି ଭାରତୀୟ ଦଳର ମହିଳା କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍‌। ଏଥିରେ ଲିଡ୍‌ ରୋଲରେ ଆସିପାରନ୍ତି...

ଅନିଲ କପୁରଙ୍କୁ ‘ଆଇ ଲଭ୍‌ ୟୁ’ କହିଲେ ମାଧୁରୀ ଦୀକ୍ଷିତ୍‌: ଏମିତି ଥିଲା ଅଭିନେତାଙ୍କ ପ୍ରତିକ୍ରିୟା

ବଲିଉଡର ଧକ-ଧକ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ଅନିଲ କପୁରଙ୍କ ଯୋଡି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ଦର୍ଶକ ଉଭୟ ଯୋଡିଙ୍କୁ ବହୁତ ପସନ୍ଦ...

ଗ୍ଲାମରସ୍ ଲୁକରେ ଅଲାୟା

ମୁମ୍ବାଇ: ବଲିଉଡର ନାଁକରା ଅଭିନେତା କବିର ବେଦୀଙ୍କ ନାତୁଣୀ ଅଲାୟା ଫର୍ଣ୍ଣିଚରୱାଲା ବହୁତ ଅଧିକ ଷ୍ଟାଇଲିସ୍ । ଆଟ୍ରାକ୍ଟିଭ୍ ଆଉଟ୍‌ଫିଟ୍‌ରେ ଅଧିକାଂଶ ସମୟରେ ସେ ତାଙ୍କର...

ମାସକୁ କେତେ ରୋଜଗାର କରନ୍ତି ଶାହରୁଖ, ଦେଲେ ମଜାଳିଆ ଉତ୍ତର

ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏବେ କିଙ୍ଗ୍‌ ଖଶନ୍‌ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଗତ...

ସୁନ୍ଦରତାରେ ଅଭିନେତ୍ରୀଙ୍କୁ ବି ପଛରେ ପକାଇଦେବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ: ଖୁବ୍‌ଶୀଘ୍ର ବଲିଉଡ୍‌ରେ କରିବେ ଡେବ୍ୟୁ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଏହା ଏକ ଯୁଦ୍ଧ ଭିତ୍ତିକ...

ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା...

କରୀନାଙ୍କ ଚାଟ୍‌ ଶୋ’ରେ ଖାସ୍‌ ଅତିଥି, ଯାହାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏକ ରେଡିଓ ଶୋ’ର ହୋଷ୍ଟ କରୁଛନ୍ତି। ଯାହାର ନାମ ‘ଇସ୍କ’। କରୀନାଙ୍କ ଏହି ଶୋ’କୁ କେହି ନା କେହି...

Advertisement
Archives

Model This Week