ଜୁହି ଚାଓ୍ବାଲାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜୁହି ଚାୱଲା ଅନ୍ୟତମ। ସେ ୧୯୮୬ରେ ଫିଲ୍ମ ‘ସୁଲତାନତ’ ସହିତ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ଏକରୁ ଅଧିକ ସୁପରହିଟ ଫିଲ୍ମ କରିଥିଲେ। ବଲିଉଡରେ ଖ୍ୟାତି ଠାରୁ ଧନ ପର୍ଯ୍ୟନ୍ତ ସବୁକିଛି ଅର୍ଜନ କରିଥିଲେ।
ଜୁହି ଚାୱଲା ତାଙ୍କ ବଲିଉଡ କ୍ୟାରିୟରରେ ପ୍ରାୟ ୮୬ଟି ଫିଲ୍ମରେ କାମ କରିଛନ୍ତି। ଜଣେ ଅଭିନେତ୍ରୀ ହେବା ବ୍ୟତୀତ ସେ ଜଣେ ଫିଲ୍ମ ନିର୍ମାତା ମଧ୍ୟ ଅଟନ୍ତି। ତାଙ୍କ ସମ୍ପତ୍ତି ପ୍ରାୟ ୬ ମିଲିୟନ ଡଲାର୍‌ ଅର୍ଥାତ୍ ପ୍ରାୟ ୪୪ କୋଟି ଟଙ୍କା।
ଜୁହି ଚାୱଲା ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା। ଏଥି ସହିତ ସେ ତାଙ୍କ ସ୍ବାମୀ ଜୟ ମେହେଟ୍ଟା ଏବଂ ଉଭୟ ପିଲାଙ୍କ ସହ ମୁମ୍ବାଇର ମାଲାବାର ହିଲ୍ସରେ ଅବସ୍ଥିତ ଏକ ମହଙ୍ଗା ଘରେ ରୁହନ୍ତି। କେବଳ ଭାରତରେ ନୁହେଁ, ବିଶ୍ୱର ସବୁଠାରୁ ମହଙ୍ଗା ଅଞ୍ଚଳ ମଧ୍ୟରୁ ମାଲାବାର ହିଲ୍ସ ନାମ ଅନ୍ୟତମ। ଏଥିସହ ତାଙ୍କ ପାଖରେ ୧.୧୧ କୋଟି ଟଙ୍କା ମୂଲ୍ୟର ଜାଗୁଆର ଏକ୍ସଜେଏଲ୍‌ ଏବଂ ପାଖାପାଖି ୭୮ ଲକ୍ଷ ଟଙ୍କା ମୂଲ୍ୟର ଅଡି କ୍ୟୁ୭ ମଧ୍ୟ ରହିଛି।
ତେବେ ଆଜିକାଲି ଜୁହି ଚାୱଲା ପ୍ରାଇମ ଭିଡିଓର ୱେବ ସିରିଜ ‘ହଶ ହଶ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଏହି ୱେବ ସିରିଜ ମାଧ୍ୟମରେ ନିଜର ଓଟିଟି ଡେବ୍ୟୁ କରିଛନ୍ତି। ଜୁହି ଚାୱଲାଙ୍କ ସହ ଅଭିନେତ୍ରୀ ସୋହା ଅଲି ଖାନ, ଆୟେଶା ଜୁଲକା, ଶାହାନା ଗୋସ୍ବାମୀ, କ୍ରିତିକା କାମ୍ରା ଏବଂ କରିସ୍ମା ତନ୍ନା ମଧ୍ୟ ଏହି ୱେବ ସିରିଜରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ୨୦୨୩ରେ ‘ନାଟୁ ନାଟୁ’ ଗୀତରେ ପରଫର୍ମ କରିବେ ନାହିଁ ଜୁନିୟର ଏନଟିଆର-ରାମ ଚରଣ

ମୁମ୍ବାଇ: ଓସ୍କାର ୨୦୨୩ର ଆୟୋଜନ ହେବାକୁ ଯାଉଛି । ଏହି ଏକାଡେମୀ ପୁରସ୍କାରକୁ ନେଇ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଏଥର ଭାରତରେ ବି...

ବିବାହ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଆଥିଆ-ରାହୁଲ

ମୁମ୍ବାଇ: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଦୁହେଁ ଜାନୁୟାରୀ ୨୩ରେ ବିବାହ କରିବେ ବୋଲି କୁହାଯାଉଥିବା ବେଳେ...

‘ସିଟାଡେଲ’ରେ ମେଲ ଆକ୍ଟରଙ୍କ ବରାବର ଫିଜ ନେଇଛନ୍ତି ପ୍ରିୟଙ୍କା, କହିଲେ ୨୨ ବର୍ଷ କ୍ୟାରିୟରରେ ପ୍ରଥମଥର…

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର ପ୍ରାଇମ ଭିଡିଓ ସିରିଜ ‘ସିଟାଡେଲ’ରେ ନଜର ଆସିବେ । ନିକଟରେ ଏହି ସିରିଜର ଟ୍ରେଲର ରିଲିଜ କରାଯାଇଥିଲା...

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାହ ଋତୁ ଚାଲିଛି। ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ମାନବି ଗାଗ୍ରୋ ବିବାହ ବନ୍ଧନରେ...

ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ବିଜେତା ହେଲେ ଅଜୟ ସିଂ

ମୁମ୍ବାଇ,୨୩ ।୧୧: ବେଶ୍ କିଛି ଦିନର ପ୍ରତିଯୋଗୀତା ପରେ ଶେଷରେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ବିଜେତା ଘୋଷଣା କରାଯାଇଛି । ଶୋ’ରେ ଟାଇଗର ପପ୍ ନାମରେ...

ସତୀଶଙ୍କୁ ଶେଷ ଦର୍ଶନ ବେଳେ ଭାବବିହ୍ବଳ ହେଲେ ସଲମାନ୍‌, ଲୁଚାଇଲେ ଲୁହ…

ନୂଆଦିଲ୍ଲୀ: ମାର୍ଚ୍ଚ ୯ ସିନେମାଜଗତ ପାଇଁ ଏକ କଳାଦିନ ଥିଲା। ବଲିଉଡ୍‌ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା। ବିଶେଷକରି...

ନେହାଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡ କିଛି ଦିନ ହେବ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ତାଙ୍କର ନୂଆ ଗୀତ ‘ଖୟାଲ ରଖୟା କର’ ରିଲିଜ୍...

ଆଉ ହୋଷ୍ଟ କରିବିନି କହିଲେ ଆଦିତ୍ୟ, ଜାଣିଲେ…

ମୁମ୍ବାଇ: ଇଣ୍ଡିଆନ ଆଇଡଲ -୧୨ର ହୋଷ୍ଟ ଏବଂ ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ହୋଷ୍ଟିଂରୁ ଛୁଟି ନେବେ। ଏକଥା ଆମେ କହୁନୁ। ଆଦିତ୍ୟ ନିଜେ କହିଛନ୍ତି।...

Advertisement
Archives

Model This Week